ହେଡଲାଇନସ୍:

ୟସ୍ ବାତ୍ୟା  ମୁକାବିଲା: ପ୍ରସ୍ତୁତିକୁ ନେଇ କ୍ଷେତ୍ର ପରିଦର୍ଶନ ପୂର୍ବକ ସ୍ଥିତାବସ୍ଥାକୁ ସମୀକ୍ଷା କଲେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ସମସ୍ତ ବାତ୍ୟା ଆଶ୍ରୟସ୍ଥଳକୁ ପାନୀୟ ଜଳ ଓ ବିଦ୍ୟୁତ  ଯୋଗାଣ ବ୍ୟବସ୍ଥା ଉପରେ ଗୁରୁତ୍ୱ

  • କଚ୍ଚା ଘରେ ରହୁଥିବା ବ୍ୟକ୍ତିମାନଙ୍କୁ ନିରାପଦ ସ୍ଥାନକୁ ଯିବା ନିମନ୍ତେ ପରାମର୍ଶ

ବାରିପଦା(ଦିଲ୍ଲୀପ ମହାନ୍ତି )- ଦକ୍ଷିଣ-ପୂର୍ବ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେରେ ସୃଷ୍ଟି ହୋଇଥିବା ୟସ୍ ବାତ୍ୟା ମେ ୨୬ରେ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ଦେଖା ଦେଇଛି । ପାଣିପାଗ ବିଭାଗ ସୂଚନା ମତେ ସାମୁଦ୍ରିକ ଝଡ ‘ୟସ୍’  ସମ୍ଭାବ୍ୟ ଝଡ଼ବାତ୍ୟା ଓ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । କରୋନା ଲଢେ଼ଇ ଜାରି ରହିଥିବା ବେଳେ ଆସୁଛି ୟସ୍ ବାତ୍ୟା । ମୟୂରଭଞ୍ଜ ଜିଲ୍ଲା ପ୍ରତି ଏହି ବାତ୍ୟା ପ୍ରାକୃତିକ ବିପର୍ଯ୍ୟୟ ଘଟାଇବାର ଯଥେଷ୍ଟ ସମ୍ଭାବନା ରହିଥିବାରୁ ଜିଲ୍ଲା ପ୍ରଶାସନ ପ୍ରତି ଏକ ଆହ୍ୱାନ ହୋଇଛି । ‘ୟସ୍’ ବାତ୍ୟା ଦ୍ୱାରା ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରଖ ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହେବାର ପୂର୍ବାନୁମାନ କରାଯାଇଛି । ଏହି ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ନିମନ୍ତ ଜିଲ୍ଲା ପ୍ରଶାସନ ସମସ୍ତ କ୍ଷେତ୍ରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏଥି ନିମନ୍ତେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ ଘନ ଘନ ଭିଡ଼ିଓ କନଫରେନସିଂରେ ବୈଠକ ଡ଼କାଇ ପ୍ରସ୍ତୁତିର ସମୀକ୍ଷା କରିବା ପରେ ଆଜି ପୂର୍ବାହ୍ନରେ ପ୍ରସ୍ତୁତିକୁ ନେଇ କ୍ଷେତ୍ର ପରିଦର୍ଶନ ପୂର୍ବକ ସ୍ଥିତାବସ୍ଥାକୁ ସମୀକ୍ଷା କରିଥିଲେ ମୟୂରଭଞ୍ଜ  ଜିଲ୍ଲାପାଳ ବିନିତ ଭରଦ୍ୱାଜ । ସେ ବାରିପଦା ପୌରପରିଷଦର ୱାଡର଼୍ ନମ୍ବର ୭ରେ ମହେଶ ବିଦ୍ୟାଳୟ ପରିସରରେ ରହିଥିବା ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ ସମୟରେ ଗଣମାଧ୍ୟମର ପ୍ରତିନିଧିମାନଙ୍କ ପକ୍ଷରୁ ୟସ୍ ବାତ୍ୟାକୁ ନେଇ ପ୍ରଶାସନିକ ପ୍ରସ୍ତୁତି ସମ୍ପର୍କରେ କରାଯାଇଥିବା ପ୍ରଶ୍ନର ଉତ୍ତରରେ କହିଥିଲେ, ଜିଲ୍ଲାରେ ଥିବା ସମସ୍ତ ବାତ୍ୟା ଆଶ୍ରୟସଦ୍ଥଳ ଗୁଡ଼ିକ ପ୍ରସ୍ତୁତ କରାଯାଇଥିବା ବେଳେ ଆବଶ୍ୟକ ସଂଖ୍ୟକ ସରକାରୀ ବିଦ୍ୟାଳୟ ଓ ସରକାରୀ କୋଠାଗୁଡ଼ିକୁ ଆଶ୍ରୟସ୍ଥଳ ଭାବେ ପ୍ରସ୍ତୁତ କରାଯାଉଥିବା ବେଳେ ସେଗୁଡ଼ିକରେ ପାନୀୟ ଜଳ, ବିଦୁ୍ୟତ ଯୋଗାଣ ଓ ଔଷଧର ବ୍ୟବସ୍ଥା କରାଯାଇଛି । ଏଥି ସହିତ ଖାଦ୍ୟର  ବ୍ୟବସ୍ଥା କରାଯାଇଛି ।  କରୋନାକୁ ଦୃଷ୍ଟିରେ ରଖି ବାତ୍ୟା ଆଶ୍ରୟସ୍ଥଳ ଗୁଡ଼ିକ ବିଶୋଧନ କରାଯାଉଛି । ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ ହେବାକୁ ଥିବା ଜନସାଧାରଣ ସାମାଜିକ ଦୂରତା ପାଳନ ସହ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଆଯାଇଛି । ଯେଉଁମାନଙ୍କର ମାସ୍କ ନ ଥିବ ସେମାନଙ୍କୁ ଆଶ୍ରୟସ୍ଥଳରେ ମାସ୍କ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଆସନ୍ନ ପ୍ରସବା ଗର୍ଭବତୀ ମା’ମାନଙ୍କୁ ହସପିଟାଲରେ ଭିର୍ତ୍ତି ହେବା ନିମନ୍ତେ ପରାମର୍ଶ ଦିଆଯାଇଛି । ଡ଼ାକ୍ତରୀ ମୋବାଇଲ ଟିମକୁ ପ୍ରସ୍ତୁତ କରାଯାଇଛି । ନଦୀ ତଳିଆ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବାତ୍ୟା ପୂର୍ବରୁ ନିରାପଦ ଆଶ୍ରୟସ୍ଥଳକୁ ଚାଲିଆସିବା ନିମନ୍ତେ ପରାମର୍ଶ ଦିଆଯାଇଛି । ଜନସାଧାରଣଙ୍କୁ ସଚେତନ କରାଇବାର ବ୍ୟବସ୍ଥା କରାଯାଇଛି । ବାତ୍ୟା ପ୍ରଭାବରେ ଯେପରି କୌଣସି ଜଣେ ହେଲେ ବ୍ୟକ୍ତିର କ୍ଷତି ନ ଘଟେ ସେ ଦିଗରେ ସମସ୍ତ ବ୍ୟବସ୍ଥା କରାଯାଇଛି । ଏଥି ସହିତ ଅତ୍ୟାବଶକୀୟ ସାମଗ୍ରୀ, ଚୁଡ଼ା, ଗୁଡ଼, ମହମବତୀ, ଦିଆସିଲି, ପାନୀୟ ଜଳ, ଜେନେରେଟର, ପାୱାର କଟର, ଜେସିବି ମେସିନ, ଯାନବାହାନ, ବୁଟ ଆଦି ସମସ୍ତ ଆନୁସଙ୍ଗିକ ସରଞ୍ଜାମଗୁଡ଼ିକୁ ପ୍ରସ୍ତୁତ ରଖିବା ପାଇଁ ସମସ୍ତ ବିଡ଼ିଓ, ତହସିଲଦାର, ଜିଲ୍ଲା ଶିକ୍ଷାଧିକାରୀ, ଯୋଗାଣ ବିଭାଗ ଅଧିକାରୀ, ଅଗ୍ନିଶମ ବିଭାଗର ଅଧିକାରୀ ପ୍ରମୁଖଙ୍କୁ ପରାମର୍ଶ ଦିଆଯାଇଥିବା ବେଳେ ଝଡ଼ବାତ୍ୟା  ସମୟରେ ବିଦ୍ୟୁତ ସରବରାହ, ରାସ୍ତାଘାଟ, ଯୋଗାଯୋଗ ବ୍ୟବସ୍ଥା, ନଦୀ ଓ ଆଡ଼ିବନ୍ଧ ଆଦି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ  ଦିଆଯାଇଛି । ଏଥି ସହିତ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଚିକିତ୍ସାଳୟଗୁଡ଼ିକରେ ଆବଶ୍ୟକ ଔଷଧ ଗଚ୍ଛିତ ରଖିବା, ମୋବାଇଲ ଆମ୍ବୁଲାନ୍ସ ସେବାର ବ୍ୟବସ୍ଥା କରିବା, ଡ଼ାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ସଜାଗ ରହିଛନ୍ତି । ୟସ୍କୁ ନେଇ ଜନସାଧାରଣ ଆତଙ୍କିତ ନ ହେବା ନମନ୍ତେ ପରାମର୍ଶ ଦିଆଯାଇଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମକୁ କାର୍ଯ୍ୟକ୍ଷମ କରାଯାଇଥିବାର ଜଣାପଡ଼ିଛି । ଯେକୌଣସି ଆପତକାଳୀନ ପରିସ୍ଥିତି ସମୟରେ ଉଦ୍ଧାର କାର୍ଯ୍ୟ, ସ୍ଥାନାନ୍ତର ଆଦି କରାଇବା ନିମନ୍ତେ ଗୋଟାଏ  ଏନଡ଼ିଆରଏଫ, ୨ଟି ଓଡ଼ରାଫ ଟିମ ଜିଲ୍ଲା ମୁଖ୍ୟାଳୟରେ ପ୍ରସ୍ତୁତ ହୋଇରହିଛନ୍ତି । ଗ୍ରୀଷ୍ମ ଋତୁ ହୋଇଥିବା କାରଣରୁ ନଦୀ ନାଳ ଆଦିରେ ଜଳପତନ ବୃଦ୍ଧିପାଇ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ଆଶଙ୍କା କମ୍ ରହିଥିବା ବେଳେ ପ୍ରବଳ , ଅତି ପ୍ରବଳ ବର୍ଷା ଏବଂ ପବନ କାରଣରୁ ହେବାକୁ ଥିବା କ୍ଷୟକ୍ଷତିକୁ ମୁକାବିଲା କରିବା ସଙ୍ଗେ ସଂଗେ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଥିଲେ । 

 

 

0
0
0
s2sdefault