ହେଡଲାଇନସ୍:

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଆତ୍ମହତ୍ୟା ପାଇଁ ପ୍ରବର୍ତାଇଥିଲେ ଘର ମାଲିକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ପ୍ରେମରେ ସ୍ୱୀକୃତି ଦାବି କରି ଚାଲିଗଲା ଯୁବତୀଙ୍କ ଜୀବନ

  • ଘର ମାଲିକ ଗିରଫ, ପୁଲିସ ତଦନ୍ତରେ ମାନିଲେ

  • ବୁଢ଼ାବଳଙ୍ଗ ନଦୀରୁ ମିଳିଲା ମୃତ ଯୁବତୀଙ୍କ ମୋବାଇଲ

ବାରିପଦା/ ଦିଲ୍ଲୀପ ମହାନ୍ତି : ବିବାହିତ ପୁରୁଷ ସହିତ ପ୍ରେମ ସମ୍ପର୍କ ଏବଂ ପରେ ସ୍ବୀକୃତି ପାଇବାରେ ବିଫଳତା ଜଣେ ଯୁବତୀଙ୍କ ପ୍ରାଣ ନେଇଗଲା। ଗତ ୨୦ ତାରିଖରେ ବାରିପଦା ଟାଉନ ଥାନା ଅମ୍ବିକା ସାହିରେ ଜନୈକା ଯୁବତୀ ଏକତା ଦାସ(୨୫)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ପରଦାଫାସ କରିଛି ପୁଲିସ । ଯୁବତୀଙ୍କ ମୃତ୍ୟୁ ଘଟଣାରେ ସପନ କୁମାର ମହାପାତ୍ର ଓରଫ ଟିଟୁ(୪୩)କୁ ଗିରଫ କରିଛି ପୁଲିସ। ଟାଉନ ଥାନା ଲାଲବଜାର ଅଞ୍ଚଳରେ ରହୁଥିବା ବେତନଟୀ ଥାନା ମୁକ୍ତାରପୁର ଅଞ୍ଚଳର ଟିଟୁ ଓରଫ ତପନ କୁମାର ମହାପାତ୍ର(୪୩) ସହିତ ମୃତ ଯୁବତୀଙ୍କର ବର୍ଷେରୁ ଅଧିକ ହେବ ପ୍ରେମ ସମ୍ପର୍କ ଥିଲା। ଏହି ସମ୍ପର୍କକୁ ସ୍ୱୀକୃତି ଦେବାକୁ ମୃତ ଯୁବତୀ ଜଣଙ୍କ ବାରମ୍ବାର ଦାବି କରୁଥିଲେ। ତେବେ ଟିଟୁ ବିବାହିତ ହୋଇଥିବାରୁ ଏହି ସମ୍ପର୍କକୁ ମାନ୍ୟତା ଦେଇପାରୁନଥିଲେ ସେ। ଘଟଣା ଦିନ ଯୁବତୀ ଜଣଙ୍କ ତାଙ୍କ ପାଇଁ ଖାଇବା ଆଣିଥିଲେ। ମାତ୍ର ଅଭିଯୁକ୍ତ ଯୁବକ ନଖାଇ ଆଉ ଏକ ସ୍ଥାନକୁ ଚାଲିଯାଇଥିଲେ। ପୁନର୍ବାର ଉକ୍ତ ସ୍ଥାନକୁ ଆସିଲାବେଳକୁ ଏକତା ଆତ୍ମହତ୍ୟା କରିଥିବା ପୁଲିସ ନିକଟରେ ବୟାନ ଦେଇଛନ୍ତି ଟିଟୁ। ଏକତାଙ୍କ ମରଶରୀର କୁ ତଳକୁ ଆଣିବା ପରେ ଭୟରେ ତାଙ୍କ ମୋବାଇଲ ସିମ ଓ ମେମୋରି କାର୍ଡ ଖୋଲି ମୋବାଇଲକୁ ନିକଟସ୍ଥ ବୁଢ଼ାବଳଙ୍ଗ ନଦୀରେ ଫିଙ୍ଗିଦେଇଥିବା ସ୍ୱୀକାର କରିଛି ଅଭିଯୁକ୍ତ। ମୃତ ଏକତାଙ୍କ ସହିତ ଟିଟୁଙ୍କର ମୋବାଇଲରେ ବାରମ୍ବାର କଥା ହୋଇଥିବା ପୁଲିସ ସିଡ଼ିଆର ଟ୍ରାକିଂ ରୁ ପ୍ରମାଣ ପାଇଛି। ଟିଟୁ ଉପରେ ସନ୍ଦେହ ହେବାରୁ ପୁଲିସ ତାକୁ ଅଟକ ରଖି ପଚରାଉଚୁରା ପରେ ସବୁ ସତ ଓଗାଳିଛି। ମୃତ ଏକତାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିବା ରୁ ଆରମ୍ଭ କରି ସବୁ କଥା କହିଛି ଟିଟୁ। ପୁଲିସ ଏନେଇ ଅଭିଯୁକ୍ତକୁ ଜଣେ ଯୁବତୀ ଙ୍କୁ ଆତ୍ମହତ୍ୟା ନିମନ୍ତେ ପ୍ରବର୍ତ୍ତାଇ ଥିବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ଅଭିଯୁକ୍ତ ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହେବ ବୋଲି ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି । ଅଭିଯୁକ୍ତ ବିବାହିତ ଯୁବକ ତପନ ପୁଲିସ ସମ୍ମୁଖରେ ନିଜେ କରିଥିବା  ଅପରାଧକୁ ନେଇ ସ୍ବୀକାରୋକ୍ତି ଦେବା ପରେ  ତାକୁ ଗିରଫ କରାଯାଇଛି। ମୃତ ଯୁବତୀ ଏକତାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତାଙ୍କ ଭଉଣୀ ହିମାନୀ ଦାସ ବାରିପଦା ଟାଉନ ଥାନାରେ ତାଙ୍କ ଭଉଣୀଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ କରିଥିଲେ। 

0
0
0
s2sdefault