ହେଡଲାଇନସ୍:

ଯୁବକଙ୍କ କୈାଶଳ ବିକାଶ ନାଁରେ ୫୬୮.୪୩ କୋଟି ଟଙ୍କା ଠକିଛନ୍ତି ରାଜ୍ୟ ସରକାର : ଲେଖାଶ୍ରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସିଏଜି ରିପୋର୍ଟରେ DDUGKY ଯୋଜନାରେ ରାଜ୍ୟ ସରକାରଙ୍କ ମହାଘୋଟାଲା ପ୍ରସଙ୍ଗ

ଭୁବନେଶ୍ୱର,  : ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦାୟୀତ୍ୱ ନେବା ପରେ ଦେଶର ଯୁବକଯୁବତୀଙ୍କୁ ରୋଜଗାର ପ୍ରଦାନ କରିବା ପାଇଁ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୈାଶଳ ଯୋଜନା କାର୍ଯ୍ୟକାରୀ କରାଇଥିଲେ । ଏହି ଯୋଜନାର ସଫଳ ରୂପାୟନ ପାଇଁ ପ୍ରଚୁର ମାତ୍ରାରେ ଅର୍ଥ ଆବଂଟନ ମଧ୍ୟ କରିଥିଲେ । ମାତ୍ର ଓଡିଶାରେ ଯୁବକଯୁବତୀମାନଙ୍କ ଦକ୍ଷତାର ବିକାଶ ସମ୍ଭବ ହୋଇପାରିଲା ନାହିଁ ବରଂ ଏହି ଯୋଜନାକୁ କାର୍ଯ୍ୟକାରୀ କରାଇବାର ଦାୟୀତ୍ୱରେ ଥିବା ରାଜ୍ୟସରକାରଙ୍କ ନିର୍ଦ୍ଧିଷ୍ଟ ମନ୍ତ୍ରୀ ଓ ଅଧିକାରୀ, ବିଭାଗୀୟ ମନ୍ତ୍ରୀ ଓ ସଚିବ ଏବଂ ଓରମାସ ସଚିବ ଓ ଅଧିକାରୀଙ୍କ ଅନୈତିକ ଭାବେ ଆର୍ଥୀକ ବିକାଶ ସମ୍ଭବ ହୋଇପାରିଛି । ସିଏଜି ପ୍ରଦାନ କରିଥିବା ସଦ୍ୟତମ ରିପୋର୍ଟରେ ଏହା ଖୁଲାସା ହୋଇଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

ସିଏଜି ରିପୋର୍ଟରେ ପ୍ରକାଶ ପାଇଥିବା ତଥ୍ୟାନୁଯାୟୀ, ରାଜ୍ୟ ସରକାର ଓଡିଶାର ଯୁବକଯୁବତୀମାନଙ୍କୁ ନିଯୁକ୍ତି ପ୍ରଦାନ ନାଁରେ ପ୍ରତାରିତ କରିଛନ୍ତି । ୨୦୧୪-୨୦୧୯ ମସିହା ଭିତରେ ଏହି ବାବଦରେ ଆସିଥିବା ୫୬୮.୪୩ କୋଟି ଟଙ୍କାକୁ ପଂଚାୟତରାଜ ବିଭାଗ ସହାୟତାରେ ରାଜ୍ୟ ସରକାର ଏବଂ ଅମଲାମାନେ ମିଳିମିଶି ସଂପୂର୍ଣ୍ଣ ହରିଲୁଟ କରିଛନ୍ତି ଏବଂ ଓଡିଶାର ଯୁବକଯୁବତୀମାନଙ୍କୁ ରୋଜଗାରରୁ ବଂଚିତ କରିଛନ୍ତି । ଦକ୍ଷତା ବିକାଶ ନାଁରେ ଓଡିଶା ଯୁବକଯୁବତୀମାନଙ୍କୁ ନିଯୁକ୍ତି ନଦେଇ ଦାଦନ ଖଟିବା ପାଇଁ ଅନ୍ୟତ୍ର ପଠେଇ ଦେଇ କେନ୍ଦ୍ର ସରକାରଙ୍କ ୫୬୮,୪୩ କୋଟି ଟଙ୍କା ଆତ୍ମସାତ  କରିଛନ୍ତି ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା, ପ୍ରମୁଖ ସଚିବ ଦେଓ ରଂଜନ ସିଂହ ଓ ଓରମାସର ନିର୍ଦ୍ଦେଶକ  ବି.ଏନ.ଦାସ ବୋଲି ଡ.ଲେଖାଶ୍ରୀ ଅଭିଯୋଗ କରିଛନ୍ତି ।

