ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ତଥା ପୌର-ପରିଷଦରେ ଆରମ୍ଭ ହୋଇଛି ଦ୍ଵିତୀୟ ପର୍ଯ୍ୟାୟ ୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପ୍ରଥମ ଡୋଜ୍ କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ ।
ଏହି ଟୀକାକରଣ କାର୍ଯ୍ୟକ୍ରମ ସହରରେ ଆଜି ଏବଂ ଆସନ୍ତା କାଲି (୧୭ ଓ ୧୮ତାରିଖ ୨ ଦିନ ) ପାରଳାଖେମୁଣ୍ଡି ସହରର ୮ଟି କେନ୍ଦ୍ରରେ ଯଥା :- ଜିଲ୍ଲା ମୁଖ୍ୟଚିକିତ୍ସାଳୟ , ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର , ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର , ଟାଉନ୍ ହଲ୍ , ମହାରାଜା ଓଡ଼ିଆ ବାଳିକା ବିଦ୍ୟାଳୟ , ଗାନ୍ଧୀ ମେମୋରିଆଲ୍ ସ୍କୁଲ ବ୍ଳକ (ଏ) ଓ ଗାନ୍ଧୀ ମେମୋରିଆଲ୍ ସ୍କୁଲ ବ୍ଳକ (ବି) , ଆରଏମସି କଟନ ୟାର୍ଡ ସେଣ୍ଟରରେ ଟୀକାକରଣ ଦେବାର ବ୍ୟବସ୍ଥା ରହିଛି ।
ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ୪ ହଜାର ୫ ଶହ ଟୀକା ଆସିଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ୨ ଦିନ ପାଇଁ ୩ ହଜାର ଟୀକା ଆସିଛି। ପ୍ରତ୍ୟେକ ଦିନ ୮ଟି କେନ୍ଦ୍ରରେ ୧୫ ଶହ ଟୀକା ଦିଆଯିବା ବ୍ୟବସ୍ଥା ହୋଇଛି।
ଟୀକା ନେବାପାଇଁ ଏହି ବୟସର ବ୍ୟକ୍ତି ମାନେ ଏଥିପାଇଁ ଖୋଲା ଯାଇଥିବା କୋଇନ୍ ପୋର୍ଟାଲ ରେ ନାମ ପଞ୍ଜିକରଣ କରିଥିଲେ ଏବଂ ଗତ ୧୬ ତାରିଖ ଦିନ ଅପରାହ୍ନ ୪ଟା ଠାରୁ ସ୍ଲଟ ବୁକିଙ୍ଗ କରିଥିଲେ।
ଦୀର୍ଘ ଦିନର ଅପେକ୍ଷା କରିବା ପରେ ଏହି କୋଭିଡ୍ ଟୀକାକରଣର ସୁଯୋଗ ସେମାନଙ୍କୁ ମିଳିଥିବା ଯୋଗୁଁ ବହୁ ସଂଖ୍ୟାରେ ଯୋଗ୍ୟ ହିତାଧିକାରୀ ମାନେ ଆଗ୍ରହର ସହ ଆସି ପ୍ରତିଖ୍ୟାଳୟରେ ଅପେକ୍ଷା କରି ଟୀକାକରଣ ପାଇଁ ପଞ୍ଜିକରଣ କରିଥିଲେ।
ଟୀକା ନେବାପରେ ସେମାନଙ୍କୁ ୩୦ ମିନିଟ୍ ପର୍ଯ୍ୟନ୍ତ ନିରୀକ୍ଷଣ କକ୍ଷରେ ବସାଯାଇଥିଲା ।
