ହେଡଲାଇନସ୍:

ମୟୂରଭଞ୍ଜ: ଆଜି ଜିଲ୍ଲାରୁ ୧୮୦ କରୋନା ପଜିଟିଭ ଚିହ୍ନଟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୨୬ ଦିନରେ ୧,୬୪୫ ଜଣ କୋଭିଡ଼-୧୯ ଭୁତାଣୁ ସଂକ୍ରମିତ ଓ ୬୩୦ ସୁସ୍ଥ ।

ବାରିପଦା(ଦିଲ୍ଲୀପ ମହାନ୍ତି )-  ଏପ୍ରିଲ ୨୬  ଓଡ଼ିଶାରୁ ଚିହ୍ନଟ ହୋଇଥିବା ୬,୫୯୯ କରୋନା ପଜିଟିଭ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ୧୮୦ ଜଣ କରୋନା ଆକ୍ରାନ୍ତ ରହିଥିବା ସମୟରେ  ଜିଲ୍ଲାରେ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୧୬,୦୭୩ରେ ପହଁଞ୍ଚିଛି । ସେହିପରି ଏପ୍ରିଲ ୨୬ ପର୍ଯ୍ୟନ୍ତ ଜିଲ୍ଲାରୁ  ୧୫,୦୧୪ ଜଣ ସୁସ୍ଥ ହୋଇ ଫେରିଥିବା ସମୟରେ ୯୬୬ ଜଣ ସକ୍ରିୟ ଥାଇ ହୋମ ଆଇସୋଲେସନ, କୋଭିଡ଼ କେୟାର ସେଣ୍ଟର, କୋଭିଡ଼ ହସପିଟାଲ, ବାରିପଦା ପିଆରଏମ ମେଡ଼ିକାଲ ସ୍ଥିତ ସ୍ୱତନ୍ତ୍ର ୱାଡର଼୍ ଓ କଟକ-ଭୂବନେଶ୍ୱର ଆଦିରେ ଚିକିତ୍ସା ହେଉଛନ୍ତି । ଜିଲ୍ଲାରୁ ଚଳିତ ଏପ୍ରିଲ ମାସର ୨୬ ତାରିଖ ମଧ୍ୟରେ ୧,୬୪୫ ପଜିଟିଭ କେଶ ସମ୍ମୁଖକୁ ଆସିଥିବା ବେଳେ ୬୩୦ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏଥି ସହିତ ଆଜି ପର୍ଯ୍ୟନ୍ତ ଜିଲ୍ଲାରୁ କୋଭିଡ଼-୧୯ ଭୂତାଣୁରେ ଆକ୍ରାନ୍ତ ଥାଇ ଚିକିତ୍ସାଧୀନ ଅବସ୍ଥାରେ ମୋଟ ୯୩ ଜଣଙ୍କର ମୃତ୍ୟୁ  ହୋଇଥିବାର ଜଣାପଡ଼ିଛି । 

0
0
0
s2sdefault