ହେଡଲାଇନସ୍:

ଅନ୍ତରାଷ୍ଟ୍ରୀୟ ମାନବାଧିକାର ପରିଷଦ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି/ବି.ଶ୍ରୀନିବାସ ପାତ୍ର : ସମ୍ପ୍ରତି ମାଲକାନଗିରି ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀ ପଦୋନ୍ନତି ତାଲିକା ପ୍ରକାଶ ପାଇଲା ପରେ ଉକ୍ତ ପଦୋନ୍ନତି ପ୍ରକ୍ରିୟାରେ ଅନୁସୂଚିତ ଜନଜାତି ଓ ଜନଜାତି ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଥିଲା।ଏ ସଂକ୍ରାନ୍ତରେ ମାଲକାନଗିରି ଜିଲ୍ଲା ଅନ୍ତରାଷ୍ଟ୍ରୀୟ ମାନବାଧିକାର ପରିଷଦର ସଭାପତି ନିରଞ୍ଜନ ମଲ୍ଲ ଜିଲ୍ଲାପାଳ ଡାଃ ୟେଦୁଲା ବିଜୟଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ୟେଶରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହାର ସଠିକ ସତ୍ୟାସତ୍ୟ ଜାଣିବା ସହ ପଦୋନ୍ନତି ତାଲିକାରେ ତ୍ରୁଟି ଥିଲେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ ଯେ ଦୀର୍ଘ ଦିନ ଅପେକ୍ଷା ପରେ ଗତ ୧୭/୧୧/୨୦୨୦ ତାରିଖରେ ମାଲକାନଗିରି ଜିଲ୍ଲାର level-5(A) ଶିକ୍ଷକ ମାନଙ୍କ ପଦୋନ୍ନତି ତାଲିକା ପ୍ରକାଶ ପାଇଥିଲା । ଓଡ଼ିଶାର କେତେକ ଜିଲ୍ଲାରେ ଏହି ପଦୋନ୍ନତି ତାଲିକା ବହୁ ଦିନ ପୂର୍ବରୁ ପ୍ରକାଶ ପାଇସାରିଛି କିନ୍ତୁ ମାଲକାନଗିରି ଜିଲ୍ଲାରେ ପଦୋନ୍ନତି ତାଲିକାକୁ ବାରମ୍ବାର ବଦଳା ଯିବା ପରେ ଯେଉଁ ତାଲିକା ପ୍ରକାଶ ପାଇଲା, ତାହା ମଧ୍ୟରେ ଅନେକ ତ୍ରୁଟି ପରିଲକ୍ଷିତ ହୋଇଛି।ସମାଜର ଅବହେଳିତ ଜନଜାତି ତଥା ଅନୁସୂଚିତ ଜନଜାତି ବର୍ଗର ସଂରକ୍ଷଣ ବ୍ୟବସ୍ଥାରେ ବ୍ୟାପକ ଅନୀୟମିତତା ଦେଖା ଯିବା ସହ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି।ବିଶେଷ କରି ପ୍ରକାଶିତ ତାଲିଲାରେ ଅନୁସୂଚିତ ଜନଜାତି ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରତି ଘୋର ଅନ୍ୟାୟ ହୋଇଥିବା ଅଭିଯୋଗ ହୋଇଥିଲା।

0
0
0
s2sdefault