ହେଡଲାଇନସ୍:

ବାଣିଗୋଛା ନୂଆଗାଁର କୁନି ଝିଅ ବେବୀ ହତ୍ୟାକାଣ୍ଡ : ବେବିର ପରିବାରକୁ ସମସ୍ତ ପ୍ରକାରର ସହାୟତା ଦେବାକୁ ଦାବୀ କଲେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ମୃତା ବେବୀର ପରିବାରକୁ ଭେଟିଲେ ନୟାଗଡ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ

ଭୁବନେଶ୍ୱର :ରାଜ୍ୟରେ ଶିଶୁ ହତ୍ୟା ଘଟଣା ଦିନକୁ ଦିନ ବୃଦ୍ଧି ପାଇଚାଲିଛି । ଗୋଟିଏ ପରେ ଗୋଟିଏ ଲୋମହର୍ଷଣକାରୀ ଶିଶୁ ହତ୍ୟାକାଣ୍ଡ ଘଟଣା ଜନମାନସକୁ ଦୋହାଲାଇ ଦେଉଛି । ଅତୀତ ଘଟଣାରୁ ରାଜ୍ୟ ସରକାର ଏବଂ ପ୍ରଶାସନ କୈାଣସି ଶିକ୍ଷା ଲାଭ କରୁନାହାନ୍ତି । ଅନ୍ୟ ପଟେ ଶାସକ ବିଜୁ ଜନତା ଦଳର ଅପାରଗତା ଓ ଅସମ୍ବେଦନହୀନତା ମନୋଭାବ କାରଣରୁ ରାଜ୍ୟରେ ମାଁ, ଭଉଣୀ ଏବଂ ଶିଶୁମାନଙ୍କ ପ୍ରତି ଅତ୍ୟାଚାର କ୍ରମଶଃ ବୃଦ୍ଧି ପାଇଚାଲିଛି ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି ।

ବହୁଚର୍ଚ୍ଚିତ ନୟାଗଡ ଜିଲ୍ଲା ପରୀ ହତ୍ୟାକାଣ୍ଡ ସମଗ୍ର ଦେଶରେ ଚାଂଚଲ୍ୟ ସୃଷ୍ଟି କରିଥିଲା । ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ପରେ ପୁଣି ଏକ ହୃଦୟ ବିଦାରକ ଶିଶୁ ହତ୍ୟା ଘଟଣା ସାମ୍ନାକୁ ଆସିଛି । ନୟାଗଡ ଜିଲ୍ଲା ବାଣିଗୋଛା ଥାନା ଅନ୍ତର୍ଗତ ନୂଆଗାଁର କୁନି ଝିଅ ବେବୀ ଗାଁ ଦାଣ୍ଡରେ ଖେଳୁଥିବାବେଳେ ହଠାତ୍ ନିଖୋଜ ହୋଇଯିବା ଏବଂ ଏହାର ୫ଦିନ ପରେ ଏକ ନିଛାଟିଆ ଜଙ୍ଗଲରେ ତାର ମୃତ ଦେହ ଗଳିତ ଅବସ୍ଥାରେ ଠାବ ହେବା ପୁଣି ଥରେ ପରୀ ହତ୍ୟାକାଣ୍ଡକୁ ମନେ ପକାଇ ଦେଇଛି । ବିଳମ୍ବରେ ହେଉ ପଛେ ପୋଲିସ ଅପରାଧୀକୁ ଧରିଥିବାର କହିଛି । କିନ୍ତୁ ଏଭଳି ଘଟଣା ବାରମ୍ବାର ହେବା ଅତ୍ୟନ୍ତ ନିନ୍ଦନୀୟ ଏବଂ ପ୍ରଶାସନର ବିଫଳତାକୁ ପଦାରେ ପକାଇଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି । ପୋଲିସ ବିଭାଗର “ଡଗ୍ ସ୍କାଡ୍” କୁ ସଠିକ୍ ଭାବେ ପ୍ରଶିକ୍ଷଣ ଦିଆଯାଉନଥିବା କାରଣରୁ ଏଭଳି ଜଘନ୍ୟ ଘଟଣାରେ ପୋଲିସ ଅଭିଯୁକ୍ତକୁ ଧରିବାରେ ବିଫଳ ହେଉଛି ବୋଲି  ଶ୍ରୀମତୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।

ଶ୍ରୀମତୀ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ନୟାଗଡ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ଅର୍ଚ୍ଚନା ଦାଶଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ମୃତା ବେବୀର ପରିବାରକୁ ଭେଟି ସାନ୍ତ୍ୱନା ଦେବା ସହ ଘଟଣା ସଂପର୍କରେ ଅବଗତ ହୋଇଥିଲେ । ଅଭିଯୁକ୍ତ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ  ପାଇଁ ତୁରନ୍ତ ବିହୀତ ପଦକ୍ଷେପ ନେବା ପାଇଁ ପୋଲିସ ଓ ପ୍ରଶାସନ ନିକଟରେ ଦାବୀ ଜଣାଇଛନ୍ତି । ଏଥି ସହ ମୃତ ଶିଶୁକନ୍ୟାର ପରିବାରକୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିବା ପାଇଁ ମଧ୍ୟ ଦାବୀ ଜଣାଇଛନ୍ତି । ଏହି ପ୍ରତିନିଧି ଦଳରେ ସସ୍ମିତା ମିଶ୍ର, ରୁବି ମିଶ୍ରଙ୍କ ସମେତ ବହୁ ସ୍ଥାନୀୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

 

0
0
0
s2sdefault