ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସମ୍ବର୍ଧନା ସଭା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ପ୍ରାକୃତିକ ବିପର୍ଯ୍ୟୟ ହେଉ କି ମହାମାରୀ ଭଳି ପରିସ୍ଥିତି  ସବୁ ପରିସ୍ଥିତିର ସଫଳତାର ସହିତ ମୁକାବିଲା କରିବାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାରତ ବର୍ଷରେ ସର୍ବଶ୍ରେଷ୍ଠ । କେବଳ ଏତିକି ନୁହେଁ ସରକାର ଙ୍କର ବିଭିନ୍ନ ଯୋଜନାକୁ ତୃଣମୂଳ ସ୍ତରକୁ ପହଞ୍ଚାଇବାରେ ଓ ଯୋଜନା ଗୁଡିକର ସଫଳ ରୂପାୟନ କରିବାରେ ମଧ୍ୟ ଆମ ମୁଖ୍ୟମନ୍ତ୍ରୀ ସର୍ବଶ୍ରେଷ୍ଠ , ଏହା ବାରମ୍ବାର ପ୍ରମାଣିତ ହୋଇ ସାରିଛି । ଗତ କିଛି ଦିନ ତଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ କୋରୋନା ଟୀକା ପ୍ରଦାନ କରିବାରେ ମଧ୍ୟ ଓଡ଼ିଶା ନମ୍ବର ୱାନ । କେନ୍ଦ୍ର ସରକାରଙ୍କର ବୈମାତୃକ ମନୋଭାବ ସତ୍ତ୍ୱେ ଭାରତର ନମ୍ୱର୍ ୱାନ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଥିବା ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ବରପାଲି ଠାରେ ଅନୁଷ୍ଠିତ ସମ୍ୱର୍ଦ୍ଧନା ସଭାର ମୁଖ୍ୟ ଅତିଥିଭାବରେ ପଶ୍ଚିମ ଓଡିଶାର ପ୍ରିୟ ନେତା ତଥା ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ, ସ୍ଥାନୀୟ ବିଧାୟିକା ଶ୍ରୀମତୀ ରୀତା  ସାହୁ ଓ  ବରଗଡ଼ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦଳର ଅନେକ ପୁରୁଣା ଓ ନିଷ୍ଠାପର କର୍ମୀ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମୋ ପରିବାର ର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର, ଟିକାୟତ ମହତମ୍, କୀର୍ତ୍ତନ ଦାସ,ମହେନ୍ଦ୍ର ମେହେର, କୃଷ୍ଣ ସାହୁ,କିଶୋର ଦଫାଦାର, ଚତୁର୍ଭୁଜ ସାହୁ ,ମଧୁ ପ୍ରଧାନ, ବିଜୁ ଯୁବ ଛାତ୍ର ଜନତା ଦଳ,ବିଜୁ ମହିଳା ଜନତା ଦଳ, ବିଜୁ ଜନତା ଦଳ ଓ ଅନେକ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ।

0
0
0
s2sdefault