ହେଡଲାଇନସ୍:

 ସାତ ଦିନ ପାଇଁ ସଟଡାଉନ ହବ ପାଇକମାଲ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ବରଗଡ଼ ଜିଲ୍ଲାରେ କାୟା ବିସ୍ତାର କରିବାରେ  ଲାଗିଛି ମହାମାରୀ କୋରୋନାର । ଅକାରଣରେ ମହାମାରୀ ର ଶିକାର ହୋଇ ଜୀବନ ହରାଉଛନ୍ତି ବହୁ ଲୋକ । ଲୋକଙ୍କର ଧନ ଜୀବନର ସୁରକ୍ଷା ପାଇଁ ତଥା ମହାମାରୀ କୁ ରୋକିବା ପାଇଁ ଆଜି ପାଇକମାଲ ତହସିଲଦାର ଙ୍କର ଅଫିସରେ ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଙ୍କର ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏହି ବୈଠକରେ ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର , ବିଡ଼ିଓ ଶ୍ରୀ ସୁରେନ୍ଦ୍ର କୁମାର ମେହେର ,ପାଇକମାଳ ଥାନା ଅଧିକାରୀ  ବିଶ୍ୱଜିତ ମନବୋଧ, ପାଇକମାଲ ନାଗରିକ କମିଟିର ସଭାପତି ଶ୍ରୀ ମନୋଜ କୁମାର ତ୍ରିବେଦୀ, ବଣିକ ସଂଘର ସମ୍ପାଦକ ଶ୍ରୀ ସୁବ୍ରତ ସାହୁ , ଉପସଭାପତି ଡାକ୍ତର ଛୋଟୁ ଅଗ୍ରୱାଲ , ନବୀନ ଅଗ୍ରୱାଲ , ମୁକେଶ ଅଗ୍ରୱାଲ , ପ୍ରମୁଖ ଯୋଗଦେଇଥିଲେ । ଏହି ବୈଠକରେ ବଣିକ ସଂଘ ତରଫରୁ ଆସନ୍ତା ମଙ୍ଗଳବାର ସନ୍ଧ୍ୟା ରୁ ପରବର୍ତ୍ତୀ ସପ୍ତାହ ବୁଧବାର ପର୍ଯନ୍ତ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ବନ୍ଦ ସମୟରେ ପ୍ରତ୍ୟେକ ଦିନ ସକାଳେ କ୍ଷୀର , ପନିପରିବା ଓ ଫଳ ଦୋକାନ କିଛି ସମୟ ପାଇଁ ଖୋଲା ରହିବ ବୋଲି ସଂଘର ସମ୍ପାଦକ ଶ୍ରୀ ସାହୁ ଜଣାଇଛନ୍ତି । ଅଂଚଳ ବାସୀ ସମସ୍ତ ନିୟମକୁ ପାଳନ କରି ଏହି ବନ୍ଦ କୁ ସହଯୋଗ କରିବେ ବୋଲି ନାଗରିକ କମିଟିର ସଭାପତି ଶ୍ରୀ ତ୍ରିବେଦୀ ଜଣାଇଛନ୍ତି ।\

 

0
0
0
s2sdefault