ହେଡଲାଇନସ୍:

ବିଜୁ ବାବୁଙ୍କ 105 ତମ ଜୟନ୍ତୀ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ଼ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ ଆଜି ପ୍ରବାଦ ପୁରୁଷ, କଳିଂଗପୁତ୍ର ଶ୍ରୀ ବିଜୁ ପଟ୍ଟନାୟକ ଙ୍କର 105 ତମ ଜୟନ୍ତୀ ମହାସମାରୋହ ରେ ପାଳିତ ହୋଇ ଯାଇଥିଲା । ପଦ୍ମପୁର ନିର୍ବାଚନ ମଣ୍ଡଳୀର ଭେଙ୍ଗରାଜପୁର ଠାରେବରଗଡ଼ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ସଭାପତିତ୍ୱରେ ଏହି ସମାରୋହ ପାଳିତ ହୋଇଥିଲା । ଏହି ଅବସରରେ ଉପସ୍ଥିତ ଅତିଥି ମାନେ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କର ଫୋଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଦୀପ ପ୍ରଜ୍ବଳନ କରିଥିଲେ । ଉପସ୍ଥିତ ବକ୍ତା ମାନେ ବିଜୁ ବାବୁ ଙ୍କର ବିଷୟରେ ଉପସ୍ଥିତ ଯୁବ ସମାଜକୁ କହିବା ସହିତ ଆଗାମୀ ଦିନରେ ତାଙ୍କରି ଆଦର୍ଶରେ ଆଗେଇ ଦେଶ ତଥା ରାଜ୍ୟର ଉନ୍ନତିରେ ସହଭାଗୀ ହେବା ପାଇଁ କହିଥିଲେ । ଦଳର ଜିଲ୍ଲା ସଭାପତି ତଥା  ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଉଦ୍ବୋଧନ ଦେଇ ବିଜୁ ବାବୁଙ୍କର ସାହାସିକତା ବାବଦରେ ଉପସ୍ଥିତ ଲୋକଙ୍କୁ କହିବା ସହିତ ବରଗଡ଼ ଜିଲ୍ଲା, ରାଜ୍ୟ , ଦେଶ , ତଥା ସାରା ବିଶ୍ୱ ପାଇଁ ବିଜୁ ବାବୁଙ୍କର ଅବଦାନ ବାବଦରେ ବୁଝାଇଥିଲେ । ଅନେକ ସମୟରେ ବିଜୁ ବାବୁ ଵୋଡାସମ୍ଭର ଅଞ୍ଚଳକୁ ଆସି ଏହି ଅଞ୍ଚଳର ବିକାଶ କଥା କହୁଥିଲେ ଓ ଆଜି କିଭଳି ତାହା ପୂରଣ ହେଉଛି ତାହା ଆଜି ଲୋକେ ଦେଖି ପାରୁଛନ୍ତି ବୋଲି  ବିଧାୟକ କହିଥିଲେ । ଆଜିକାର ଏହି ସମାରୋହରେ ଅନ୍ୟ ମାନଙ୍କର ମଧ୍ୟରେ ଝାରବନ୍ଧ ବିଜୁ ଜନତା ଦଳର ବ୍ଲକ ସଭାପତି ଶ୍ରୀ ଯତୀନ ହାତୀ , ସମ୍ପାଦକ ବିଦ୍ୟୁତ ରଞ୍ଜନ ପ୍ରଧାନ , ପଦ୍ମପୁର ଏନ ଏ ସି ସଭାପତି ଶ୍ରୀ ପ୍ରୀତମ ମେହେର , ପଦ୍ମପୁର ବ୍ଲକ ସଭାପତି ଶ୍ରୀ ପରମାନନ୍ଦ ସା , ପାଇକମାଲ ବ୍ଲକ ସଭାପତି ଶ୍ରୀ ରାଜେନ୍ଦ୍ର କୁମାର ରାଉତ , ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଲତାଫ ମହମ୍ମଦ , ଝାରବନ୍ଧ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିଜୟ କେତନ ପ୍ରଧାନ , ପୂର୍ବତନ ଝାରବନ୍ଧ ବ୍ଲକ ଅଧ୍ୟକ୍ଷ  ତଥା ଦଳର ବାରିଷ୍ଠ ସଭ୍ୟ ଶ୍ରୀ ହୃଷିକେଶ ବରିହା , ଭେଙ୍ଗରାଜପୁର ସରପଞ୍ଚ ଶ୍ରୀ ଭୀଷ୍ମଦେଵ ସାହୁ , ଜିଲ୍ଲାପରିଷଦ ସଭ୍ୟ ବିଶ୍ୱନାଥ ବାଗ , ବିଧାୟକ ପ୍ରତିନିଧି ହୃଦାନନ୍ଦ ବାରିକ ମହିଳା ସଭାପତି ଶ୍ରୀମତୀ ମନୋରମା ମହାପାତ୍ର , ସଂଯୁକ୍ତା ପୃଷ୍ଟି , ଭାରତୀ ପଟ୍ଟନାୟକ ,  ଙ୍କର ସମେତ ବହୁ ସଂଖ୍ୟାରେ ଦଳୀୟ କର୍ମୀ ନିଜର ସୁଚିନ୍ତିତ ମତାମତ ରଖିବା ସହିତ ଆଗାମୀ ଦିନରେ ବିଜୁ ବାବୁଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ଓ ରାଜ୍ୟବାସୀ ଙ୍କର ସେବା କରିବା ପାଇଁ ମତ ଦେଇଥିଲେ ।

0
0
0
s2sdefault