ହେଡଲାଇନସ୍:

ପ୍ରଥମ ଶ୍ୟାମ ମହୋତ୍ସବ : ସମବେତ ହେଲେ ଅସଂଖ୍ୟ ଶ୍ରଦ୍ଧାଳୁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ପାଇକମାଲ ସ୍ଥିତ ଶ୍ରୀ ଶ୍ରୀ  ନୃସିଂହନାଥ ଧର୍ମଶାଳା ନିକଟରେ ଆଜି ପାଇକମାଲ ଶ୍ରୀ ଶ୍ୟାମ ମିତ୍ର ମଣ୍ଡଳ ଆନୁକୂଲ୍ୟରେ ପ୍ରଥମ ଶ୍ରୀ ଶ୍ୟାମ ମହୋତ୍ସବ ମହାସମାରୋହ ରେ ଆୟୋଜିତ ହୋଇ ଯାଇଛି । ପ୍ରଥମେ ଦିନ ତିନି ଘଣ୍ଟା  ସମୟରେ ଶ୍ୟାମ ଭକ୍ତ ମାନେ ପାଇକମାଲ ସ୍ଥିତ ଶିବ ମନ୍ଦିର ଠାରୁ ନିଶାନ ଯାତ୍ରାରେ ବାହାରି ଧର୍ମଶାଳା ନିକଟରେ ପୂଜା ମଣ୍ଡପକୁ ଆସିଥିଲେ | ଏହି ଶୋଭାଯାତ୍ରାରେ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ଭକ୍ତ ସାମିଲ ହୋଇଥିଲେ । ମୁଖ୍ୟ ସମାରୋହ ସନ୍ଧ୍ୟା ସାଢ଼େ ଛଅ ଘଣ୍ଟା ସମୟରେ ଆରମ୍ଭ ହୋଇଥିଲା । ପ୍ରଥମେ ଶ୍ୟାମ ବାବାଙ୍କର ପୂଜା କରିବା ପରେ ମହା ଆଳତି ଅନୁଷ୍ଠିତ ହେବା ପରେ ଭକ୍ତ ମାନେ ଧାଡିରେ ଆସି ଶ୍ୟାମ ବାବାଙ୍କର ଦର୍ଶନ କରିଥିଲେ । ଏହାପରେ ବାବାଙ୍କର ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମରେ ଦିଲ୍ଲୀ , ରାଜସ୍ଥାନ , ମଧ୍ୟପ୍ରଦେଶ , ଝାରଖଣ୍ଡ , ଓ ଛତିଶଗଡ଼ ରୁ ଆସିଥିବା କଳାକାର ମାନେ ମାନମୋହକ ଭଜନ ପ୍ରସ୍ତୁତ କରିଥିଲେ । 

       ଏହି କାର୍ଯକ୍ରମକୁ ଆସିଥିବା ପ୍ରତ୍ୟେକ କର୍ମକର୍ତ୍ତା ତଥା ଭକ୍ତ ମାନଙ୍କୁ ପ୍ରଥମେ ସାନିଟାଇଜ କରାଯିବା ସହିତ ପ୍ରତ୍ୟେକଙ୍କୁ ମାସ୍କ ବଣ୍ଟନ କରାଯାଉଥିଲା । ଏହା ସହିତ ପ୍ରତ୍ୟେକ ଭକ୍ତ ଙ୍କୁ ସୁଗନ୍ଧିତ ଇତ୍ର ଲଗାଯାଇ ସ୍ୱାଗତ କରାଯାଉଥିଲା । ସମସ୍ତ ଅତିଥି ତଥା ଭକ୍ତ ଙ୍କର ପାଇଁ "ଶ୍ୟାମ ରସୋଇ"ରେ ପ୍ରାସାଦର ର ମଧ୍ୟ ସୁବ୍ୟବସ୍ଥା କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ କୁ ଶ୍ୟାମ ମିତ୍ର ମଣ୍ଡଳ ପାଇକମାଲର ସମସ୍ତ ସଭ୍ୟ ମାନେ ଅନେକ ପରିଶ୍ରମ କରି ସଫଳ କରିଥିଲେ ।

 

0
0
0
s2sdefault