ହେଡଲାଇନସ୍:

ଭାରଚ୍ୟୁଆଲ ମୋଡ଼ରେ ମୟୂରଭଞ୍ଜରେ ଦୁଇଟି ଅକ୍ସୀଜେନ ପ୍ଲାଣ୍ଟ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା,(ଦିଲ୍ଲୀପ ମହାନ୍ତି ): ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାସ୍ଥିତ ପିଆରଏମ ମେଡିକାଲ କଲେଜ ଓ ହାଡ଼ପିଟାଲରେ ରାଜ୍ୟ ସରକାର ପ୍ରତିଷ୍ଠା କଲେ ଦୁଇଟି ଅକ୍ସୀଜେନ ପ୍ଲାଣ୍ଟ। ୧୩ହଜାର ଲିଟର କ୍ଷମତା ବିଶିଷ୍ଟ ତରଳ ମେଡିକାଲ ଅକ୍ସୀଜେନ(ଏଲଏମଓ) ପ୍ଲାଣ୍ଟ ପିଆରଏମରେ ପ୍ରତିଷ୍ଠା ହେଲା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏଲଏମଓ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ରାଜ୍ୟ ଅକ୍ସୀଜେନ ପରିଚାଳନା ଟାସ୍କଫୋର୍ସ ଗତ ମାସ ୨୫ରେ କରିଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତି ନିଆଯାଇଥିଲା। ଉକ୍ତ ନିଷ୍ପତ୍ତି ଅନୁସାରେ ଜୁନ ୧୮ ଜିଲ୍ଲାରେ ଦୁଇ ଅକ୍ସୀଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ଥର କାର୍ଯ୍ୟକ୍ରମ ଭାରଚ୍ୟୁଆଲ ମୋଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଦେଇଛନ୍ତି।

ବାରିପଦାରେ ମୟୂରଭଞ୍ଜ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପଞ୍ଚାୟତିରାଜ, ପାନୀୟଜଳ, ଗୃହ ନିର୍ମାଣ-ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ବିଜେଡି ବିଧାୟକ ରାଜ କିଶୋର ଦାସ, ସାଂସଦ ମମତା ମହାନ୍ତ, କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି , କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ ପ୍ରମୁଖଙ୍କ ସହ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଓ ବିଭିନ୍ନ ପ୍ରଶାସନିକ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ଉଭୟ ଅକ୍ସୀଜେନ ପ୍ଲାଣ୍ଟ ସର୍ବାଧିକ ୧୨ ସପ୍ତାହ ମଧ୍ୟରେ କାର୍ଯ୍ୟକାରୀ ହେବ ବୋଲି ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ମୟୂରଭଞ୍ଜ ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଗତ ମାସରେ ଘୋଷଣା କରିଥିଲେ। 

 

0
0
0
s2sdefault