ହେଡଲାଇନସ୍:

"ଖେଲୋ ଇଣ୍ଡିଆ ୱିଣ୍ଟର ନ୍ୟାସନାଲ"ର ଦ୍ଵିତୀୟ ସଂସ୍କରଣରେ ଓଡ଼ିଶା ଆଇସ ଷ୍ଟୋକ ସ୍ପୋର୍ଟସ ଟିମର ବ୍ରୋଞ୍ଜ ପଦକ ହାସଲ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଜମ୍ମୁ କାଶ୍ମୀରର ଗୁଲମାର୍ଗଠାରେ ଦ୍ବିତୀୟ ଖେଲୋ ଇଣ୍ଡିଆ ୱିଣ୍ଟର ନ୍ୟାସନାଲରେ ଓଡ଼ିଶା ଆଇସ୍ ଷ୍ଟୋକ ସ୍ପୋର୍ଟସ ଟିମ ଭାଗ ନେଇଥିଲେ। ଗତ ୨୪ ଫେବୃଆରୀରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାକୁ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉପସ୍ଥିତ ରହି ଖେଳାଳୀଙ୍କ ଉତ୍ସାହବର୍ଦ୍ଧନ କରିଥିଲେ କେନ୍ଦ୍ର ସରକାରଙ୍କ କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁ। 

ଓଡ଼ିଶା ତରଫରୁ ଭାଗ ନେଇଥିଲେ ସୋନୁ ସେମଲିୟା, ସ୍ବରାଜ ମହାପାତ୍ର, ଚନ୍ଦନ ମହାନା ଓ ଅରବିନ୍ଦ ପାଢୀ। ଓଡ଼ିଶାକୁ ଗର୍ବିତ କରି ଏହି ଦଳ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଓଡ଼ିଶା ଟିମର କୋଚ ଭାବରେ ଏମାନଙ୍କ ସହ ଯୋଗ ଦେଇଥିଲେ ପ୍ରେମ ସିଂ ଥାପା । ପ୍ରତିଯୋଗୀମାନଙ୍କୁ ମଧ୍ୟରୁ ସୋନୁ ସେମଲିୟାଙ୍କ ବାପା ଜଣେ ସୁଇପର ଭାବରେ କାର୍ଯ୍ୟ କରନ୍ତି। ପୁଅର ସଫଳତାରେ ସେ ବେଶ ଗର୍ବିତ ଏବଂ ଆଶାବାଦୀ ଯେ ପୁଅ ଆଗାମୀ ସମୟରେ ମଧ୍ୟ ଏହିପରି ଉଚ୍ଚସ୍ତରୀୟ ଖେଳ ପ୍ରଦର୍ଶନ କରି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଦେବ। ପ୍ରଥମ ସଂସ୍କରଣରେ ମଧ୍ୟ କୋଚ ଥାପାଙ୍କ ପ୍ରଶିକ୍ଷଣରେ  ସୋନୁ ରୌପ୍ୟ ପଦକ ହାସଲ କରିଥିଲେ। ବିଜୟୀ ଦଳକୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ଝାରସୁଗୁଡ଼ା ଏୟାରପୋର୍ଟରେ ଆଜି ପୂର୍ବତନ ନଗରପାଳ ଶ୍ରୀ ତାପସ କୁମାର ରାୟ ଚୌଧୁରୀ, ଇଂ ଅରବିନ୍ଦ ବାରିକ,ଆଇସ ଷ୍ଟୋକ ସ୍ପୋର୍ଟସ ଆସୋସିଏସନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

0
0
0
s2sdefault