ସର୍ବକନିଷ୍ଠ ୱେବ ଡିଜାଇନର ଆୟୁଷ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)-  କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ । ଆଉ ସେମିତି ଏକ ପରିଚୟ ହେଉଛନ୍ତି ୱେବ ଡିଜାଇନର ଆୟୁଷ । ଗାଁ ରାସ୍ତାରେ ଥିବା ନାଳ ଗ୍ରାମବାସୀଙ୍କ ଗମନାଗମନରେ ବାଧାସୃଷ୍ଟି କରୁଥିଲା, ଯାହାଦ୍ୱାରା ଆୟୁଷଙ୍କ ବାପା ସେହି ନାଳର ଜଳସ୍ରୋତର ଶିକାର ହୋଇଥିଲେ । କିନ୍ତୁ କୌଣସି ପ୍ରକାରେ ସେ ଜୀବନ ବଞ୍ଚାଇ ଘରେ ପହଞ୍ଚିଥିଲେ । ପରେ କୌଣସି କାରଣରୁ ଆୟୁଷ ତାଙ୍କ ବାପାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ପଚାରିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ବାପାଙ୍କଠୁ ଶୁଣିବା ପରେ ଆୟୁଷ ତାଙ୍କ ଗାଁ ନାଳର ପୋଲ ତିଆରି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । କିନ୍ତୁ ସେଠାରୁ କୌଣସି ଫଳ ମିଳିନଥିବାରୁ ରାଜ୍ୟପାଳ ଓ ପରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆୟୁଷ।ଏହାପରେ ତିଆରି ହୋଇଥିଲା ପୋଲ, ଯାହାକି ସମ୍ବଲପୁର ଜିଲ୍ଲାର ସୀମାନ୍ତରେ ଥିବା କୁଡାନାଲି ଗାଁରୁ ଅନୁଗୁଳ ଜିଲା ସୀମାନ୍ତକୁ ସଂଯୋଗ କଲା । ଆୟୁଷଙ୍କ  ଗାଁ ସମ୍ବଲପୁର ଜିଲ୍ଲା ନାକଟିଦେଉଲ ବ୍ଲକ ର କୁଡାନାଲି ଗାଁରେ ।

ସେବେ ଗାଁ ପୋଲ ପାଇଁ ଚର୍ଚାକୁ ଆସିଥିବା ଆୟୁଷ ଆଜି ଅନ୍ୟ ଏକ କାମ ପାଇଁ ପାଲଟିଛନ୍ତି ବିସ୍ମୟ ବାଳକ । ସେ ଏ ପର୍ଯ୍ୟନ୍ତ ୮ଟି ୱେବ୍‌ସାଇଟ ଡିଜାଇନ କରିସାରିଛନ୍ତି । । କୁଡ଼ାନାଳୀର ସରୋଜ ରାଉତ ଓ ରଶ୍ମିତା ରାଉତଙ୍କ ୧୩ ବର୍ଷର ପୁଅ ଆୟୁଷ । ଆୟୁଷ ଅଷ୍ଟମ ଶ୍ରେଣୀର ଛାତ୍ର । ଆୟୁଷ ବିନା ପ୍ରଶିକ୍ଷଣ ବା ତାଲିମରେ ’ଫେସବୁକ୍ ଭଳି ଏକ ସାମାଜିକ ଗଣମାଧ୍ୟମ ସାଇଟ ଖୋଲିଛନ୍ତି, ଯାହାର ନାଁ ‘ରାଉଟର’। ଆୟୁଷଙ୍କ ବାପା ସରୋଜ ରାଉତ ଜଣେ ସାମ୍ବାଦିକ । ସେ ଭବିଷ୍ୟତରେ ଜଣେ ବିଶେଷଜ୍ଞ ହେବେ ଓ ଆଇଏଏସ ହୋଇ ଦେଶର ସେବା କରିବେ ବୋଲି କହିଛନ୍ତି । ନିଜ ଗାଁ କୁଡ଼ାନାଳୀକୁ ବିଶ୍ୱସ୍ତରରେ ପରିଚିତ କରିବାର ଲକ୍ଷ୍ୟ ରଖୁଛନ୍ତି ଆୟୁଷ । ଆୟୁଷ ଗତ ସେପ୍ଟେମ୍ବର ମାସରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିଥିଲେ । ପରେ ସମ୍ବଲପୁର ସାସଂଦ ନୀତେଶ ଗଙ୍ଗଦେବକୁ ମଧ୍ୟ ଦେଖା କରିଥିଲେ । ବାର ବର୍ଷର ବିସ୍ମୟବାଳକ ଆୟୁଷଙ୍କ ଅଧ୍ୟୟନ,ଗବେଷଣା, ସନ୍ଧାନ, ପ୍ରୟୋଗ ଜାରି ରହିଛି।

 

0
0
0
s2sdefault