ହେଡଲାଇନସ୍:

ଭଦ୍ରକରେ ଡିଜିପି ଅଭୟ : ପୁଲିସ ସୁରକ୍ଷା ବ୍ୟବସ୍ଥା ଓ ଭଦ୍ରକବାସୀଙ୍କୁ ପ୍ରଶଂସା କଲେ । 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ): ଭଦ୍ରକ ଜ଼ିଲ୍ଲାରେ କ୍ରମାଗତ ଭାବେ କୋଭିଡ ପଜିଟିଭ ସଂଖ୍ୟା ବଢ଼ି ବଢ଼ି ଚାଲିଛି, ତେବେ ଏହି ସଂକ୍ରମଣକୁ ରୋକିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ସହିତ ଏନ୍ଫୋର୍ସମେଣ୍ଟ କରାଯାଇଛି । ଏପରିସ୍ଥଳେ ଆଜି ରାଜ୍ୟ ପୋଲିସ ଡିଜି ଅଭୟ ଭଦ୍ରକ ଜ଼ିଲ୍ଲା ଗସ୍ତକୁ ଆସି ଜ଼ିଲ୍ଲାରେ କୋଭିଡ ସ୍ଥିତି ଓ ପୋଲିସ ସୁରକ୍ଷା ବ୍ୟବସ୍ଥା ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ। ପୁଲିସର ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଉପରେ ଜ଼ିଲ୍ଲା ପୋଲିସ ମୁଖ୍ୟାଳୟରେ ସମୀକ୍ଷା କରିଥିଲେ ।

ଏହି ସମୀକ୍ଷା ବୈଠକରେ ଏଡିଜି ଯଶୱନ୍ତ ଜେଠୱା, ପୂର୍ବାଞ୍ଚଳ ଆଇଜି ଦିପ୍ତେସ ପଟ୍ଟନାୟକ ଓ ଭଦ୍ରକ ଏସପି ଚରଣ ସିଂ ମିନାଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ । ତେବେ କରୋନା ମୁକାବିଲାରେ ଭଦ୍ରକ ପୋଲିସ ଭଲ କାର୍ଯ୍ୟକ୍ରମ କରିବା ସହିତ ଭଦ୍ରକ ଜନସାଧାରଣ ପୋଲିସ, ପ୍ରଶାସନକୁ ସହଯୋଗ କରୁଥିବାରୁ ଡିଜିପି ଅଭୟ ଭଦ୍ରକବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ସେହିପରି ସମୀକ୍ଷା ବୈଠକରେ ଉପସ୍ଥିତ ଥିବା ଏଡିଜି ଯସବନ୍ତ ଯେଠବା କହିଥିଲେ ଯେ, ଭଦ୍ରକ ଜ଼ିଲ୍ଲାରେ ବିଭିନ୍ନ ସୀମାକୁ ଜଗିବା ପାଇଁ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି ! ତେବେ ବର୍ତ୍ତମାନ ସୁଦ୍ଧା ୪୯ଟି ଟ୍ୟାଙ୍କର ଯୋଗେ ୮୬୯ ମେଟ୍ରିକ ଟନ ଅକ୍ସିଜେନ ବର୍ତମାନ ଉତ୍ତରପ୍ରଦେଶ, ହରିୟାନା , ମଧ୍ୟପ୍ରଦେଶ, ତେଲେଙ୍ଗାନା, ଦିଲ୍ଲୀ ଆଦି ରାଜ୍ୟକୁ ପଠା ସରିଛି | ଏହିସବୁ ଅକ୍ସିଜେନ ଅନଗୁଳ, ଯାଜପୁର, ଢେଙ୍କାନାଳ, ରାଉରକେଲା ଆଦି ସ୍ଥାନରୁ ଲୋକଙ୍କ ସୁରକ୍ଷା ପାଇଁ ଯାଉଛି । ସେଥିପାଇଁ ପୋଲିସ ଦ୍ଵାରା ତାଙ୍କ ନେତୃତ୍ୱରେ ସୁରକ୍ଷିତ ଭାବେ ରାଜ୍ୟ ବର୍ଡର ପର୍ଯ୍ୟନ୍ତ ପଠାଇବାର ସୁବ୍ୟବସ୍ଥା କରାଯାଇଛି । ସେହିପରି ପ୍ରତ୍ୟେକ ଜ଼ିଲ୍ଲାରେ ଏସପିଙ୍କ ନେତୃତ୍ୱରେ ମଧ୍ୟ ସ୍ୱତନ୍ତ୍ର ଟିମ ମେଡିକାଲରେ ମହଜୁଦ ଥିବା ଅକ୍ସିଜେନକୁ ତଦାରଖ କରୁଥିବା କଥା ଏଡିଜି କହିଛନ୍ତି ।

0
0
0
s2sdefault