ହେଡଲାଇନସ୍:

ମୟୂରଭଞ୍ଜ: ଜିଲ୍ଲା ପରିଷଦ ଦଶମ ବୈଠକ ଅନୁଷ୍ଠିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲା ପରିଷଦର ଦଶମ ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସ୍ୱାନ ଭିଡିଓ କନ୍ଫରେନ୍ସିଂ ହଲ ପରିସରରୁ ଭିଡିଓ କନ୍ଫରେସିଂ ଜରିଆରେ ଜିଲ୍ଲାର  ସମସ୍ତ ୨୬ଟି ବ୍ଲକ କାର୍ଯ୍ୟାଳୟରେ ଥିବା ଭିଡିଓ କନ୍ଫରେସିଂ କକ୍ଷରେ ଅନୁଷ୍ଠିତ  ହୋଇଯାଇଅଛି । ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ପରିଷଦର ଦଶମ ବୈଠକରେ ଲୋକସଭା ସାଂସଦ ବିଶେଶ୍ୱର ଟୁଡୁ, ବାରିପଦା ବିଧାୟକ ପ୍ରକାଶ ସୋରେନ, ମୋରଡା ବିଧାୟକ ରାଜକିଶୋର ଦାସ, ସାରସକଣା ବିଧାୟକ ବୁଢାନ ମୁର୍ମୁ, ଉଦଳା ବିଧାୟକ ଭାସ୍କର ମଢେଇ, ବଡସାହି ବିଧାୟକ ସନାତନ ବିଜୁଳି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନରେନ୍ଦ୍ର ସାହୁ, ଜିଲ୍ଲାପାଳ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ମୟୂରଭଞ୍ଜ, ବିନୀତ୍ ଭରଦ୍ୱାଜ୍ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ମୟୂରଭଞ୍ଜ ଭୂବେଶ କୁମାର ନାୟକ, ଡିଆର୍ଡିଏ ଏପିଡି ପ୍ରମୂଖ ସମେତ ଜିଲ୍ଲା ପରିଷଦର ସଦସ୍ୟ/ସଦସ୍ୟା, ପଂଚାୟତ ସମିତର ଅଧ୍ୟକ୍ଷ / ଅଧ୍ୟକ୍ଷା, ବିଭିନ୍ନ ସରକାରୀ ଲାଇନ ବିଭାଗ ପଦାଧିକାରୀ ଯୋଗଦେଇ ଜିଲ୍ଲା ପରିଷଦ ଅଧିନସ୍ଥ ବିଷୟ ବିଭିନ୍ନ ବିଭାଗ ଯୋଜନାରେ କାର୍ଯ୍ୟକାରୀ କରାଯାଇଉଥିବା ଉନ୍ନୟନ ପ୍ରକଳ୍ପ ଓ ଜନକଲ୍ୟାଣ କାରୀ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରି ମତପୋଷଣ କରିଥଲେ । 

ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁର୍ମୁ ସମସ୍ତଙ୍କୁ ସ୍ୱାଗତ ଜଣାଇ ପ୍ରାରମ୍ଭରେ ସାରସକଣା ୫୬ ନମ୍ବର ଜୋନର  ସଦସ୍ୟ ସ୍ୱର୍ଗତ ଭୂବନେଶ୍ୱର ମହାନ୍ତଙ୍କ ଅକାଳ ବିୟୋଗରେ ତାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯିବା ପରେ ଉକ୍ତ ଜୋନର  ନବ ନିର୍ବାଚିତ ସଦସ୍ୟ ତୁଷାରେନ୍ଦୁ ଶେଖର ମହାନ୍ତଙ୍କୁ ସ୍ୱାଗତ ଜଣାଇ ଜିଲ୍ଲାପାଳ ଶପଥପାଠ କରାଇଥିଲେ । ତତ୍ପରେ ଜିଲ୍ଲାପାଳ ସ୍ୱାଗତ ଜଣାଇ ସଂପ୍ରତି ଆମ ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ନିଦେ୍ର୍ଧଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରିକରାଯାଇଥିବା କୋଭିଡ୍ ମାର୍ଗଦର୍ଶିକା ପାଳନ କରି ସମସ୍ତେ ସତର୍କତା ଅବଲମ୍ବନ ପୂର୍ବକ ସଜାଗ ରହିବାକୁ ପରାର୍ମଶ ଦେବା ସହ ଜିଲ୍ଲାରେ ଗତବର୍ଷ କୋଭିଡ୍ ପରିଚାଳନାରେ ଯେପରି ଜନପ୍ରତିନିଧି ମାନଙ୍କ ସଂକ୍ରୀୟ ସହଯୋଗ ରହିଥିଲା ସେହପରି ବର୍ତମାନ ପରିପ୍ରେକ୍ଷୀରେ ସେହିପରି ସମସ୍ତଙ୍କ ସହଯୋଗ ବଜାୟ ରଖିବାକୁ ପାଇଁ ସହଯୋଗ କାମନା କରିଥିଲେ । ସର୍ବପରି ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ସରକାରଙ୍କ ବିଭାନ୍ନ ଯୋଜନାରେ ତ୍ୱରାନ୍ନିତ କରାଯାଉଥିବା ବିଶେଷ କରି ସ୍ୱାସ୍ଥ୍ୟ ଶିକ୍ଷା, ପାନୀୟ ଜଳ ଯୋଗାଣ ଆଦି କ୍ଷେତ୍ରରେ ଗୁରୁତ୍ୱ ଦେଇ ଓମ୍ବାଡିସି, ଡିଏମ୍ଏଫ୍ ଅନୁଦାନ ପାଣ୍ଠି ସହାୟତାରେ ଯଥା-ଅଂଗନୱାଡି ଓ ବିଦ୍ୟାଳୟ ଗୃହ ନିର୍ମାଣ, ପାନୀୟ ଜଳ ଯୋଗାଣ ଆଦି କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଉଥିବା ସୂଚାଇବା ସହିତ ଓଡିଶା ଲୋକ ସେବା ଅଧିକାର ଆଇନର କାର୍ଯ୍ୟକାରିତା ଦିଗରେ ଧ୍ୟାନ ଦେଇ ସେକାରୀ ସ୍ତରରେ ଜନସାଧାରଣଙ୍କୁ ସେବା ଯୋଗାଇ ଦିଆଯାଉଥିବା ଉଲ୍ଲେଖ କରିଥିଲେ । ଏ ଦିଗରେ ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପଂଚାୟତ ସ୍ତରରେ ଜନସେବା କେନ୍ଦ୍ର ଗୁଡିକ ମୋ ସେବା କେନ୍ଦ୍ରରେ ଅନ୍ଲାଇନ ସେବା କାର୍ଯ୍ୟକ୍ରମକୁ ମଧ୍ୟ ତରାନ୍ନିତ କରାଯିବ ବୋଲି ସୂଚାଇଥିଲେ ।

