ହେଡଲାଇନସ୍:

 ଚଳିତ ବର୍ଷ ପ୍ରସିଦ୍ଧ ହୁମା ବକ୍ର ମନ୍ଦିିରରେ ଜାଗର ମେଲା ବନ୍ଦ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲା ପ୍ରସିଦ୍ଧ ହୁମା ଶିବରାତ୍ରିମେଳା ଏ ବର୍ଷ  ହେବ ନାହିଁ। କରୋନା ମହମାରୀ ଯୋଗୁ ଗତ ବର୍ଷ ଏହି ପ୍ରସିଦ୍ଧଯାତ୍ରା ବନ୍ଦ କରାଯାଇଥିବା ଜଣାପଡିଛି । କୋଭିଡ ସଂକ୍ରମଣ ପୂରାପୂରି ବନ୍ଦ ହୋଇ ନ ଥିବା ଓ ସମାଗମ ହେଲେ ପୁଣି ସଂକ୍ରମଣ ବ୍ୟାପୀବାର ଭୟ ଥିବାରୁ ଚଳିତ ବର୍ଷ ମହା ଶିବରାତ୍ରି ମେଳା ଆୟୋଜନ ବନ୍ଦ କରାଗଲା ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି। ହୁମା ମନ୍ଦିର ଠାରେ ପ୍ରଶାସନ ଓ ଯାତ୍ରା କମିଟି ବୈଠକରେ ଏହି  ନିଷ୍ପତ୍ତି  ନିଆଯାଇଛି । ତେବେ  ଶିବରାତ୍ରି ସମୟରେ ସେବାୟତମାନେ ପୂର୍ବଭଳି  ମନ୍ଦିରରେ ବାବା  ବିମଳେଶ୍ବରଙ୍କ ପୂଜାର୍ଚ୍ଚନା ଜାରି ରଖିବେ। କିନ୍ତୁ ଭକ୍ତ ମାନଙ୍କ ମନ୍ଦିର ପ୍ରବେଶ ଓ ଦର୍ଶନ ମନା କରାଯାଇଛି। ଏଥିସହ ମନ୍ଦିର ଟ୍ରଷ୍ଠ ସଭ୍ୟ , ସେବାୟତ ଓ ହୋତା ପରିବାର ବ୍ୟତୀତ ଅନ୍ୟ କେହି ମନ୍ଦିର ପ୍ରବେଶ  କରିପାରିବେ ନାହିଁ ବୋଲି କମିଟି ଓ ପ୍ରଶାସନ ପକ୍ଷରୁ  ନିଷ୍ପତ୍ତି ନିଆଯାଇଛି ।

0
0
0
s2sdefault