ପଂଚାୟତରାଜ ବିଭାଗ ସଚିବ ଭାବେ ଡି.କେ.ସିଂହ ଦୀର୍ଘ ୯ ବର୍ଷରୁ ଉଦ୍ଧ୍ୱର୍ ଦାୟୀତ୍ୱ ତୁଲାଉଥିବାବେଳେ ଓରମାସ୍ର ମୁଖ୍ୟ ଭାବେ ବି.ଏନ.ଦାସ ଦୀର୍ଘ ୨୧ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଦାୟୀତ୍ୱରେ ଅଛନ୍ତି ।  ରାଜ୍ୟ ସରକାରଙ୍କ ତଥ୍ୟାନୁଯାୟୀ ୫ ବର୍ଷରେ ୧୩୧୮୫୪ ଯୁବକଯୁବତୀମାନଙ୍କୁ ତାଲିମ ଦିଆଯାଇଥିବାବେଳେ ୯୭,୧୯୮ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ମାତ୍ର ଏହି ତଥ୍ୟ ୭୭ ପ୍ରତିଶତ ମିଥ୍ୟା ଓ ସେମିତି କାହାକୁ ନିଯୁକ୍ତି ମିଳିନାହିଁ । ଓରମାସର ସହଯୋଗରେ ୧୯୭.୦୫ କୋଟି ଟଙ୍କାର ପ୍ରକଳ୍ପ ଯୋଗ୍ୟତା ନଥିବା ବିଭିନ୍ନ ସଂସ୍ଥାକୁ ଦିଆଯାଇଛି ବୋଲି ସିଏଜି ନିଜ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । 

ରାଜ୍ୟରେ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୈାଶଳ ବିକାଶ ପ୍ରକଳ୍ପ ଦାୟୀତ୍ୱ ୯୫ଟି ସଂସ୍ତାକୁ ରାଜ୍ୟସରକାର ପ୍ରଦାନ କରିଥିଲେ । ଏଥି ମଧ୍ୟରୁ ୨୬ଟି ସଂସ୍ଥା ପ୍ରଥମ କିସ୍ତିରେ ୨୦.୧୧ କୋଟି ଟଙ୍କା ନେଇ ଗାୟବ ହୋଇଯାଇଥିବାର ସିଏଜି ଉଲ୍ଲେଖ କରିଛନ୍ତି । ପ୍ରକୃତରେ ଏହି ସଂସ୍ଥାଗୁଡିକ ଭୂତ ସଂସ୍ଥା ଓ ଏହି ସଂସ୍ଥା ଦ୍ୱାରା ୬୫୨୬ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଥିବା ତଥ୍ୟ ସଂପୂର୍ଣ୍ଣ ମିଛ । ଏହି ସଂସ୍ଥାଗୁଡିକୁ ଦିଆଯାଇଥିବା ଟଙ୍କାକୁ ବିଭାଗୀୟ ମନ୍ତ୍ରୀ, ସଚିବ ଓ ରାଜ୍ୟ ସରକାରଙ୍କ ଅନ୍ୟ ଅଧିକାରୀମାନେ ମିଳିମିଶି ବାଟମାରଣା କରିଛନ୍ତି ବୋଲି ଡ.ଲେଖାଶ୍ରୀ ଅଭିଯୋଗ କରିଛନ୍ତି ।

