ହେଡଲାଇନସ୍:

ଓଡ଼ିଶା ଡିଗ୍ରୀ ଇଞ୍ଜିନିୟର୍ସ ଆସୋସିଏସନର କାର୍ଯ୍ୟକାରିଣୀ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୌମ୍ୟରଞ୍ଜନ ସଭାପତି, ଗିରିଜା ଶଙ୍କର ସାଧାରଣ ସମ୍ପାଦକ ମନୋନୀତ

ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡ଼ିଶା ଡିଗ୍ରୀ ଇଞ୍ଜିନିୟର୍ସ ଆସୋସିଏସନର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଇଂ ପାର୍ଥସାରଥୀ ମୁଦୁଲି କହିଲେ ଯେ, ଯେଉଁ ସମୟରେ ଓଡ଼ିଶାରେ ଇଞ୍ଜିନିୟରିଂ କଲେଜ, ଶିଳ୍ପ ଓ ପ୍ରଯୁକ୍ତବିଦ୍ୟା ଆଦି ରସାତଳଗାମୀ ହେଉଥିଲା , ସେହି ସମୟରେ ନବୀନ ପଟ୍ଟନାୟକ ଓଡ଼ିଶାର ଶାସନର ମଙ୍ଗ ଧରିଥିଲେ | ତାଙ୍କ ଦକ୍ଷ ତଥା ଦୂରଦର୍ଶୀ ନେତୃତ୍ୱ କାରଣରୁ ରାଜ୍ୟରେ  ଇଞ୍ଜିନିୟରିଂ କଲେଜ, ଶିଳ୍ପ ଓ ପ୍ରଯୁକ୍ତି ବିଦ୍ୟା ଆଦି କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି  । ଏକ ସମୃଦ୍ଧ ରାଜ୍ୟ ଗଠନରେ ଇଞ୍ଜିନିୟରମାନଙ୍କର ପ୍ରମୁଖ ଭୂମିକା ଥାଏ । ଇଞ୍ଜିନିୟରିଂ  କଳା କୌଶଳ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ  ଆମ ରାଜ୍ୟକୁ ଅଗ୍ରଣୀ ଓ ସର୍ବଭାରତୀୟସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ମିଳିଛି । ଏଥିପାଇଁ ଓଡ଼ିଶାରେ ଆଜି ଇଞ୍ଜିନିୟରମାନେ ବିଶ୍ୱ ବନ୍ଦନୀୟ ବୋଲି ଇଂ ଶ୍ରୀ ମୁଦୁଲି କହିଥିଲେ |

ଏହି ଅବସରରେ ଆସୋସିଏସନର କାର୍ଯ୍ୟକାରିଣୀ ବୈଠକରେ ସଭାପତି ଭାବେ ସୌମ୍ୟରଞ୍ଜନ ମହାପାତ୍ର, ସାଧାରଣ ସମ୍ପାଦକ ଭାବେ ଗିରିଜା ଶଙ୍କର ବିଶ୍ୱାଳଙ୍କୁ ମୁଖ୍ୟଅତିଥି ଇଂ ମୁଦୁଲି ମନୋନୀତ କରିଥିଲେ । ନୂତନ ଦାୟିତ୍ୱ ନେଲା ପରେ ସୌମ୍ୟରଞ୍ଜନ ଓ ଗିରିଜା ଶଙ୍କର ଆସୋସିଏସନର କାର୍ଯ୍ୟଧାରାକୁ ଆହୁରି ଶକ୍ତ ଓ ସୁଦୃଢ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଆଜିର ଏହି କାର୍ଯ୍ୟକାରିଣୀ ବୈଠକରେ ଓଡ଼ିଶା ଡ଼ିଗ୍ରୀ ଇନିଞ୍ଜିୟର୍ସ ଆସୋସିଏସର ଉପଦେଷ୍ଟା ଇଂ ବିମଳ କୁମାର ସାହୁ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଇଂ ଶକ୍ତି ପ୍ରସାଦ ରଥ, ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ଇଂ ଜଗମୋହନ ବଳିୟାରସିଂ, ସମ୍ପାଦକ ଇଂ ସଂସଦ କୁମାର ନାୟକ, ଇଂ ଲିଙ୍ଗରାଜ ମହାନ୍ତି, ଇଂ ଜ୍ୟୋତିରଞ୍ଜନ ଶତପଥୀ, ଇଂ ରମ୍ୟରଞ୍ଜନ ପାଲ, ଇଂ ଅନମୋଲ କୁମାର, ଇଂ ରୋହିତ କୁମାର, ଇଂ ଅରବିନ୍ଦ କାନୁନଗୋ, ଦେବଦତ୍ତ ମହାରଣା, ମିଲନ ରାଉତରାୟ, ବିନିତ ସ୍ୱାଇଁ, ବିକାଶ ମଲ୍ଳିକ, ସୁରେଶ ଜେନା, ବିଶାଲ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault