ହେଡଲାଇନସ୍:

ବିନା ଶ୍ରଦ୍ଧାଳୁରେ ମହାପ୍ରଭୁ ନୃସିଂହନାଥଙ୍କର କାର୍ତ୍ତିକ ପୂର୍ଣ୍ଣିମା ରୀତିନୀତି ସମ୍ପନ୍ନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାହାରେ ଦୀପଜାଳି ଫେରିଲେ ସଭିଏଁ, ହେଲାନି ଦର୍ଶନ 

ବରଗଡ :- ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର । ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା , ଚିରସ୍ରୋତା ପାପ ନାସିନୀ ଝରଣା କୂଳରେ ମହାପ୍ରଭୁ  ମାର୍ଜର କେଶରୀ  ଙ୍କର ପୀଠରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯାଇଥିଲା । କିନ୍ତୁ ଚଳିତ ଥର ଦୃଶ୍ୟ ଥିଲା ସମ୍ପୂର୍ଣ୍ଣ ଭାବରେ ଭିନ୍ନ ।

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିରରେ ପ୍ରତ୍ୟେକ ବର୍ଷ ଆଜିର ହଜାର ହଜାର ଭକ୍ତ ଓ ପର୍ଯଟକ ଙ୍କର ଭିଡ଼ ଥାଏ । ଲୋକେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଓ ପବିତ୍ର ଝରଣା ରେ ବୁଡ଼ ପକାଇବା ପାଇଁ ନିଜର ପାଳିକୁ ଅପେକ୍ଷା କରିଥାନ୍ତି । ଗୋଟେ ଦିନ ପୂର୍ବରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକଙ୍କ ଆସିବା ଆରମ୍ଭ ହୋଇଯାଏ । ହେଲେ ଚଳିତ ବର୍ଷ ଦୃଶ୍ୟ ସମ୍ପୂର୍ଣ୍ଣ ଭାବରେ ଅଲଗା । କୋବିଡ଼ କଟକଣା ଓ ନିୟମାବଳୀ କୁ ସମ୍ପୂର୍ଣ୍ଣ ଭାବରେ ପାଳନ କରି ଗତ କାଲିଠାରୁ ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପାଦନ କରାଯାଇଛି । ଭକ୍ତ ବତ୍ସଲ ମହାପ୍ରଭୁଙ୍କ ପୂଜା ଅର୍ଚ୍ଚନା ଚାଲିଛି ସତ କିନ୍ତୁ ବିନା ଭକ୍ତ ରେ । ଦର୍ଶନ ମନା ଥିବା କାରଣରୁ ଆଜି ଏଠାକୁ ଆସିଥିବା ଅଳ୍ପ ସଂଖ୍ୟକ ଭକ୍ତ ମାନେ ମହାପ୍ରଭୁଙ୍କ ଦର୍ଶନ ରୁ ବଂଚିତ ହୋଇଛନ୍ତି । ଚଳିତ ବର୍ଷ ଭିଡ଼ ଅନେକ କମ ଥିଲା । ଭକ୍ତ ମାନେ ମହାପ୍ରଭୁଙ୍କ ମନ୍ଦିର ରୁ ପ୍ରାୟ ଦେଢ଼ ଶହ ମିଟର ଦୂରରେ ବେରିକେଡ ନିକଟରେ ମହାପ୍ରଭୁଙ୍କ ଉଦେଶ୍ୟ ରେ ଧୂପ ଦୀପ ଫୁଲ ଚନ୍ଦନ ପ୍ରଦାନ କରିଥିଲେ । ଆଜି ଭଳି ପବିତ୍ର ଦିନରେ ମହାପ୍ରଭୁଙ୍କ ଦର୍ଶନ ରୁ ଵଂଚିତ ଥିବା ଭକ୍ତ ମାନେ ଦୁଃଖିତ ଥିବା ଅନେକ ଭକ୍ତ ପ୍ରକାଶ କରିଛନ୍ତି । ଏପଟେ ସରକାର ଙ୍କର ନିୟମ ମୁତାବକ କୋବିଡ଼ କଟକଣା କୁ ସମ୍ପୂର୍ଣ୍ଣ ଭାବରେ ପାଳନ କରିବ ପାଇଁ ମନ୍ଦିର ପ୍ରଶାସନ ତତ୍ପର ଥିବା ମନ୍ଦିର ଟ୍ରଷ୍ଟ ବୋର୍ଡର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ କହିଛନ୍ତି ।

 

0
0
0
s2sdefault