ହେଡଲାଇନସ୍:

ନବ ଉତ୍କଳର ନିର୍ମାତା ପାରଳା ମହାରାଜାଙ୍କ ୧୩୦ ତମ ଜୟନ୍ତୀ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :  ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର , ଭାଷାଭିତ୍ତିକ ରାଷ୍ଟ୍ର ନିର୍ମାଣର ବଳିଷ୍ଠ ବିନ୍ଧାଣୀ , ଅଗ୍ରପୂଜ୍ୟ , ଚୀର-ସ୍ମରଣୀୟ ତଥା ବନ୍ଦନୀୟ , ପୁଣ୍ୟଶ୍ଳୋକ ପୁଣ୍ୟାତ୍ମା , ଅମ୍ଳାନ ବ୍ୟକ୍ତିତ୍ୱ , ଓଡ଼ିଆ ସ୍ୱାଭିମାନି ମହାପୁରୁଷ ତଥା ସମସ୍ତ ଉତ୍କଳବାସୀଙ୍କ ପାଇଁ ଗୌରବର ସ୍ବାକ୍ଷର ବହନ କରୁଥିବା ଉତ୍କଳ ପୁରୁଷ ତଥା ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ ପାରଳା ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୦ ତମ ଜନ୍ମ-ଜୟନ୍ତୀ , ତାଙ୍କ ପବିତ୍ର ଜନ୍ମ-ମାଟି ପାରଳାଖେମୁଣ୍ଡି ଠାରେ ଆଜି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଉତ୍କଳ ସମ୍ମିଳନୀ ପକ୍ଷରୁ କୋଭିଡ୍ କଟକଣା ଯୋଗୁଁ ନିରାଡ଼ମ୍ବରରେ ପାଳିତ ହୋଇଯାଇଛି। 

ଏହି ଅବସରରେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ସମାଧିପୀଠ ଠାରେ  ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଓ ଜିଲ୍ଲା ଉତ୍କଳ ସମ୍ମିଳନୀର ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ , ଉତ୍କଳ ସମ୍ମିଳନୀର କର୍ମକର୍ତ୍ତା ଓ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ପୁଷ୍ପମାଲ୍ୟ ଦେଇ ମହାନ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । 

ସେହିଭଳି ବଜାର ଛକ ଓ ପୌର ପରିଷଦ କାର୍ଯ୍ୟାଳୟ ଠାରେ ଥିବା ପାରଳା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଓ  ଜିଲ୍ଲା ଉତ୍କଳ ସମ୍ମିଳନୀର ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ବିନୋଦ ଚନ୍ଦ୍ର ଜେନା , ଜଗଦିଶ ମହାସପାତ୍ର , ଡିଆଇପିଆରଓ ଶ୍ରୀ ପ୍ରଭାକର ତ୍ରିପାଠୀ , ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ରାଉତ ଏବଂ ଡିସିପିୟୁ ଶ୍ରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଓ ପୁଷ୍ପ ଦେଇ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। 

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା କହିଥିଲେ ଯେ ,  ସ୍ୱତନ୍ତ୍ର ଭାଷାଭିତ୍ତିକ ଉତ୍କଳ ପ୍ରଦେଶ ଗଠନରେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଅବଦାନ ଅତୁଳନୀୟ । ସମଗ୍ର ଓଡ଼ିଶାବାସୀ ତଥା ଓଡ଼ିଆ ଜାତି ତାଙ୍କପ୍ରତି ଚିରରୁଣୀ ।  

ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ୧୮୯୨ ମସିହା ଅପ୍ରେଲ ୨୬ ତାରିଖ ଆଜିର ଦିନରେ  ଜନ୍ମଗ୍ରହଣ କରିଥିଲେ । ତାଙ୍କ କର୍ମମୟ ଜୀବନରେ ସେ କୃଷି , ଜଳସେଚନ , ଗମନାଗମନ , ସ୍ୱାସ୍ଥ୍ୟ , କ୍ରୀଡା  , କଳା ଓ ସଂସ୍କୃତି କ୍ଷେତ୍ରରେ ବହୁତ କିଛି ଉନ୍ନତି ମୂଳକ କାର୍ଯ୍ୟ କରି ଯାଇଛନ୍ତି  । 

ତେଣୁ ତାଙ୍କ କର୍ମମୟ ଜୀବନକୁ ପାଥେୟ କରି ତଥା ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମକୁ ଉନ୍ନତି ପଥରେ ଆଗେଇ ଯିବାକୁ ହେବ ବୋଲି କହିଥିଲେ ।

0
0
0
s2sdefault