ହେଡଲାଇନସ୍:

ଷ୍ଟ୍ରିଟ ଲାଇଟ ଅଚଳ। ବ୍ରଜରାଜନଗର ପୌରାଞ୍ଚଳର ୬ ଟି ୱାର୍ଡ଼ ଅନ୍ଧାରରେ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) : ବ୍ରଜରାଜନଗର ପୌରାଞ୍ଚଳର ଅନେକ ୱାର୍ଡ଼ର ରାସ୍ତା ଅନ୍ଧାରରେ। ଗତ ୨୦୧୭ ମସିହାରେ ବିଦ୍ୟୁତ ଖର୍ଚ୍ଚ କମ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୩୪୮୭ଟି ଏଲଇଡି ବଲବ ଲଗାଯାଇଥିଲା। ବଲବ ଲଗାଇବା ଦାୟୀତ୍ୱ ଇଇସିଏଲ ନାମକ ଏକ କମ୍ପାନୀ ନେଇଥିବା ବେଳେ ୨୩ଟି ୱାର୍ଡ଼ ଳର ମୂଖ୍ୟ ରାସ୍ତା ସହ ଗଳିମାନଙ୍କରେ ଏହି ବଲବ ଗୁଡ଼ିକ ଲଗାଯାଇଥିଲା। କମ୍ପାନୀ ୭ ବର୍ଷ ପାଇଁ ଏହାର ରକ୍ଷଣାବେକ୍ଷଣ ଦାୟୀତ୍ବରେ ରହିଛି। ମାତ୍ର ଗତ ତିନି ମାସ ହେଲାଣି, ପ୍ରାୟ ୩୫୦ଟି ବଲବ ଅକାମୀ ହୋଇ ପଡ଼ିଛି। ଏଥି ମଧ୍ୟରୁ ଅଧିକାଂଶ ୧୧୦ ରୁ ୭୦ ୱାଟର ବଲବ ଅଟେ। ପ୍ରାୟ ୬ଟି ୱାର୍ଡ଼ର ମୂଖ୍ୟ ରାସ୍ତା ବର୍ତ୍ତମାନ ଅନ୍ଧାରରେ। ପୌର ପରିଷଦ ତରଫରୁ ଷ୍ଟ୍ରିଟ ଲାଇଟ ଦାୟୀତ୍ବରେ ଥିବା ଅଧିକାରୀ ଚନ୍ଦ୍ର ମହାକୁଡ଼ କହିଛନ୍ତି ଯେ ଆସନ୍ତା ସପ୍ତାହରେ କମ୍ପାନୀ ତରଫରୁ କର୍ମଚାରୀମାନେ ଆସି ସମସ୍ୟାର ସମାଧାନ କରିବେ।

0
0
0
s2sdefault