ହେଡଲାଇନସ୍:

ସୀମାନ୍ତରେ ବରଗଡ଼ ଜିଲ୍ଲାପାଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବରଗଡ :- ଗତ କିଛିଦିନ ହେଲା ପଦ୍ମପୁର ଉପଖଣ୍ଡରେ ଛତିଶଗଡ଼ ସୀମାନ୍ତ ବର୍ତୀ ଅଞ୍ଚଳକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି । ଇତି ମଧ୍ୟରେ ପଦ୍ମପୁର ଉପଜିଲ୍ଲାପାଳ ଙ୍କର ସହିତ ସ୍ଥାନୀୟ ଅଧିକାରୀ ମାନେ ସୀମାନ୍ତ ଅଞ୍ଚଳ ପରିଦର୍ଶନ କରି ସିଧାସଳଖ ଲୋକଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଆଜି ବରଗଡ଼ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନ ସୀମାନ୍ତର ପୁଟକା , ସିକରିପାଲି , ଲୋହାରସିଂ ,ବେହେରାଡୁବୁରୀ ଆଦି ଗ୍ରାମ ପରିଦର୍ଶନ କରି ସେହି ଅଂଚଳରେ ଚାଲୁଥିବା ରାଜ୍ୟସରକାର ଙ୍କର ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଓଡିଶା ଛତିଶଗଡ଼ ରାଜ୍ୟର ସୀମାରେ ଥିବା ପିଳର ଗୁଡିକର ମରାମତି ଆବଶ୍ୟକ ଥିବାରୁ ଉକ୍ତ ପିଳର ଗୁଡିକୁ ମରାମତି ପାଇଁ ନିର୍ଦେଶ ଦେବା ସହିତ ସୀମା ଉପରେ ସ୍ଥାନୀୟ ଅଧିକାରୀ ମାନଙ୍କୁ କଡା ନଜର ରଖିବା ପାଇଁ ନିର୍ଦେଶ ଦେଇଥିଲେ । ଉପଖଣ୍ଡ ର ସୀମାନ୍ତ ଅଞ୍ଚଳରେ ଯଦିଓ କୋଣସି ବିବାଦ ନାହିଁ ତଥାପି ଅଧିକାରୀ ମାନଙ୍କୁ ସଚେତନ ରହିବା ପାଇଁ ଜିଲ୍ଲାପାଳ କହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସୀମାନ୍ତରେ ଥିବା ଗ୍ରାମ ଗୁଡିକର ହିତାଧିକାରୀ ମାନେ ଲାଭବାନ ହେଉଛନ୍ତି । ଆମ ସୀମା ଭିତରେ ଥିବା ନାଗରିକ ଓ ଗ୍ରାମର ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ତତ୍ପର ଅଛନ୍ତି । ଏହି ଅଂଚଳେ ରହୁଥିବା ସମସ୍ତ ନାଗରିକ ସେମାନଙ୍କର ସମସ୍ତ ଗଣତାନ୍ତ୍ରିକ ଅଧିକାର ର ଉପଯୋଗ କରୁଛନ୍ତି ବୋଲି ବିଡ଼ିଓ ଶ୍ରୀ ରୁନୁ ଲାକ୍ରା କହିଛନ୍ତି । ଆଜି ଜିଲ୍ଲାପାଳଙ୍କ ଗସ୍ତ ସମୟରେ ବିଡ଼ିଓ ଶ୍ରୀ ରୁନୁ ଲାକ୍ରା ଙ୍କ ସହିତ ତହସିଲଦାର ସୀମା ସବିତା କୁଲୁ ମଧ୍ୟ ଉପସ୍ଥିତ ଥିଲେ ।

0
0
0
s2sdefault