ହେଡଲାଇନସ୍:

ବର  ହେବା ଭାଗ୍ୟରେ ନାହିଁ ,କରୋନାରେ ଗଲେ ଆରପାରିକୁ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ତିହିଡ଼ି (ସେଖ ଅବଦୁଲ ଫିତର): ବିବାହ ସାମଗ୍ରୀ ମଧ୍ୟ କିଣା ସରିଥିଲା । ହେଲେ ଏ କରୋନା ରୂପି ରାକ୍ଷସ ଛଡେଇନେଲା ମା ଠାରୁ ପୁଅକୁ ।ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଅସୁରାଳୀ  ଅଞ୍ଚଳର ନାଥ ସାହିରେ । ପ୍ରାଣବନ୍ଧୁ ନାଥାଙ୍କ ୨୮ ବର୍ଷର ପୁଅ ଚନ୍ଦ୍ରମଣି ଗତ ୧୧ ତାରିଖରେ ବିବାହ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ସରିଥିଲା କିନ୍ତୁ ୩ ଦିନ ପୂର୍ବରୁ ଲଗ୍ନ ମଧ୍ୟ ହୋଇଥିଲା ହେଲେ ତାପରଦିନ ହଠାତ ଜର ହେବାରୁ କରୋନା ଟେଷ୍ଟ କଲେ ପଜେଟିବ୍ ଆସିଲା ସେଥିପାଇଁ ବିବାହ ଘୁଞ୍ଚାଇ ଆସନ୍ତା୧୮ ତାରିଖ ପାଇଁ ଧାର୍ଯ୍ୟ କରିଥିଲେ ଉଭୟ ପରିବାର । ବିବାହ ଦିନ ଯେତେ ପାଖେଇ ଆସୁଥାଏ ଦେହ ମଧ୍ୟ ଭଲ ହେବାକୁ ଲାଗିଲା । ପରିବାର ଲୋକ ରୋସିଆ ,ଟେଣ୍ଟ ,ବରଗାଡି ଓ ବର ପାଇଁ ଲୁଗାପଟା ପର୍ଯ୍ୟନ୍ତ କିଣା ସରିଗଲା | ଟେଣ୍ଟ ବାଲା ଘର ଆଗରେ ବାଉଁଶ ଆଣି ରଖିଦେଇଗଲା | ହେଲେ ହଠାତ ପୁଅର ନିଶ୍ୱାସ ନେବାର କଷ୍ଟ ଅନୁଭବ କରି ପରିବାର ଲୋକଙ୍କୁ ଡାକିଲେ | ଆଉ ପରିବାର ଲୋକ ଘରକୁ ଡାକ୍ତର ଡାକି ଦେଖିଲେ ପୁଅର ଅକ୍ସିଜେନ ଲେବୁଲ କମି ଯାଉଛି । ମେଡ଼ିକାଲ ନେବାପାଇଁ ପ୍ରସ୍ତୁତ ହେଉଥିବା ସମୟରେ ପୁଅର ମୃତ୍ୟୁ ଘଟଲା । ଗ୍ରାମବାସୀ ମାନେ ଶବ ସତ୍କାର ପାଇଁ କେଇ ଆସିଲେ ନାହିଁ ସ୍ଥାନୀୟ ସରପଂଚ , ବ୍ଲକ ପ୍ରଶାସନ ଓ ମେଡ଼ିକାଲ କର୍ମଚାରୀ ସହଯୋଗରେ ଶବ ସତ୍କାର କରାଗଲା । ଏବେ ସାରା ଜିଲ୍ଲାରେ ଏବେ ଶୋକର ଛାୟା ଖେଳିଯାଇଛି

0
0
0
s2sdefault