ହେଡଲାଇନସ୍:

ଶୁଣ୍ଢିମୁଣ୍ଢା ଛକରେ ୨ ବାଇକ ମୁହାଁମୁହିଁ ଧକ୍କା, ୨ ଯୁବକ ମୃତ ଓ ମାଆ ଗୁରୁତର।

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

-- ଦୁର୍ଘଟଣା ସ୍ଥଳରେ ଗୁରୁତର ମାଆ ଆଗରେ ପୁଅର ଜୀବନ ଚାଲିଗଲା।

-- ଅଞ୍ଚଳରେ  ଶୋକର ଛାୟା।

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ରେଢାଖୋଲ୨୩.୦୪  ରାଞ୍ଚି- ବିଜୟୱାଡା ଜାତୀୟ ରାଜପଥ ତଥା ରେଢାଖୋଲ- ବୌଦ୍ଧ ରାସ୍ତାର ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ ରେଢାଖୋଲ ସହର ଉପକଣ୍ଠ ଶୁଣ୍ଢିମୁଣ୍ଡା ଗ୍ରାମ ଛକ ନିକଟରେ ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ୪ ଟା ବେଳେ ୨ ବାଇକ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକମାନେ ହେଲେ ରେଢାଖୋଲ ଥାନା ବଡବାହଳ ପଞ୍ଚାୟତ ଅନ୍ତର୍ଗତ ବଡ଼କୁଡ଼ା ଗ୍ରାମର ସରତ ବେହେରା(୨୫) ଓ ଅନୁଗୋଳ ଜିଲ୍ଲା କିଆକଟା ଧୁଳୀଆପଡ଼ା  ଗ୍ରାମର ଅଶୋକ ବିଶ୍ୱାଳ(୩୫)। ସେହିପରି ଏହି ଦୁର୍ଘଟଣାରେ ମୃତ ଅଶୋକଙ୍କ ମାଆ ବିଳାସିନୀ ବିଶ୍ୱାଳ(୫୭) ଗୁରୁତର ଆହତ ହୋଇଛନ୍ତି।

ପ୍ରକାଶ  ଥାଉକି,  ରେଢାଖୋଲ ସହର ଉପକଣ୍ଠ ଶୁଣ୍ଢିମୁଣ୍ଡା ଗ୍ରାମ ନିକଟରେ ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ ରେଢାଖୋଲରୁ ବୌଦ୍ଧ ଅଭିମୁଖେ ଯାଉଥିବା ଓଡ଼ି ୧୫କେ ୨୪୧୩  ନମ୍ବର ବିଶିଷ୍ଟ ବାଇକ ଓ ବିପରୀତ ଦିଗ କିଆକଟାରୁ ରେଢାଖୋଲ ଅଭିମୁଖେ ଆସୁଥିବା ଓଡ଼ି ୧୫ ପି ୦୮୧୨ ନମ୍ବର ବିଶିଷ୍ଟ ବାଇକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ଅନୁଗୋଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ ଧୂଳିଆପଡା ଗ୍ରାମର ଅଶୋକ ବିଶ୍ୱାଳଙ୍କ  ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ସେହିପରି ଅନ୍ୟ ଯୁବକ ରେଢାଖୋଲ ଥାନା ବଡ଼କୁଡ଼ା ଗ୍ରାମର ସରତ ବେହେରା ନାମକ ଯୁବକଙ୍କୁ ଗୁରୁତର ଅବସ୍ଥାରେ  ଘଟଣା ସ୍ଥଳରୁ ଉଦ୍ଧାର କରି ଅଗ୍ନିଶମ ବିଭାଗ ପକ୍ଷରୁ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ନେଇ ଯାଉଥିବା ବେଳେ ଡାକ୍ତରଖାନାରେ ଯୁବକ ଜଣକ ମୃତ୍ୟୁ ହୋଇ ଯାଇଥିଲା। ଘଟଣା ସ୍ଥଳକୁ ପୋଲିସ ପହଞ୍ଚି ଏହାର ତଦନ୍ତ କରିବା ସହ ଏକ ମାମଲା ରୁଜୁ କରିଛି। ମୃତ ଯୁବକ ମାନଙ୍କ ଶନିବାର ଦିନ ଶବ ବ୍ୟବଚ୍ଛେଦ କରା ଯିବ ବୋଲି ପୋଲିସ କହିଛି।ହେଲେ ଏହି ଦୁର୍ଘଟଣାରେ ମୃତ୍ୟୁ ଖବରକୁ ନେଇ ରେଢାଖୋଲ ଓ କିଆକଟା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

 

0
0
0
s2sdefault