ହେଡଲାଇନସ୍:

ଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ଅଫ ବରଗଡ (ଜାବ୍) ପକ୍ଷରୁ ବୃକ୍ଷ ରୋପଣ। 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  କଣ୍ଠ ଶିଳ୍ପୀ ତପୁ ମିଶ୍ର ଓ ଦିବଙ୍ଗତ ସାମ୍ବାଦିକ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ।

ପଦ୍ମପୁର(ଶାସକପ୍ରଶାସକ)- ଆଜି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ଅଫ ବରଗଡ (ଜାବ୍) ପକ୍ଷରୁ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଅଂଗ ଡ୍ୟାମ କଡ଼ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସଂଘ୍ ର ସଭାପତି ରବି ପଣ୍ଡା ଙ୍କ ପୌରହିତ୍ୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ କରୋନା ରେ ପ୍ରାଣ ହରାଇଥିବା ଦିବଙ୍ଗତ କଣ୍ଠ ଶିଳ୍ପୀ ତପୁ ମିଶ୍ର ଓ ଦିବଙ୍ଗତ ସାମ୍ବାଦିକ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯିବା ସହ ପ୍ରଥମ ବୃକ୍ଷ ଟି ତପୁ ମିଶ୍ର ଙ୍କ ସ୍ମୃତି ରେ ରୋପଣ କରାଯାଇଥିଲା। ସଂଘ ପକ୍ଷରୁ ଜନ ସାଧାରଣଙ୍କୁ ଅକସିଯଜେନ ଯୋଗାଇବା, ଜନ ସାଧାରଣଙ୍କୁ ସାମାଜିକ ବନୀକରଣ ପାଇଁ ଉତ୍ସାହିତ କରିବା ଓ ଅଂଗ ଡ୍ୟାମ ପାର୍ଶ୍ଵରେ ଏକ ପିକନିକ ସ୍ଥଳ ରେ ପରିବର୍ତନ କରିବା ଲକ୍ଷ୍ୟ ନେଇ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ଆଗାମୀ ଦିନରେ ଜିଲ୍ଲାର ସମସ୍ତ ବ୍ଲକ୍ ରେ ଥିବା ଐତିହ୍ୟ ସ୍ଥଳୀ ଓ ଦେବ ଦେବୀ ପୀଠ ସ୍ଥଳୀ ଗୁଡ଼ିକ ରେ ଏହି ଲକ୍ଷ୍ୟ ନେଇ ସଂଘ ର ସମସ୍ତ ବ୍ଲକ୍ ୟୁନିଟ ଓ ସ୍ଥାନୀୟ ଜନାଧାରଣଙ୍କ ସହଯୋଗ ରେ ବୃକ୍ଷ ରୋପଣ ଜାରି ରଖିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ର ଏହି କାର୍ଯ୍ୟକ୍ରମ କୁ ଜାବ ର ଗାଇସିଲେଟ ୟୁନିଟ ସଂଯୋଜନା କରିଥିବା ବେଳେ  ସ୍ଥାନୀୟ ସରପଞ୍ଚ , ଗାଇସିଲେଟ ରେଞ୍ଜ ବନ ବିଭାଗ ଓ   ଡ୍ୟାମ କର୍ମଚାରୀ  ସହଯୋଗ କରିଥିଲେ। ଆଜି ର ସମସ୍ତ କାର୍ଯ୍ୟକ୍ରମ ରେ ଜାବ ର ସାଧାରଣ ସମ୍ପାଦକ ଯୁଧିଷ୍ଟିର ମହାପାତ୍ର, ଯୁଗ୍ମ ସମ୍ପାଦକ ସଞ୍ଜୀବ ପୁରୋହିତ, କୋଷାଧ୍ୟକ୍ଷ ହେମନ୍ତ ନାୟକ,ଅଫିସ୍ ସମ୍ପାଦକ ବଦ୍ରି ପ୍ରସାଦ ସାହୁ, ଗାଇସିଲେଟ ବ୍ଲକ ଉପାଧ୍ୟକ୍ଷ ପ୍ରଣୟ ସାହୁ, ଥାନା ଅଧିକାରୀ ସୁଷମା କୁଅଁର,ସରପଞ୍ଚ ଙ୍କ ପ୍ରତିନିଧି ଭରତ ଦାଶ, ଦେବଦତ୍ତ କ୍ଲବ ର ସଂପାଦକ କାହ୍ନୁ ଚରଣ ମାଝି ,ଫରେଷ୍ଟ ଗାର୍ଡ ଦେବେନ୍ଦ୍ର ପ୍ରଧାନ, ଜାବ ର ସଦସ୍ୟ ସଚ୍ଚିଦାନନ୍ଦ ପାତ୍ର,ରଞ୍ଜିତ ଦାଶ, ଜୟସିଂହ ପ୍ରଧାନ, ଦୁର୍ଗା ପ୍ରସାଦ ତ୍ରିବେଦୀ, ଝାସକେତନ୍ ସାହୁ,ଶିବ ବିଶ୍ୱାଳ, ରିଙ୍କୁ ଦେବତା, ରଙ୍କମନି ସାହୁ, ପ୍ରଭାକର ଦାଶ,ବିନାୟକ ଗୁରୁ,ବଳରାମ ବାଗ,ମନୋଜ ଭୋଇ,ଭୀମ ଦୁବସାଗର,ହେମନ୍ତ ସାହୁ,ନୀଳକଣ୍ଠ ଦୀପ, ବନ ବିଭାଗର ନିତ୍ୟାନନ୍ଦ କୁମ୍ଭାର, ଦାମୋଦର ବିଶ୍ଵାଳ, ଗ୍ରାମ୍ୟ କମିଟି ର ବେଦପତି ମଟାରୀ,ବିଜୟ ବାଗ ପ୍ରମୁଖ ସାମିଲ ହୋଇଥିଲେ।

0
0
0
s2sdefault