ସେହିପରି ଏଏସଡି ଏଜୁକେଶନ, ଏସକର୍ଟ ଲିମିଟେଡ, ବ୍ଲାକ ପାନ୍ଥର ସିକୁ୍ୟରିଟିଜ, କେୟାର ନାମକ ୪ଟି ସଂସ୍ଥାକୁ ତାଙ୍କ ଆର୍ଥିକ କ୍ଷମତା ବାହାରେ ୭୬.୩୪ କୋଟି ଟଙ୍କାର କାମ ଓରମାସ ଦେଇଛି । ଏହି ସଂସ୍ଥାଗୁଡିକ ମିଥ୍ୟା ନିଯୁକ୍ତି ତଥ୍ୟ ଦେଇଛନ୍ତି ଓ ଯେତିକି ତାଲିମ ଦେବା କଥା ଦେଇନାହାନ୍ତି । ବିଭାଗୀୟ ସଚିବ ସବୁ ତଥ୍ୟ ଜାଣିଥିଲେ ମଧ୍ୟ ସେହି ସଂସ୍ଥାମାନଙ୍କୁ ପୁଣି ନୂଆ ନୂଆ ପ୍ରକଳ୍ପ ଦେଇଛନ୍ତି । ଏଥିରୁ ତାଙ୍କର ପ୍ରିୟାପ୍ରିତି ତୋଷଣ ସ୍ପଷ୍ଟ ବାରି ହେଉଛି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।

ପଂଚାୟତରାଜ ସଚିବ ଦେଓରଂଜନ ସିଂହ, କୈାଶଳ ବିକାଶ ସଚିବ ସଂଜୟ ସିଂ ଓ ଓରମାସର ଏକଜୁ୍ୟକେଟିଭ ନିଦେ୍ର୍ଧଶକ ବି.ଏନ.ଦାସ ଗୋଟିଏ ଘରୋଇ କଂପାନୀ ଏଏସଡି ଏଜିକେସନର ଖର୍ଚ୍ଚରେ ଅଷ୍ଟେ୍୍ରଲିଆ ବୁଲି ମୈାଜ କରି ଫେରିବା ପରେ ସେହି ସଂସ୍ଥାକୁ ସମସ୍ତ ନିୟମକୁ ଅଣଦେଖା କରି ୨୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଦେଇଛନ୍ତି । ସେଇ ସଂସ୍ଥା ଚୁକ୍ତି ମୁତାବକ ୧୦୦୦ ଯୁବକଙ୍କୁ ତାଲିମ ଦେଇନାହିଁ କିମ୍ବା କାହାକୁ ବି ବିଦେଶରେ ନିଯୁକ୍ତି ଦେଇନାହିଁ । ଏହା ଗୋଟିଏ ପଇସା ନେଇ କାମ ଦେବା ଭଲି ଜଘନ୍ୟ ଅପରାଧ । ଏହି ୩ ଜଣଙ୍କ ବିରୁଦ୍ଧରେ ସିବିଆଇ କାର୍ଯ୍ୟାନୁଷ୍ଠାନ  ସହ ତୁରନ୍ତ ନିଲମ୍ବନ କରିବାକୁ ଡ.ଲେଖାଶ୍ରୀ ଦାବୀ କରିଛନ୍ତି ।

ଏଡୁଜବ, ଡାଟାପ୍ରୋ, ନାଇସ ଆଦି ସଂସ୍ଥା ଜାଲ ଦରମା ପ୍ରମାଣ ପତ୍ର, ଜାଲି ନିଯୁକ୍ତି ପତ୍ର, ଜାଲି ଇସଆଇସି କାର୍ଡ ଆଦି ଦେଇ ଓରମାସର ସହଯୋଗିତାରେ ୨୦ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଆତ୍ମସାତ କରିଛନ୍ତି । ଏହି ସବୁ ସଂସ୍ଥାଠାରୁ ମିଥ୍ୟା ତଥ୍ୟ ଦେଇ ପଇସା ନେଇଥିବାରୁ ୫୯.୮୩ କୋଟି ଟଙ୍କା ତୁରନ୍ତ ସୁଧ ସହ ଫେରସ୍ତ ଦିଅନ୍ତୁ ବୋଲି ଡ.ଲେଖାଶ୍ରୀ ଦାବୀ କରିଛନ୍ତି ।

0
0
0
s2sdefault