ହେଡଲାଇନସ୍:

ବିଶ୍ୱ ରକ୍ତଦାତା ଦିବସରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୁଚିଣ୍ଡା- ଉପଖଣ୍ଡ ପ୍ରତିନିଧି (ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଠାରେ ବିଶ୍ୱ ରକ୍ତଦାତା ଦିବସ ଅବସରରେ କୁଚିଣ୍ଡା ବିଜେଡି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ନଗର ସଭାପତି ସଞ୍ଜୟ ବେହେରା, ଯୁବ ବିଜେଡି ସଭାପତି ବିଜୁ ସାହୁ , ନୃପଲାଲ ଦେବ ଛାତ୍ର ସଭାପତି ଅଭିଳାଶ ଅଗ୍ରୱାଲ, ବାମରା ବ୍ଲକ ସଭାପତି ରାଜୁ ଶୁକ୍ଳା,ଅଜିତ ମହାପାତ୍ର, ବ୍ଲକ ଉପାଧ୍ୟକ୍ଷ ପୂର୍ଣ୍ଣ କିସାନ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଶିବିରରେ ୨୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l କୁଚିଣ୍ଡା ରକ୍ତଭଣ୍ଡାର  ଟେକ୍ନିସିଆନ ପ୍ରମୋଦ ପଟେଲ ଏବଂ କର୍ମଚାରୀଙ୍କୁ କୁଚିଣ୍ଡା ବିଧାୟକ ସମ୍ବର୍ଦ୍ଧିତ କରିଥିଲେ l

0
0
0
s2sdefault