ହେଡଲାଇନସ୍:

"ଜ୍ୟୋତି" ଅନୁଷ୍ଠାନ ର ୩୩ ତମ ପ୍ରତିଷ୍ଠା ଦିବସ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ) - ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ "ଜ୍ୟୋତି"ଅନୁଷ୍ଠାନ ର ୩୩ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଜ୍ୟୋତି ର ସଭାପତି ଡ଼ଃ ପରେଶ୍ ଚନ୍ଦ୍ର ଦାନୀ ଙ୍କ ଅଧ୍ୟକ୍ଷତା ରେ ହୁମା ସ୍ଥିତ ବୀର ସୁରେନ୍ଦ୍ର ସାଏ ଜରା ନିବାସ ଏବଂ ମାନେଶ୍ୱର ସ୍ଥିତ ମାଁ ପାର୍ବତୀ ସେବା ସମିତି ଜରା ନିବାସ ରେ ଚକ୍ଷୁ ବିଶେଷଜ୍ଞ ଡାକ୍ତର ସୁରେଶ ଚନ୍ଦ୍ର ଦାନୀ ଅନ୍ତେବାସୀ ମାନଙ୍କର ଚକ୍ଷୁ ପରୀକ୍ଷା କରିବା ସହ ଚକ୍ଷୁ ସୁରକ୍ଷା ବିଷୟରେ ବୁଝାଇ କହିଥିଲେ। ହୁମା ଅନ୍ତେବାସୀ ମାନେ କୃଷ୍ଣଗୁରୁ ଭଜନ ପରିବେଷଣ କରିଥିଲେ। ଏହା ପରେ ଫଳ ବଣ୍ଟନ କରାଯାଇଥିଲା । ସେହିପରି ମାନେଶ୍ୱର ସ୍ଥିତ ମାଁ ପାର୍ବତୀ ସେବା ସମିତି ଜରା ନିବାସରେ ମଧ୍ୟ ଚକ୍ଷୁ ପରୀକ୍ଷା କରିବା ସହ ଫଳ ବଣ୍ଟନ କରାଯାଇଥିଲା ଏବଂ ଦୁଇ ଗୋଟି ସିଲିଂପଙ୍ଖା ପ୍ରଦାନ କରାଯାଇଥିଲା । ଉଭୟ ଜରା ନିବାସରେ ୧୩ ଜଣଙ୍କର ମୋତିଆବିନ୍ଦୁ ଚିହ୍ନଟ କରାଯାଇଥିଲା ଏବଂ ସମୟ ସୁବିଧା ଦେଖି, ଅପରେସନ କରିବା ପାଇଁ ଉଦ୍ୟମ କରାଯିବ। ଏହି କାର୍ଯ୍ୟକ୍ରମ ରେ "ଜ୍ୟୋତି" ର ସଂଯୋଜକ କଳ୍ପନା ମିଶ୍ର ବରିଷ୍ଠ ସଭ୍ୟ ଡ଼ଃ ସନ୍ତୋଷ କୁମାର ଦାଶ,  କବିତା ପୁରୋହିତ, କୋଷାଧ୍ୟକ୍ଷ ବିବେକାନନ୍ଦ ମହାନ୍ତି ,ଜରା ନିବାସ ର  ସତ୍ୟ ମେଣ୍ଡେଲି, ହରିଶଙ୍କର ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ।

       

0
0
0
s2sdefault