ହେଡଲାଇନସ୍:

ଏ ଚିତ୍ର କି କରୁଣ : ଦୟା କରିବେ କି ରାଜ୍ୟ ସରକାର, ସଦୟ ହେବ କି ପ୍ରଶାସନ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତେଲେଙ୍ଗାନା ରେ ଝିଅ ବନ୍ଧକ, ଏଣେ ବାପାଙ୍କ ମୃତ୍ୟୁ।

କଣ୍ଟାବାଞ୍ଜି(ଚୁଡାମଣି ସୁନା) : ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଡେବରିଆମୁଣ୍ଡାଗ୍ରାମର କୁମାରୀ ଶବର(୧୮) ତେଲେଙ୍ଗାନାରେ ବନ୍ଧକ ଥିବା ବେଳେ ଏଣେ ବାପାଙ୍କ ମୃତୁ ଘଟିଛି।

ପ୍ରକାଶ ଯେ ଗତ ନଭେମ୍ବର ମାସରେ କୁମାରୀଙ୍କ ବାପା ସ୍ୱର୍ଗତ ସ୍ୱର୍ଣ୍ଣ ଶବର ମା ମିନାବତୀ ଶବର ଗାଁର ସର୍ଦ୍ଦାରଙ୍କ ଠାରୁ ଅଗ୍ରୀମ ନେଇ ତେଲେଙ୍ଗାନା ରାଜ୍ୟର ଜଗତଲ ଅଞ୍ଚଳକୁ ଦାଦନ ଖଟି ଯାଇଥିଲେ। ସେଠାରେ ଏକମାସ କାମ କଲା ପରେ ବାପା ସ୍ୱର୍ଣ୍ଣ ହଠାତ ଅସୁସ୍ଥ ହୋଇ ପଡ଼ିଥିଲା। ଅସୁସ୍ଥ ଯୋଗୁଁ ସେ କାମ କରି ପାରିଲେ ନାହିଁ। ତାଙ୍କର ଅସୁସ୍ଥତା କୁ ଦେଖି ଦାଦନ ସର୍ଦ୍ଦାର ଓ ମାଲିକ କଥା ହୋଇ ଘରେ ଥିବା ୧୮ବର୍ଷୀୟ ଯୁବତୀ କୁମାରୀ ଶବରଙ୍କୁ ଏଠାକୁ ପଠେଇ ଦେଲେ ତୁମକୁ ଛାଡ଼ି ଦିଆଯିବ ବୋଲି କହିଥିଲେ ଏବଂ ସେପଟୁ ଏକ ବେସରକାରୀ ଗାଡ଼ିରେ ସ୍ବର୍ଣ୍ଣକୁ ଗାଁକୁ ଛାଡିବାକୁ ଆସିଥିଲେ। ବାପାଙ୍କ କାମ କରିବାକୁ ଅନ୍ୟ ଏକ ଗାଡ଼ିରେ କୁମାରୀକୁ  ନେଇଯାଇଥିଲେ। ଏଣେ ଗତ୨୮ତାରିଖ ସ୍ବର୍ଣ୍ଣଙ୍କ ମୃତ୍ୟୁ ହୋଇଥିଲା। ପରିବାର ରୋଜଗାରିଆ ଙ୍କ ମୄତୁ ପରେ ପୁଅ ପରମେଶ୍ବର(୧୧)ଝିଅ କୁମୁଦିନୀ(୮)ଓ ସ୍ତ୍ରୀ ମିନାବତୀ ଭାଙ୍ଗିପଡିଛନ୍ତି। ବାପା ଙ୍କ ଶେଷ ଦର୍ଶନ ପାଇଁ ଝିଅ ଆସିବାକୁ ଚାହିଁ ଥିଲେ ମଧ୍ୟ କୁମାରିକୁ ମାଲିକ ଛାଡ଼ି ନଦେଇ ବନ୍ଧକ ରଖିଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ବନ୍ଧକରେ ଥିବା କୁମାରୀଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର ପାଇଁ ଦାବି ହୋଇଛି।

0
0
0
s2sdefault