ହେଡଲାଇନସ୍:

ମହାରାଜା ଓ ମହାରାଣୀଙ୍କ ସ୍ମୃତି ପୀଠକୁ ସୁଡ଼ଙ୍ଗକୁ ନେଇ ଉଦବେଗ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରହସ୍ୟ ଉନ୍ମୋଚନ ଦାବୀରେ ସ୍ମୃତି ପୀଠ ସମ୍ମୁଖରେ ଧାରଣାରେ ବସିଲା ଭଞ୍ଜସେନା

ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ପୌରପରିଷଦର ୱାଡର଼୍ ନମ୍ବର ୯ ମଧୁବନ ରାଣୀବାଗାନରେ ଥିବା ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଓ ମହାରାଣୀ ଲକ୍ଷ୍ମୀକୁମାରୀ ଭଞ୍ଜଦେଓଙ୍କ ସ୍ମୃତି ପୀଠକୁ  ମାଟି ତଳେ ଏକ ସୁଡ଼ଙ୍ଗ ହୋଇଥିବାର ମାର୍ଚ୍ଚ ୨ ତାରିଖରେ ଜଣାପଡ଼ିଥିଲା । ପୀଠର ପାଶ୍ୱର୍ରେ ଥିବା ଫକୀର ଦାସଙ୍କ  ପରିବାରର ପରିତ୍ୟକ୍ତ ଅବସ୍ଥାରେ ପାଚେରୀ ବେଷ୍ଟିତ ପ୍ଲଟର ଭିତରୁ ମାଟି ତଳେ ଏକ ସୁଡ଼ଙ୍ଗ ମହାରାଣୀଙ୍କ ସ୍ମୃତି ପୀଠ ନିକଟ ପର୍ଯ୍ୟନ୍ତଖୋଳା ଯାଇଥିବାର ଦେଖିବାକୁ ମିଳିଥିଲା । ଉକ୍ତ ସୁଡ଼ଙ୍ଗର ପ୍ରକୃତ ରହସ୍ୟ ଉନ୍ମୋଚନ ସାଙ୍ଗକୁ ସ୍ମୃତିପୀଠର ସୁରକ୍ଷା, ଚତୁପାଶ୍ୱର୍ ଉନ୍ନତି କରଣ ସହିତ ଐତିହ୍ୟର ମାନ୍ୟତା, ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ଦିବସକୁ ସରକାରୀ ଛୁଟୀ ଘୋଷଣା ଆଦି ଦାବୀରେ ଭଞ୍ଜସେନା ପକ୍ଷରୁ ସ୍ମୃତି ପୀଠ ସମ୍ମୁଖରେ ଧାରଣା ଦିଆଯାଇଥିଲା । ସେନାର ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ  ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ଯୁବ-ଛାତ୍ର ସଂଯୋଜକ ରାକେଶ ବେହେରା, ଉପସଭାପତି ରାକେଶ ମହାନ୍ତି, ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି, ସାଧାରଣ ସମ୍ପାଦକ ଏସକେ ରାଜା ଖାନ, ଛାତ୍ର ସଭାପତି ସୌମ୍ୟରଞ୍ଜନ ମିଶ୍ର, ଉପସଭାପତି ସନାତନ ସାହୁ, ଶାମାଖୁଣ୍ଟା ବ୍ଲକ ସଭାପତି ବିଜୁ ସିଂ, ଯୁବ ନେତା ପଙ୍କଜ କରଣ, ମନୋଜ ସାହୁ, ସାଫଲ୍ୟ ମିଶ୍ର, ରବୀନ୍ଦ୍ର ସାହୁ, ସଞ୍ଜୟ ମାହାର୍ଣ୍ଣା, ଅମିତ୍ କୁମାର, ମୁକ୍ତିଦତ୍ତ ପରିଡ଼ା, ଅଭିଶେକ ମହାପାତ୍ର, ମନୋଜ ପାତ୍ର, ସହର ଛାତ୍ର ସଭାପତି ସଞ୍ଜୟ ମହାନ୍ତ, ସୌମ୍ୟରଞ୍ଜନ ଦାସବାବୁ, ଉମେଶ ପ୍ରଧାନ, ଶମ୍ଭୁନାଥ ରଣା, ଛାତ୍ର ଉପସଭାପତି ରୁଦ୍ର ପଟ୍ଟନାୟକ, ସୁନୀଲ ମହାପାତ୍ର, ମନୋଜ ନାଏକ, ପ୍ରିୟାଂଶୁ ଖଟୁଆ, ସତ୍ୟରଞ୍ଜନ ରାଉତ, ସୂର୍ଯ୍ୟନାରାୟଣ ସିଂ ପ୍ରମୁଖ ଯୋଗ ଦେଇଥିଲେ । 

 

0
0
0
s2sdefault