ହେଡଲାଇନସ୍:

ଏଜିଙ୍କ କାର୍ଯ୍ୟବିଧି ସଂକ୍ରାନ୍ତରେ ବିଜେପି ଅଜ୍ଞ: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

Biju Janata Dal Odisha (BJD) | Political Party In Odisha

ଭୁବନେଶ୍ୱର: ଅଡିଟ ଆକାଉଣ୍ଟ ଓ ଏଜିଙ୍କ କାର୍ଯ୍ୟବିଧି ସଂକ୍ରାନ୍ତରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କର ସାମାନ୍ୟତମ ଜ୍ଞାନ ନାହିଁ । ସେ ଆଜି ଗଣମାଧ୍ୟମରେ ରଖିଥିବା ବକ୍ତବ୍ୟରୁ ଏହା ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ସୁଶ୍ରୀ ଇପ୍ସିତା ସାହୁ । 

ଲେଖାଶ୍ରୀଙ୍କ ବକ୍ତବ୍ୟର ଜବାବ ଦେଇ ସୁଶ୍ରୀ ସାହୁ କହିଛନ୍ତି ଯେ ଏଜିଙ୍କ କାର୍ଯ୍ୟଧାରା ଉପରେ ବିଜେପି ନେତ୍ରୀଙ୍କର ଧ୍ୟାନ ଧାରଣା ଥିବ ବୋଲି ଯାହା ଆଶା କରାଯାଉଥିଲା ତାହା ଆଜି ଭୁଲ୍‍ ପ୍ରମାଣିତ ହୋଇଛି । ସିଏଜି ରିପୋର୍ଟ ଆଳରେ ସେ ଆଜି ପୁଣିଥରେ ମିଥ୍ୟା, ଭିତ୍ତିହୀନ ଓ କପୋଳକଳ୍ପିତ ଆରୋପ ରଖିଛନ୍ତି । କେବେ ପ୍ରଶାସକ ତ କେବେ ନେତାମାନଙ୍କ ଉପରେ ମନଗଢା ଆରୋପ ଲଗାଉଛନ୍ତି । 

ଇପ୍ସିତା  କହିଛନ୍ତି ଯେ ଲେଖାଶ୍ରୀଙ୍କ ଏଭଳି ବକ୍ତବ୍ୟ ପଛରେ ବୋଧେ ତାଙ୍କର ପିପିଲି ଟିକେଟ୍ ନପାଇବା କାରଣ ରହିଛି । ପିପିଲି ବିଧାନସଭା ଟିକେଟରୁ  ବଞ୍ଚିତ ହେବା ସହିତ ଦିନକୁ ଦିନ ଦଳରେ ଅପ୍ରାସଙ୍ଗିକ ହୋଇପଡିବାରୁ ସେ ଏଭଳି ବକ୍ତବ୍ୟମାନ ରଖୁଛନ୍ତି । ଗଣମାଧ୍ୟମରେ ନିଜର ଉପସ୍ଥିତି ଜାହିର ପାଇଁ ବିଜେପି ନେତ୍ରୀ ଯେଉଁଭଳି ଭାବେ ମିଥ୍ୟା ଓ ମନଗଢା ଆରୋପ ଲଗାଉଛନ୍ତି ସେ ସଂକ୍ରାନ୍ତରେ ଓଡିଶାବାସୀ ବେଶ୍‍ ଭଲଭାବେ ଅବଗତ ଅଛନ୍ତି ବୋଲି ସୁଶ୍ରୀ ସାହୁ କହିଛନ୍ତି ।

 

କରୋନା ଲଢେଇରେ ଜିତିବା ଆମେ, ଜିତିବ ମାନବତା : ସଚେତନ ରୁହନ୍ତୁ,  ନିଜେ ସୁସ୍ଥ ରହି ଅନ୍ୟକୁ ସୁସ୍ଥ ରଖନ୍ତୁ

ନିବେଦକ : ଶାସକ ପ୍ରଶାସକ 

 

0
0
0
s2sdefault