ହେଡଲାଇନସ୍:

ଓଏଏସ ସ୍ତରରେ ସାମାନ୍ୟ ଅଦଳ ବଦଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର :- ଆଜି ଓଏଏସ ସ୍ତରରେ ସାମାନ୍ୟ ଅଦଳ ବଦଳ କରାଯାଇଛି । ଏହି ଅଦଳ ବଦଳରେ ଭୁବନେଶ୍ୱର ତହସିଲ ଅଫିସରେ କାର୍ଯରତ ଅତିରିକ୍ତ ତହସିଲଦାର ଶ୍ରୀ ମହେନ୍ଦ୍ର ବଢ଼େଇଙ୍କୁ ପୁରୀ ଜିଲ୍ଲାର ଡେଲାଙ୍ଗ ତହସିଲଦାର ଭାବରେ ବଦଳି କରାଯାଇଛି । ସେହିଭଳି କାହ୍ନୁଚରଣ ଘଡେଇଙ୍କୁ ବ୍ରହ୍ମଗିରି ତହସିଲଦାର ଓ ମନୋଜ କୁମାର ପାଢୀଙ୍କୁ ରାଇଘର ତହସିଲଦାର ଭାବରେ ଦାଇତ୍ୱ ପ୍ରଦାନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଭୁବନେଶ୍ୱର ତହସିଲ ଅଫିସ ରେ ଅତିରିକ୍ତ ତହସିଲଦାର ଭାବରେ କାର୍ଯରତ ଶ୍ରୀ ମହେନ୍ଦ୍ର ବଢ଼େଇ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଟାଲ ଗ୍ରାମର ଅଟନ୍ତି । ମୁଖ୍ୟମନ୍ତ୍ରୀଙ୍କର ମୋ ସ୍କୁଲ କାର୍ଯ୍ୟକ୍ରମ ରେ ସେ ନିଜେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିବା ସ୍କୁଲ କୁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ସରକାର ଙ୍କର ଦ୍ୱାରା ପ୍ରଦାନ କରାଯାଇଥିବା ଦାଇତ୍ୱ କୁ ନିଷ୍ଠାର ସହିତ ପାଳନ କରି ଜନସାଧାରଣ ଙ୍କ ସେବା କରିବି ବୋଲି ଶ୍ରୀ ବଢ଼େଇ କହିଛନ୍ତି ।

 

0
0
0
s2sdefault