ହେଡଲାଇନସ୍:

ଘଣ୍ଟାପଡା ଡିଗ୍ରୀ କଲେଜ ଅନିୟମିତତାର ତଦନ୍ତ କଲେ ତହସିଲଦାର । 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କଣ୍ଟାମାଳ,ବୌଦ୍ଧ (ବଂଶୀଧର ମାଝୀ/ସିମୁନ୍ ନାଏକ)  ବୌଦ୍ଧ ଜିଲ୍ଲା କଣ୍ଟାମାଳ  ବ୍ଳକ ଘଣ୍ଟାପଡାଠାରେ ସ୍ଥାପିତ ଆଞ୍ଚଳିକ ଗ୍ରାମ ପଞ୍ଚାୟତ ଡିଗ୍ରୀ କଲେଜରେ ପରିଚାଳନାଗତ ତୃଟି ସହିତ ଆର୍ଥୀକ ଅନିୟମିତା ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ମୁକ୍ତାସିନୀ ମଲିକ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି କଣ୍ଟାମାଳ ତହସିଲଦାର ବନ୍ଦନା ଖଟୁଆ ଏହି ଅଭିଯୋଗର ତଦନ୍ତ ଭାର ନେଇ କଲେଜକୁ ଯାଇ ଅଭିଯୋଗର ତଦନ୍ତ କରି ଫେରିଥିବା ପ୍ରକାଶ । ତଦନ୍ତ ପ୍ରକାରେ କଲେଜ କେଶ ବୁକ ଆଦି ନିୟମିତ ଲେଖା ଯାଇ ନଥିବା ଓ କ୍ୟାସବୁକ୍ ରେ ଆର୍ଥିକ ଅନିୟମିତତା ହୋଇଥିବା ଦେଖିବାକୁ ମିଳିଥିଲା । କଲେଜ ଆକ୍ୟୁଟାନ୍ସ୍ ରେଜିଷ୍ଟର ଅନୁଯାୟୀ ପ୍ରତି ମାସ କଲେଜ ଟଙ୍କା ଉଠାଣ ସତ୍ୱେ କଲେଜର ଷ୍ଟାଫଙ୍କୁ ମାସିକ ଦରମା ପ୍ରଦାନ କରାଯାଇ ନଥିବା ବିଷୟ ତଦନ୍ତ ସମୟରେ ଜଣାପଡିଥିବା ଖୋଦ କଣ୍ଟାମାଳ ତହସିଲଦାର ନିଜ ତଦନ୍ତ ରିପୋର୍ଟରେ ଉଲ୍ଲେଖ କରିଥିବା ପ୍ରକାଶ । ସମସ୍ତ ଅଭିଯୋଗ ଏବଂ ତଦନ୍ତ ପକ୍ରୀୟାକୁ ନେଇ ଏକ ସାଧାରଣ ସଭା ଆସନ୍ତା ଜୁଲାଇ ୭ ତାରିଖରେ ଡାକିବାକୁ ତହସିଲଦାର ପରିଚାଳନା କମିଟିକୁ ନିର୍ଦ୍ଦେଶ  ଦେଇଥିବା ଜଣାଯାଇଛି । ଗ୍ରାମାଂଚଳରେ ଉଚ୍ଚ ଶିକ୍ଷା ପାଇଁ ଉଦ୍ଧିଷ୍ଟ ଏହି ମହାବିଦ୍ୟାଳୟର ସୁପରିଚାଳନା ତଥା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ କଲେଜ ର ସମସ୍ତ ନଥିପତ୍ରର ସଠିକ୍ ତଥା ବିଧିବଦ୍ଧ ଯାଞ୍ଚ୍ କରି ଉପଯୁକ୍ତ ବିଧିବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ଅଂଚଳବାସୀ ତଥା ଅଭିଭାବକ ମହଲରେ ଦାବି ହେଉଛି ।

0
0
0
s2sdefault