ମର୍ଡର ମାତ୍ର ୧୭୩୫ ଟଙ୍କା ପାଇଁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଲରୁ ହତ୍ୟାକାଣ୍ଡ ର ଅଭିଯୁକ୍ତକୁ କାବୁକଲା ପୋଲିସ

ବରଗଡ :- ମାତ୍ର 1735 ଟଙ୍କା ପାଇଁ ଜଣେ ମଣିଷକୁ ହତ୍ୟା କରାଯାଇଥିବା କଥା ଶୁଣିଲେ ସହଜରେ ବିଶ୍ୱାସ କରି ହେବ ନାହିଁ । ହେଲେ ଏହା ସମ୍ପୂର୍ଣ୍ଣ ସତ । ପଡୋଶୀ ଛତିଶଗଡ଼ ରାଜ୍ୟର ମହାସମୁନ୍ଦ ଜିଲ୍ଲା ଅନ୍ତର୍ଗତ ସରେଇପାଲି ଥାନା ଅନ୍ତର୍ଗତ ବଲୋଦା ଫାଣ୍ଡିର ଟାଙ୍ଗନପାଳି ଗ୍ରାମରେ ଘଟିଛି ଏହିଭଳି ମର୍ମନ୍ତୁଦ ଘଟଣା । ମିଳିଥିବା ସୂଚନା ମୁତାବକ ଟାଙ୍ଗନପାଳି ଗ୍ରାମର ଗୟାଧର ସାହୁ ଏକ ମଇକ୍ରୋଫାଇନାନ୍ସ କମ୍ପାନି ରୁ ଋଣ ନେଇଥିଲା ଓ ଅଧିକାଂଶ ଋଣ ପରିଶୋଧ ମଧ୍ୟ କରି ସାରିଥିଲା । ଆଉ ମାତ୍ର 1735 ଟଙ୍କା ବାକି ଥିଲା ସୁଝିବାକୁ । ଟଙ୍କା ଅସୁଲ କରିବାକୁ ଆସୁଥିବା କର୍ମଚାରୀ ସମସେର ଅଲି ଙ୍କୁ ଗତ 24 ତାରିଖରେ ଟଙ୍କା ଦେବାକୁ ଡାକିଥିଲା ଗୟାଧର । ହେଲେ ଟଙ୍କା ଦେବା ବଦଳରେ ନିଛାଟିଆ ଜାଗାରେ ପଥରରେ ଛେଚି ଛେଚି ହତ୍ୟା କରିଥିଲା ସମସେର କୁ । ଏହାପରେ ଏକ ସାଇକଲରେ ଗାଁ ଛାଡି ପାଇକମାଲ କୁ ପଳେଇ ଆସିଥିଲା । ସେପଟେ ସରେଇପାଲି ପୋଲିସ ଥାନାରେ କେଶ ନମ୍ବର 34/21 ଧାରା 302 ରେ ମୁକଦମା ରୁଜୁ କରି ମାମଲାର ଖୋଲତାଡ଼ ଆରମ୍ଭ କରିଥିଲା । ଅଭିଯୁକ୍ତ ଗୟାଧର ପାଇକମାଲରେ ଥିବା ଖବର ପାଇ ଆଜି ସରେଇପାଲି ପୋଲିସ ପାଇକମାଲ ପହଂଛି ଅଭିଯୁକ୍ତ କୁ କାବୁ କରି ପ୍ରଥମେ ପାଇକମାଲ ପୋଲିସ ନିକଟରେ ହାଜର କରିବା ପରେ ସରେଇପାଲି ନେଇ ଯାଇଥିଲା ।

0
0
0
s2sdefault