ହେଡଲାଇନସ୍:

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ପୁନଃଆରମ୍ଭ : ଦି ମାସ ମିଳିବ ୫ କେଜି ଲେଖାଏ ଚାଉଳ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପିଏମଜିକେଏୱାଇରେ ଦୁଇ ମାସ ପାଇଁ ୮୦ କୋଟି ଲୋକଙ୍କୁଖାଦ୍ୟାନ୍ନ ଯୋଗାଯିବା ନିଷ୍ପତି ସ୍ୱାଗତଯୋଗ୍ୟ - ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର– ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ  ଯୋଜନା(ପିଏମଜିକେଏୱାଇ) ଅଧୀନରେ ଚଳିତବର୍ଷ ମଇ ଏବଂ ଜୁନ ମାସରେ ଦେଶର ୮୦ କୋଟି ଲୋକଙ୍କୁ ମାଗଣାରେ ମାସିକ ୫ କେଜି ଖାଦ୍ୟାନ୍ନ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ନେଇଛନ୍ତି | ଏହି  ନିଷ୍ପତି ପାଇଁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି କଠିନ ସମୟରେ ଭାରତ ସରକାର ୨୬,୦୦୦ କୋଟି ଟଙ୍କା ଖର୍ଚ୍ଚରେ ଦେଶର ୮୦ କୋଟି ଲୋକଙ୍କୁ ଖାଦ୍ୟାନ୍ନ ଯୋଗାଯିବାର ନିଷ୍ପତି ସ୍ୱାଗତଯୋଗ୍ୟ । ମୋଦି ସରକାର ବର୍ତମାନର କୋଭିଡ୍  ସଂକଟରେ ସମସ୍ତଙ୍କୁ ସହାୟତା ଦେବା ସହ ଖାଦ୍ୟ ନିରାପତା ସୁନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି । 

 

କରୋନା ଲଢେଇରେ ଜିତିବା ଆମେ, ଜିତିବ ମାନବତା : ସଚେତନ ରୁହନ୍ତୁ,  ନିଜେ ସୁସ୍ଥ ରହି ଅନ୍ୟକୁ ସୁସ୍ଥ ରଖନ୍ତୁ

ନିବେଦକ : ଶାସକ ପ୍ରଶାସକ 

0
0
0
s2sdefault