ହେଡଲାଇନସ୍:

ଭଦ୍ରକରେ ସ୍ୱତନ୍ତ୍ର ରିଲିଫ କମିଶନର ; ସମ୍ଭାବ୍ୟ ବାତ୍ୟା 'ୟଶ' ର ମୁକାବିଲା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ତତ୍ପର । 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ) ;ଭଦ୍ରକରେ ବାତ୍ୟାର ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କରାଯାଇଛି l ଏହି ବୈଠକରେ ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା । ଏହି ଉପଲକ୍ଷେ ସ୍ୱତନ୍ତ୍ର ରିଲିଫ କମିଶନର ବାଲେଶ୍ୱରରୁ ଭଦ୍ରକ ଆସି ବାତ୍ୟା ମୁକାବିଲାର ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦୀର୍ଘ ସମୟ ଧରି ସମୀକ୍ଷା କରିବା ସହିତ ସମୁଦ୍ର ଉପକୂଳରେ ଥିବା ଥାନା ଅଧିକାରୀ ମେଡିକାଲ ଅଫିସର ଏବଂ ବିଡ଼ିଓ ଓ ତହସିଲଦାରଙ୍କ ସହିତ ଆଲୋଚନା କରିଥିଲେ । ତେବେ ବାତ୍ୟା ଯେହେତୁ ଓଡିଶା ଉପକୂଳରେ କିମ୍ବା ରାଜ୍ୟ ବାହାରେ ଲ୍ୟାଣ୍ଡଫଲ କରିବ ତାର ପ୍ରଭାବ ରେ ୩ ଶହ ମି.ମି. ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ପବନର ଗତି ମଧ୍ୟ୍ୟ ଅତ୍ୟଧିକ ହେବାର ସୂଚନା ମିଳିଛି ।ସେଥିପାଇଁ ସମୁଦ୍ର ଉପକୂଳରେ ଥିବା ବାସୁଦେବପୁର ଓ ଚାନ୍ଦବାଲି ସହିତ ଜିଲ୍ଲାର ଅନ୍ୟ ୫ ଗୋଟି ବ୍ଲକରେ ମଧ୍ୟ୍ୟ ବାତ୍ୟା ମୁକାବିଲା କାର୍ଯ୍ୟକୁ ଜୋରଦାର କରାଯିବାକୁ ସେ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ! ସେହିପରି ଭାବେ ଲୋକଙ୍କୁ ସମୁଦ୍ର ଉପକୁଳ ଠାରୁ ୩ କି.ମି ମଧ୍ୟରେ ଥିବା ସବୁ କଚ୍ଚାଘର ଥିବା ଲୋକଙ୍କୁ ବାତ୍ୟା ସେଲଟରକୁ ସ୍ଥାନାନ୍ତରିତ କରାଯିବ ! ୪ ଗୋଟି NDRF ଟିମ ଓ ଓଡ୍ରାଫ ଟିମକୁ ବିଭିନ୍ନ ସ୍ଥାନକୁ ପଠାଯିବ । ଶହେରୁ ଅଧିକ ଟାୱାର ଲାଇଟ ବ୍ୟବସ୍ଥା କରାଯାଇଛି । ପାନୀୟଜଳ ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ସହିତ ବାତ୍ୟାରେ ବିଦୂତ ସରବରହା ବିଛିନ୍ନ ହେଲେ ତୁରନ୍ତ ସଂଯୋଗ କରାଯିବା ନେଇ ନିର୍ଦ୍ଧେଶ ଦେଇଛନ୍ତି SRC । ସେହିପରି ଭାବେ ବାତ୍ୟା ଆଶ୍ରୟସ୍ଥଳକୁ ଆସୁଥିବା ସମସ୍ତ ଲୋକମାନଙ୍କୁ ଆଣ୍ଟିଜେନ ଟେଷ୍ଟ କରାଯିବ ବୋଲି କହିଛନ୍ତି । ସେହିପରି ଜିରୋ କାଜୁଆଲଟିକୁ ଗୁରୁତ୍ୱ ଦେବା ସହିତ ଲୋକମାନେ ବାତ୍ୟା ସମୟରେ ଘରୁନ ବାହାରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଅନୁଷ୍ଠିତ ଏହି ଜରୁରୀ ସମୀକ୍ଷା ବୈଠକରେ ଜିଲ୍ଲାପାଳ,ଏସପିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

0
0
0
s2sdefault