ହେଡଲାଇନସ୍:

ଲୁହୁରେନ ବୁଢ଼ୀ ଲୁହୁରା ସମାଜର ବାର୍ଷିକ ଉତ୍ସବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମାଜ ପ୍ରତି ଲୁହୁରା ସମାଜର ଅବଦାନ ଓ ବଳିଦାନର ତୁଳନା ନାହିଁ : ବିଧାୟକ

ବରଗଡ :- ଆଜି ପୁଣ୍ୟପୀଠ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ଶ୍ରୀ ଶ୍ରୀ ବିଶ୍ୱକର୍ମା ଲୁହୁରେନ ବୁଢ଼ୀ ଲୁହୁରା ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସଵ ରେ ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବୋଡ଼ାସମ୍ବର ମାଟି ସହିତ ଲୁହୁରା ସମାଜର ସମ୍ପର୍କ ଓ ଦେଶ ପ୍ରତି ରହିଥିବା ସେମାନଙ୍କ ଅବଦାନ ବାବଦରେ ନୂତନ ପିଢ଼ିର ଯୁବକ ଯୁବତୀ ମାନଙ୍କୁ  ସୂଚନା ପ୍ରଦାନ କରିଥିଲେ । ଯେତେବେଳେ ବୋଡ଼ାସମ୍ବର ଇଂରେଜ ମାନଙ୍କର କବଜାରେ ଥିଲା ସେତେବେଳେ ସଂଗ୍ରାମୀ ମାନଙ୍କୁ ସଂଗ୍ରାମ କରିବା ପାଇଁ ଏହି ସମାଜର ଲୋକ ବରାବର ଭାବରେ ହତିଆର ଯୋଗାଇ ଆସୁଥିଲେ । ଏହି କଥା ବ୍ରିଟିଶ ଶାସନକୁ ଜଣା ପଡିବା ପରେ ହତିଆର ତିଆରି କରୁଥିବା ଏହି ସମାଜର ଲୋକଙ୍କୁ ବ୍ରିଟିଶ ମାନେ ହତ୍ୟା କରୁଥିବାର ଅନେକ ଦୃଷ୍ଟାନ୍ତ ରହିଛି । ସଂଗ୍ରାମୀ ମାନେ କେମିତି ଭାବରେ ନିରସ୍ତ୍ର ହେବେ ଏଥିପାଇଁ ବରାବର ଏହି ସମାଜର ଲୋକଙ୍କୁ ହତ୍ୟା କରାଯାଇଥିଲା । ଆଜି ଏହି ଉତ୍ସବରେ ଏହି ଅବହେଳିତ ସମାଜର ଆର୍ଥିକ ବିକାଶ ନିମନ୍ତେ ପ୍ରୟାସ କରିବା ସମସ୍ତ ଙ୍କର କର୍ତବ୍ୟ । ସମାଜର ସାମୁହିକ କାମ ପାଇଁ ସବୁବେଳେ ଆଗରେ ରହି ଯଥା ସମ୍ଭବ ସହଯୋଗ କରିବେ ବୋଲି ବିଧାୟକ କହିଛନ୍ତି ।

0
0
0
s2sdefault