ହେଡଲାଇନସ୍:

ବାମ୍ ସେଫ ସଂସ୍ଥାପକ ସଦସ୍ୟ ଦିନାଭାନାଜୀଙ୍କ ୯୨ ତମ ଜୟନ୍ତୀ ପାଳିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଳାହାଣ୍ଡି/ତୁଳମଣି ନାଗ (ଶାସକ ପ୍ରଶାସକ) : ରବିବାର ଦିନ ବାମସେଫ ସଂସ୍ଥାପକ ସଦସ୍ୟ  ଦିନାଭାନା ଜୀଙ୍କ ୯୨ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ବାମସେଫ ଏବଂ ଭାରତ ମୁକ୍ତି ମୋର୍ଚ୍ଚା କଳାହାଣ୍ଡି ଶାଖା ତରଫରୁ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ବାମସେଫ ସଭାପତି କଳାହାଣ୍ଡିଙ୍କ ଅଧ୍ୟକ୍ଷ୍ୟତାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଋଷିସୁଦନ ଛତ୍ରପାଲ , ଗୌରହରୀ  ନାଏକ , ଲବ କରୁଆ , ସାନ୍ତୁନୁ ବାଗ, ଡମ୍ବରୁ ଧର ମାଝୀ, କମଳାକାନ୍ତ ଖର୍ସେଲ , ଜଗଦୀଶ ଯାଦବ , ନିର୍ମଳ ଜାଲ , ତୁଳମଣି ନାଗ, ଠାକୁର ମଙ୍ଗରାଜ , ଓମ ପ୍ରକାଶ ବେହେରା, ମଧୁ ନାଏକ, ଯୁବରାଜ ଛତ୍ରୀୟା, ପ୍ରଫୁଲ କର, ମେହେବୁବ ରାଜାକ,କଲିମୁଲ୍ଲା ଖାଁ ,ଅହିଧ୍ବଜ ନାଗ,ଗୋପାଳ ଧଙ୍ଗଡା ମାଝୀ ପ୍ରମୁଖ ଉପସ୍ଥିତ ରହି ତାଙ୍କ ଜୀବନୀ ଓ ସମାଜ ଜନ- ଜାଗରଣ ପାଇଁ ଯେଉଁ ତ୍ୟାଗ ଓ ବଳିଦାନ ଦେଇଥିଲେ ସେ ଉପରେ ବକ୍ତା ଗଣ  ଆଲୋକପାତ   କରିଥିଲେ ।

0
0
0
s2sdefault