ବୈଠକରେ ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ  ଶ୍ରୀ ନାୟକ ଓ ଦଶମ ଜିଲ୍ଲା ପରିଷଦ ବୈଠକରେ ଉପସ୍ଥାପିତ କାର୍ଯ୍ୟସୂଚୀ ଅନୁସାରେ ଜିଲ୍ଲା ପରିଷଦର ପୂର୍ବ ବୈଠକରେ ସଭ୍ୟ ସଦସ୍ୟା ମାନଙ୍କ ଦ୍ୱାରା ଉଥାପିତ ଆପତି ଅଭିଯୋଗ ତଥା ପ୍ରସ୍ତାବ ଆଦି ବିଷୟ ପ୍ରସଙ୍ଗ କ୍ରମରେ ସଂପୃକ୍ତ ବିଭାଗ ଅଧିକାରୀ ମାନଙ୍କ ଦ୍ୱାରା କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଅନୁପାଳନର ବିବରଣୀ ଉପରେ ଆଲୋଚନା ପୂର୍ବକ ବିବରଣୀ କୁ  ଦୃଢୀକରଣ କରାଯାଇଥିଲା । ତତ୍ପରେ ବୈଠକରେ ଓଡିଶା ଜୀବନ ଜିବିକା ମିଶନ୍ (ଓଏଲ୍ଏମ୍) ସାଧାଣର ବଣ୍ଟନ ବ୍ୟବସ୍ଥା, ଜିଲ୍ଲା ସମବାୟ ସମିତି ଓ ଜଳ ବିଭାଜିକା ଓ ସଂରକ୍ଷଣ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା, ଏମ୍ଜିଏନ୍ଆରଇଜିଏସ୍, ଚତୁର୍ଥ ଓ ପଂଚମ ଡେଭୁଲେସନ ଓ ପଂଚଦଶ ଅର୍ଥ କମିସନ ପାଣ୍ଠି, ପଞ୍ଚମ ଅର୍ଥକମିଶନର ଡେଭୁଲେସନ ପାଣ୍ଠି ଓ ପଞ୍ଚଦଶ ଅର୍ଥ କମିଶନ (ଅନ୍ଟାଏଡ୍ ଓ ଟାଏଡ୍) ପାଣ୍ଠି ୨୦୨୦-୨୧ ଏବଂ ଜିଲ୍ଲା ପରିଷଦର ୨୦୨୧-୨୨ ପ୍ରଶାସନିକ ବ୍ୟୟ ଅଟକଳ ଆଦି ସଂପର୍କରେ ବିଶଦ ଭାବେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ଆଲୋଚନାରେ ଉକ୍ତ ବିଷୟ ଯୋଜନା କାର୍ଯ୍ୟଧାରା ପ୍ରସଙ୍ଗ କ୍ରମରେ ସାଂସଦ, ବିଧାୟକ, ଜିଲ୍ଲାପରିଷଦ ସଦସ୍ୟ ସଦସ୍ୟା, ପଂଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷା ମାନଙ୍କ ଦ୍ୱାରା ଉପସ୍ଥାପିତ ଆପତି ଅଭିଯୋଗ ତଥା ଗଠନ ମୂଳକ ପ୍ରସ୍ଥାବ ଉପରେ ସଂପୃକ୍ତ ବିଭାଗ ଅଧିକାରୀମାନେ କାର୍ଯ୍ୟଧାରା ସଂପର୍କରେ ଅବଗତ କରିଥିଲେ । 

0
0
0
s2sdefault