ହେଡଲାଇନସ୍:

ୟାସ ମୁକାବିଲା : ମାହାଙ୍ଗା ନିର୍ବାଚନମଣ୍ଡଳୀରେ ପ୍ରସ୍ତୁତିର ସମୀକ୍ଷା କଲେ ମନ୍ତ୍ରୀ ପ୍ରତାପ ଜେନା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ବାତ୍ୟା ୟାସକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ମାହାଙ୍ଗା ବିଧାୟକ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ନିଜ ନିର୍ବାଚନମଣ୍ଡଳୀରେ ୟାସ ପାଇଁ ପ୍ରସ୍ତୁତିର ସମୀକ୍ଷା ବୈଠକ ଭର୍ଚ୍ୟୁଏଲ ମାଧ୍ୟମରେ କରିଛନ୍ତି | ଆଜି  ମାହାଙ୍ଗା ବ୍ଲକ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ପ୍ରଶାସନିକ ଅଧିକାରୀ ଏବଂ ଦୁଇ ବ୍ଲକ ର ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଅଧ୍ୟକ୍ଷାଙ୍କ ସହ ଆଲୋଚନା କରିବା ସହ ୟାସ ମୁକାବିଲା ପାଇଁ ସବୁ ପ୍ରକାର ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଥିଲେ |  ପ୍ରତ୍ୟେକଟି ଜୀବନ ମୂଲ୍ୟବାନ ହୋଇଥିବାରୁ ଏହି ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ଜେନା ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେବାକୁ ନିର୍ଦେଶ ଦେଇଛନ୍ତି |

0
0
0
s2sdefault