ହେଡଲାଇନସ୍:

ଚାଲିଗଲେ ପୂର୍ବତନ ସାଂସଦ ସୁଗ୍ରୀବ ସିଂ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି (ଗଗନ କୁମାର ପ୍ରଧାନ): ପୂର୍ବତ୍ତନ କନ୍ଧମାଳ ସାଂସଦ ସୁଗ୍ରୀବ ସିଂଙ୍କ ଗତ କାଲି ରାତ୍ରିରେ ଦେହାନ୍ତ ହୋଇଛି I ମୃତ୍ୟୁ ବେଳକୁ ସାଂସଦଙ୍କ ବୟସ ୫୬ ବର୍ଷ ହେଉ ଥିଲା I ସାଂସଦ କିଛି ଦିନ ପୂର୍ବେ କରନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉ ଥିଲେ I ସେ ଜଣେ ଏକା ଧାରରେ ସାମ୍ବାଦିକି, ରାଜନୀତିଜ୍ଞ ଏବଂ ସଂଗଠକ ଥିଲେ I  ସାଂସଦଙ୍କ ଦେହାନ୍ତ କଥା ପ୍ରଚାରିତ ହେବା ପରେ ସମଗ୍ର କନ୍ଧମାଳ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି । କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ବରର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ I ସୂଚନା ଅନୁଯାୟୀ, ସ୍ବର୍ଗତ ସୁଗ୍ରୀବ କନ୍ଧମାଳ ଜିଲ୍ଳାର ଜଣେ ଲୋକ ପ୍ରିୟ ନେତା ଥିଲେ । ଏଥି ସହିତ ସେ ଜଣେ ସାମ୍ବାଦିକ ଭାବେ ନିଜ ଜୀବନ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ସେ ଫୁଲବାଣୀ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧକ୍ଷ ଓ ୨୦୦୪-୨୦୦୯ରେ ଫୁଲବାଣୀ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଅଗଷ୍ଟ ୧, ୧୯୬୩ରେ ସୁଗ୍ରୀବ କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡିର ଠାରେ ଜନ୍ମ ଗ୍ରହଣ କରିଥିଲା I ପରବର୍ତ୍ତୀ ସମୟରେ ଫୁଲବାଣୀ ସହରରେ ଆସି ରହିବା ସହିତ କିଛି ବର୍ଷ ହେଲାଣି ନିଜ ପରିବାର ସହିତ ଭୁବେନେଶ୍ୱର ସ୍ଥିତ ଆର୍ୟ୍ୟପଲ୍ଲୀରେ ରହୁଥିବା ଜଣାପଡିଛି I

0
0
0
s2sdefault