ହେଡଲାଇନସ୍:

ସ୍ୱାଧିନ ଚେତା ଓ ନିର୍ଭିକ ସମାଜ ଚିନ୍ତକ ଥିଲେ କିଶନ ପଟ୍ଟନାୟକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗାନ୍ଧୀ ଭବନରେ ସମାଜବାଦୀ କିଶନ ପଟ୍ଟନାୟକଙ୍କ ଜନ୍ମ ଦିବସ ପାଳିତ

29-06-18-kissan.jpg - 83.74 kB

ବଲାଙ୍ଗିର /ନିରୋଜ ମିଶ୍ର  -   ସ୍ୱାଧିନ ଚେତା ଓ ନିର୍ଭିକ ସମାଜ ଚିନ୍ତକ ଥିଲେ କିଶନ ପଟ୍ଟନାୟକ । ରାଜ୍ୟରେ କୃଷକ ଆନେ୍ଦାଳନର ସେ ଥିଲେ ଜଣେ ମୁଖ୍ୟ ପୁରୋଧା । ଏକ ଶୋଷଣହୀନ, ନ୍ୟାୟ ଆଧାରିତ ଓ ସମତା ଭିତ୍ତିକ ସାମାଜିକ ବ୍ୟବସ୍ଥା ଗଠନ ତାଙ୍କର ନୀତି ଓ ଆଦର୍ଶ ଥିଲା । ସୁବିଧାବାଦୀ ରାଜନୀତିକୁ ସେ ପସନ୍ଦ କରୁ ନଥିଲେ । ତାଙ୍କ ଭଳି ଜଣେ ବିଦ୍ୱାନ ଓ ଶାଣିତ ସ୍ୱର ବର୍ତ୍ତମାନ ବିରଳ । ଏ ମତ ପ୍ରକାଶ ପାଇଛି ସ୍ଥାନୀୟ ଗାନ୍ଧୀ ଭବନ ଠାରେ  କିଶନ ପଟ୍ଟନାୟକ ସ୍ମୃତି କମିଟୀ ତରଫରୁ ଆୟୋଜିତ କିଶନ ପଟ୍ଟନାୟକଙ୍କ ଜନ୍ମ ଦିବସ ପାଳନ ଅବସରରେ । ସ୍ମୃତି କମିଟୀର ସଭାପତି ଯୁଜେଷ୍ଟି ମେହେରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ଲକ୍ଷ୍ମଣ ଚନ୍ଦ୍ର ହୋତା, ମୁଖ୍ୟ ବକ୍ତା ଭାବେ ସୂଚନା ଓ ଅଧିକାର କର୍ମୀ ହେମନ୍ତ ପଣ୍ଡା, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଓ ଅଧ୍ୟାପକ କୃଷ୍ଣ ଚନ୍ଦ୍ର ନାଏକ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ୱର୍ଗତ କିଶନ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।  କାର୍ଯ୍ୟକ୍ରମରେ ସତ୍ୟନାରାୟଣ ପାଣିଗ୍ରାହି, ରାଜେଶ କୁମାର ପାଣିଗ୍ରାହି, ପ୍ରଶାନ୍ତ ମହାକୁର, ଶିତାଂସୁ ଶେଖର ବିଶ୍ୱାଲ, ଅଜିତ କୁମାର ବେହେରା,  ଉଗ୍ରସେନ ରଣା, ଦାମୋଦର ସେଠୀ, ଏଲ, କେ. ଦାସ, ସରୋଜ ଚନ୍ଦନ, ଯିଶାୟ ବାଗ, ଟିକଲ ପୁଟେଲ ପ୍ରମୁଖ ଯୋଗଦେଇ ସ୍ୱର୍ଗତ କିଶନ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିଥିଲେ । 

 

0
0
0
s2sdefault