ହେଡଲାଇନସ୍:

ଅନଲାଇନ କାର୍ଯ୍ୟକ୍ରମ ' କବିର୍ କଲମେ କରୋନା ' ଉଦଘାଟିତ 

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଲେଖନୀ  ମାଧ୍ୟମରେ କୋଭିଡ ସଚେତନତା ବାର୍ତ୍ତା ଦେଲେ କବିମାନେ 

ପଦ୍ମପୁର:ସଂପ୍ରତି କୋଭିଡର ସ୍ଥିତ ଗୁରୁତର ହୋଇ ଚାଲିଥିବା ବେଳେ ବିଶ୍ଵବ୍ୟାପୀ ସଚେତନା ନିମନ୍ତେ ସଂଗ୍ରାମର ଆବଶ୍ୟକତା ରହିଛି । ନିଜଘରେ ରହି କବି ଲେଖକ ମାନେ ମଧ୍ୟ  କଲମ ମୂନରେ ଲୋକଙ୍କୁ ସଚେତନ କରିବାର ଦରକାର ରହିଛି ବୋଲି ଅନଲାଇନରେ ସୃଜନ ଓ ପରବାସୀ କୁଟୁମ୍ବ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ' କବିର୍ କଲମେଁ କରୋନା ' ପ୍ରଥମ ସିରିଜରେ ମତପ୍ରକାଶ ପାଇଛି । ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କ ପୌରୋହିତ୍ୟ ରେ ଆୟୋଜିତ ଏହି ସଚେତନଧରମୀ ଧାରାବାହିକ କାର୍ଯ୍ୟକ୍ରମ କୁ ପଦ୍ମଶ୍ରୀ ହଳଧର ନାଗ ଉଦଘାଟନ କରି କବିତା ମାଧ୍ୟମରେ ସଚେତନତାର ବାର୍ତ୍ତା ଦେଇଥିଲେ । ରସରାଜ କବି  ଅଚ୍ୟୁତ ପୁରୋହିତ,କବି ଅଶୋକ କୁମାର ପୂଜାହାରୀ,ବିପ୍ଳବୀ କବି ନିତୀଶ ଆଚାର୍ଯ୍ୟ ଓ କ୍ରାନ୍ତିକବି ହରିପାଲ ସାହୁ କାର୍ଯ୍ୟକ୍ରମରେ ଯୋଗଦାନ କରି କୋଭିଡ ଉପରେ ସ୍ବରଚିତ କବିତା ଆବୃତ କରି ସମାଜ ପାଇଁ ଚେତନା ବାର୍ତ୍ତା ଦେଇଛନ୍ତି । ପରବାସୀ କୁଟୁମ ସଂପାଦକ ଉମାକାନ୍ତ ଭୋଇ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଶେଷରେ ଦେବାଶିଷ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମଟି ଫେସବୁକ ଓ ୟୁଟୁବରେ ଅପଲୋଡ ହୋଇ ଚେତନା ବାର୍ତ୍ତାକୁ ଅଧିକ ପ୍ରସାରିତ କରାଯିବା ସହିତ ଏହି ଧାରାବାହିକ କାର୍ଯ୍ୟକ୍ରମକୁ ଆଗକୁ ଜାରି ରହିବ ବୋଲି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ୟୋକ୍ତା ସୁଶାନ୍ତ ମିଶ୍ର କହିଛନ୍ତି   ।

0
0
0
s2sdefault