ହେଡଲାଇନସ୍:

ଚାନ୍ଦମାରେ ଜଳଛତ୍ର ଉଦଯାପିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁରରୋଡ୍ (ଜୟଶଙ୍କର ଦାଶ ) : ଚାନ୍ଦମାଠାରେ ଦୀର୍ଘ ୨ମାସ ଧରି ଚାଲିଥିବା ଜଳଛତ୍ର ଇତିମଧ୍ୟରେ ଉଦଯାପିତ ହୋଇଯାଇଛି । ଦଧିଚୀ ସମ୍ମାନପ୍ରାପ୍ତ ତଥା ଯୁବ ସାମ୍ବାଦିକ ସୁରେଶ କୁମାର ହୋତାଙ୍କ ତତ୍ତ୍ୱାବଧାନରେ ପରିଚାଳିତ ଜଳଛତ୍ର ଓ ଗୋ' ଜଳଛତ୍ର ଉଦଯାପିତ ହୋଇଛି । ଏପ୍ରିଲ ୧୪ରୁ ଆରମ୍ଭ ହୋଇଥିବା ଏହି ଜଳଛତ୍ର ଜୁନ୍ ୧୪ରେ ସମାପ୍ତ ହୋଇଛି । ଏଥିରେ ଅବସରପ୍ରାପ୍ତ ଶିକ୍ଷକ, କ୍ରୀଡ଼ାବିତ୍ ତଥା ଜଳଛତ୍ର କମିଟିର ସଭାପତି ଅଲେଖ ଚରଣ ମଲ୍ଲିକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ପ୍ରଣବ କୁମାର ବିଶ୍ୱାଳ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଭାରତମାତାଙ୍କ ଫଟୋରେ ପୁଷ୍ପ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଶିକ୍ଷକ ବ୍ରହ୍ମଣୀ ଦେବୀ ୟୁଜିଏମ୍ଇ ସ୍କୁଲର ତଥା ଲେଖକ କ୍ଷୀରୋଦ କୁମାର ହୋତା ଯୋଗଦେଇ ଜଳଛତ୍ର ଏବଂ ଗୋ' ଜଳଛତ୍ର ଉପରେ କିଛି ଅଭିବ୍ୟକ୍ତି ରଖିଥିଲେ । ଏତଦ୍ବ୍ୟତୀତ ଅନ୍ୟତମ ସମ୍ମାନିତ ଅତିଥି ଭାବେ  ଡ. ଅକ୍ଷୟ କୁମାର ପଣ୍ଡା ଯୋଗଦାନ କରି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଯାଜପୁରର ଶ୍ରମିକନେତା  ବିଦ୍ୟାଧର ମହାନ୍ତି ଏବଂ ସମାଜସେବୀ ବିଶ୍ୱଜିତ୍ ମହାନ୍ତି ଜଳଛତ୍ର ଉପରେ ଅଭିଭାଷଣ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଆୟୋଜିକ ଏକ ସଭାକୁ ଆରଏସ୍ଏସର  ବୀରକିଶୋର ସାହୁ ପରିଚାଳନା କରିଥିଲେ । ସମାଜସେବୀ କ୍ରୀଡ଼ାବିତ୍  ଅକ୍ଷୟ କୁମାର ଦେଓ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।  କୋରାଇ ଥାନାର ପୂର୍ବତନ ଥାନାଧିକାରୀ ବିଷ୍ଣୁଚରଣ ପଣ୍ଡା, କ୍ରୀଡ଼ା ଭାରତୀର ସହ ସଂପାଦକ  ଜ୍ଞାନରଞ୍ଜନ ରାଉତ ସଭାରେ ଯୋଗ ଦେଇଥିଲେ । ଅନୁଷ୍ଠାନ   ପକ୍ଷରୁ ଅତିଥି, ପଥଚାରୀ, ଭିନ୍ନକ୍ଷମ, ଛୋଟଛୋଟ ଶିଶୁ ଏବଂ ଚାନ୍ଦମାର ଗରିବ ଲୋକଙ୍କୁ ଖେଚୁଡ଼ି ପ୍ରସାଦ ଦ୍ୱାରା ଆପ୍ୟାୟିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଚେୟାରମ୍ୟାନ ବନ୍ଦିତା ପରିଡ଼ା, ଅଲେଖ ଚରଣ ସାମଲ , ବରିଷ୍ଠ ନାଗରିକ ମଞ୍ଚର ସଂପାଦକ ଚନ୍ଦ୍ରମଣି ସାମଲ, ଅଧ୍ୟାପକ ବିଜ୍ଞାନ ଦାସ, ସୁଶାନ୍ତ କୁମାର ଜେନା, ଅଭିନବ ପଣ୍ଡା, କ୍ଷୀରୋଦ କୁମାର ମଲ୍ଲିକ ଯୋଗଦେଇଥିଲେ । ରାଜକୁମାର ‘ଉଦୟବଟ’ର  ଦୁଷ୍ମନ୍ତ କୁମାର ରାଉତ, ଗଣେଷ କର୍ଣ୍ଣ ,  ଅଲେଖ ଚରଣ ବେହେରା, ଲାଇଫ ଜେନ ମାଲିକ  ଜଗନ ପଣ୍ଡା , ସୁଶାନ୍ତ ଜେନା, ରୁଦ୍ର ନାରାୟଣ ସାହୁ,  ସତ୍ୟଭାମା ଦାସ, ବିଶ୍ୱଜିତ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

 

0
0
0
s2sdefault