ମୁଖ୍ୟମନ୍ତ୍ରୀ ନେଲେ ଫାଷ୍ଟ ଡୋଜ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର/ ଶାସକ ପ୍ରଶାସକ : କୋଭିଡ ଟୀକାକୁ ନେଇ ଲୋକଙ୍କ ମନରେ ଆସ୍ଥା ଓ ଭରସାକୁ ଅଧିକ ମଜଭୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜେ ନେଇଛନ୍ତି କୋଭିଡ ଟୀକା | ଆଜି ମୁଖ୍ୟମନ୍ତ୍ରୀ କୋଭିଡ-ଟୀକାର ପ୍ରଥମ ଡୋଜ ନେଇଛନ୍ତି । ଵିଧାନସଭା ଡିସ୍ପେନସରିରେ ମୁଖ୍ୟମନ୍ତ୍ରୀ ଟିକାର ପ୍ରଥମ ଡୋଜ ନେବା ପରେ ରାଜ୍ୟରର ସମସ୍ତ ଯୋଗ୍ୟ ବ୍ୟକ୍ତି ଏହି ଟୀକା ନେଇ ଓଡିଶାକୁ କୋଭିଡ ମୁକ୍ତ କରିବାରେ ସହାୟକ ହୁଅନ୍ତୁ ବୋଲି  ଆହ୍ବାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏ ଅବସରରେ ସମସ୍ତ ଟୀକା ପ୍ରସ୍ତୁତିରେ ସମ୍ପୃକ୍ତ ବୈଜ୍ଞାନିକ ଓ ଟୀକାକାରଣ ସାମିଲ ସମସ୍ତ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି | 

0
0
0
s2sdefault