ହେଡଲାଇନସ୍:

ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଅଧିବେଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଗୁଣ୍ଡିଚା ବାଡ଼ି ମନ୍ଦିର ପ୍ରାଙ୍ଗଣରେ ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଛି। ଉକ୍ତ ସଭାରେ ଅବସରପ୍ରାପ୍ତ ଅଧ୍ୟାପକ ଶ୍ରୀ ନୃସିଂହ ପ୍ରାସାଦ ଦାସଙ୍କ ସଭାପତିତ୍ୱରେ ସମ୍ପାଦକ ଶ୍ରୀ ହରି ମୋହନ ପଟ୍ଟନାୟକ , ଉପସଭାପତି ଶ୍ରୀ ଜଗଦୀଶ ମହାପାତ୍ର , ସ୍ଥାୟୀ ସଭାପତି ଶୀ ଲକ୍ଷ୍ମୀନୃସିଂହ ରଥ ମଞ୍ଚାସୀନ କରିଥିଲେ।ସ୍ଥାୟୀ ସଭାପତିଙ୍କ ପ୍ରସ୍ତାବ କ୍ରମେ ଇହଲୀଳା ସମ୍ବରଣ କରିଥିବା ସଭ୍ୟ/ସଭ୍ୟାଙ୍କ ଶ୍ରଦ୍ଧାଞ୍ଜଳୀ ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। 

ସଭ୍ୟ ମାନଙ୍କ ଆଲୋଚନା କ୍ରମେ ପାରଳାଖେମୁଣ୍ଡି ସହରର ଟ୍ରାଫିକ୍ ସମସ୍ୟା , ରାସ୍ତା ଘାଟରେ ଦୁର୍ଘଟଣା ଉପରେ ଘୋର ଉଦବେଗ ପ୍ରକାଶ କରାଯାଇ ପ୍ରତିକାର ନିମନ୍ତେ ପ୍ରଶାସନଙ୍କୁ ଅନୁରୋଧ କରାଗଲା। ବ୍ୟାଙ୍କ , ବିଦ୍ୟୁତ୍ , ଖଜଣା ଆଦାୟ କେନ୍ଦ୍ରରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ିର ବ୍ୟବସ୍ଥା କରିବା ପାଇଁ ଦାବି କରାଯାଇଛି।

ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟାଳୟ ନିମନ୍ତେ ଏକ ସ୍ଵତନ୍ତ୍ର କୋଠାଘର ପାଇଁ ଜମି ପ୍ରଦାନ ଓ ବରିଷ୍ଠ ନାଗରିକ ଅବସର ବିନୋଦନ କେନ୍ଦ୍ର ନିମନ୍ତେ ସ୍ୱତନ୍ତ୍ର ଗୃହ ଯୋଗାଇବା ପାଇଁ ଜିଲ୍ଲାପାଳ ମହୋଦୟଙ୍କୁ ଅନୁରୋଧ କରାଯିବାକୁ ପ୍ରସ୍ତାବ ଗୃହିତ ହେଇଥିଲା।

0
0
0
s2sdefault