ହେଡଲାଇନସ୍:

ଆଜିଠାରୁ ପୁଣି କାର୍ଯ୍ୟକ୍ଷମ ହେଲା କିମ୍ସ ବାଙ୍କିଶୋଳ କୋଭିଡ଼ ହସପିଟାଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ବ୍ଲକର ବାଙ୍କିଶୋଳଠାରେ ଥିବା କିସ୍ କ୍ୟାମ୍ପସ ପରିସରରେ ଆଜି ପୁଣି ଥରେ କାର୍ଯ୍ୟକ୍ଷମ ହେଲା କିମ୍ସ କୋଭିଡ଼ ହସପିଟାଲ । ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଏହାକୁ ଲୋକାର୍ପିତ କରାଇଛନ୍ତି । ୧୧୦ ଶଯ୍ୟା ବିଶିଷ୍ଟ ଉକ୍ତ କୋଭିଡ଼ ହସପିଟାଲରେ ୨୦ଟି ଆଇସିୟୁ, ୧୦ଟି ଏଚଡ଼ିୟୁ ଓ ୧୦ଟି ଭେଣ୍ଟିଲେଟର ମଧ୍ୟ ପ୍ରସ୍ତୁତ ରହିଥିବା ସମୟରେ ୪୦ ଜଣ ଡ଼ାକ୍ତର, ନର୍ସ ଓ ପାରା ମେଡ଼ିକାଲ ଷ୍ଟାଫ ନିୟୋଜିତ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ, ଓଡ଼ିଶାରେ କରୋନାର ପ୍ରଥମ ଲହର ସମୟରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଉଦ୍ୟମ କ୍ରମେ ତଥା ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନ ଓ ଜିଲ୍ଲା ପ୍ରଶାସନର ସହଯୋଗରେ ଗତ ୨୦୨୦ ଏପ୍ରିଲ ୨୦ରେ ବାଙ୍କିଶୋଳସ୍ଥିତ କିସ୍ କ୍ୟାମ୍ପସ ପରିସରରେ ଏକ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସପିଟାଲ କାର୍ଯ୍ୟ ଆରମ୍ଭ କରିଥିଲା ଏବଂ ଜିଲ୍ଲାରେ କୋଭିଡ଼-୧୯ ସଂକ୍ରମିତମାନଙ୍କ ସଂଖ୍ୟା ହ୍ରାସ ପାଇ ନିର୍ଣ୍ଣାୟକ ସ୍ଥିତିକୁ ଆସିଯାଇଥିବାରୁ ଏହି ହସପିଟାକୁ ବନ୍ଦ କରିଦିଆଯାଇଥିଲା । ଏହି ସମୟରେ ମୟୂରଭଞ୍ଜ ଜିଲ୍ଲାରୁ ବହୁ କରୋନା ପଜିଟିଭ ରୋଗୀ ଉକ୍ତ ହସପିଟାଲ ଦ୍ୱାରା ବିଶେଷ ଭାବେ ଉପକୃତ ହୋଇପାରିଥିଲେ । କରୋନାର ଦ୍ୱିତୀୟ ଲହର ସମୟରେ ପୁଣି ଥରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ କିମ୍ସ ଉପରେ ଆସ୍ଥା ପ୍ରକଟ କରି କିମ୍ସ ଉପରେ କରୋନା ପଜିଟିଭ ଆକ୍ରାନ୍ତମାନଙ୍କୁ ଚିକିତ୍ସା ପ୍ରଦାନ ନିମନ୍ତେ ଗୁରୁ ଦାୟିତ୍ୱ ଅର୍ପଣ କରିଛନ୍ତି ।  ଉକ୍ତ ହସପିଟାଲ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ହେବ ଏବଂ ଆସନ୍ତା ୭ ଦିନ ମଧ୍ୟରେ ହସପିଟାଲର ବେଡ଼ ସଂଖ୍ୟା ୨୦୦କୁ ବୃଦ୍ଧି କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ସେହିପରି କିମ୍ସ ହସପିଟାଲର ନୋଡ଼ାଲ ଅଫିସର ଡ଼ାକ୍ତର ସରୋଜ ସାହୁ ହସପିଟାଲରେ ରୋଗୀମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ସାଙ୍ଗକୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି ବୋଲି କହିଛନ୍ତି । 

 

 

 

 

 

 

 

 

 

 

 

 

 

0
0
0
s2sdefault