ଏ ସମ୍ପର୍କରେ ଟୀକା ନେଇଥିବା ଦୁଇ ଜଣ ଯୁବତୀ ହିତାଧିକାରୀ ମୋନାଲି ଆଚାର୍ଯ୍ୟ ଓ ରାଜଶ୍ରୀ ପଟ୍ଟନାୟକ ଏବଂ ୨ ଜଣ ଯୁବକ ରଣଜିତ ମହାନ୍ତି ଓ ଅଭିନାଶ ପରିଛା କହିଛନ୍ତି ଯେ , ଆମେ ଟୀକା ନେବାପରେ କୌଣସି ପ୍ରକାର ପାର୍ଶ୍ଵ ପ୍ରତିକ୍ରିୟା ଦେଖାଦେଇନି ଆମେ ସୁସ୍ଥ ଅଛୁ । ଏହି କୋଭିଡ୍ ଟୀକା ସମ୍ପୂର୍ଣ୍ଣ ନିରାପଦ ସୁରକ୍ଷିତ , ଏହି ଟୀକା ସମସ୍ତେ ନିଅନ୍ତୁ ଏବଂ କୋରନା ମୁକ୍ତ ସମାଜ ଗଠନ କରିବା ଦିଗରେ ସହାୟକ ହୁଅନ୍ତୁ ବୋଲି କହିଥିଲେ।
ଅନ୍ୟ ପକ୍ଷରେ ବିଶେଷ କରି ଏହି କୋଭିଡ୍ ଟୀକା ନେବାର ସୁଯୋଗ ଆମକୁ ମିଳିଥିବା ଯୋଗୁଁ ଆମେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି କହିଥିଲେ ।
ଜିଲ୍ଲା କୋଭିଡ୍ ଟୀକା ଇଂଚାର୍ଜ ଡାଃ ଏମ୍:ଏସ୍: ମୁନୀରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାଧାନରେ ସହରର ୮ ଟି କେନ୍ଦ୍ରରେ ଟୀକାକରଣ କାର୍ଯ୍ୟକ୍ରମ ଆଗେଇ ଚାଲିଛି ।
ଭଣ୍ଡାରୀ ସାହି ସ୍ଥିତ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଚାଲିଥିବା କୋଭିଡ୍ ଟୀକାକରଣର ସମସ୍ତ କାର୍ଯ୍ୟକ୍ରମ ଡାଃ ସୁବ୍ରତ ଜମାଦାର , ଏକାଉଣ୍ଟାଣ୍ଟ ଶ୍ରୀ ଜିତେନ୍ଦ୍ର କୁମାର କରାଡ଼ ଏବଂ ୟୁପିଏମ: ଶୁଭଲକ୍ଷ୍ମୀ ସାହୁଙ୍କ ପରିଚାଳନାରେ ଏଏନଏମ: ଟି:ବିଜୟଲକ୍ଷ୍ମୀ ଏବଂ ଏଏନଏମ:- ପି:ଦୀପ୍ତି ଆସିଥିବା ସମସ୍ତ ଲାଭାର୍ଥୀ ମାନଙ୍କୁ ଟୀକା ଦେଇଥିଲେ ।
ସେହିଭଳି ସହରର ଅନ୍ୟାନ୍ୟ ୭ ଟି କେନ୍ଦ୍ରରେ ସମ୍ପୃକ୍ତ କେନ୍ଦ୍ର ମାନଙ୍କର ଶିକ୍ଷକ/ଶିକ୍ଷୟତ୍ରି ମାନଙ୍କ ସମେତ ପୌର ପରିଷଦର ଅଧିକାରୀ ଓ କର୍ମଚାରୀ ମାନଙ୍କ ପରିଚାଳନାରେ ପ୍ରିୟଙ୍କା ଦାସ , ଏଏନଏମ: ନିବେଦିତା ପାଢ଼ୀ , ଏଏନଏମ: ବିଜୟଲକ୍ଷ୍ମୀ ପାଢ଼ୀ ଏବଂ ଉଲ୍ଲାସିନୀ ଲିମା ପ୍ରମୁଖ ଆସିଥିବା ଲାଭାର୍ଥୀ ମାନଙ୍କୁ କୋଭିଡ୍ ଟୀକା ଦେଇଥିଲେ ।