ହେଡଲାଇନସ୍:

ଉତ୍ତରାଧିକାରୀଙ୍କୁ ମୃତ୍ୟୁକାଳୀନ  ସହାୟତା ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡା.(ଅମିତ ପୁରୋହିତ}; ସ୍ଥାନୀୟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ତରଫରୁ ଆଜି ଜଣେ ଉତ୍ତରାଧିକାରୀଙ୍କୁ ମୃତ୍ୟୁକାଳୀନ ସହାୟତା କରିଛନ୍ତି । ଗତ କିଛିମାସ ତଳେ କୁରୁମପୁରି ଗ୍ରାମର ଜିଲ୍ଲା ପରିଷଦ ସଭ୍ୟ ରାମ ନରେଶ ଅହିରଙ୍କ ମୃତ୍ୟୁ ହୋଇଥିଲା ପିଏନବିରେ ପିଏନବି ମେଟଲାଇଫ ଇଣ୍ଡିଆ ଇନସୁରେନ୍ସ କୋ ଏଲଟିଡିରେ ତାଙ୍କର ଜୀବନ ବୀମା ରହିଥିଲା । ଗତ ୨ ତାାରିଖରେ ତାଙ୍କର ଉତ୍ତରାଧିକାରୀ ପୁଅ ରୋହିତ ଅହିର ବୀମା ଟଙ୍କା ପାଇଁ ଆବେଦନ କରିଥିଲେ । ଏଆରଏମ ରାଜକିଶୋର ମଜୁମଦାର ମୃତକଙ୍କ ସବିଶେଷ କାଗଜାତ ଦାଖଲ କରିଥିଲେ । ଏହାର ତଦନ୍ତ କରି ଗତ ୧୮ ତାରିଖରେ ପିଏନବି ଶାଖା ପରିଚାଳକ ବିଜୟ ଗୋଣ୍ଡ ୯ ଲକ୍ଷ ୮୦ ହଜାର ଟଙ୍କା ତାଙ୍କ ଖାତାକୁ ଟ୍ରାନ୍ସଫର କରିଛନ୍ତି । ଏହି ଅବସରରେ ତାଙ୍କୁ ବ୍ୟାଙ୍କ ତରଫରୁ ଏକ ପ୍ରମାଣପତ୍ର ପ୍ରଦାନ କରାଯାଈଛି । ଏଠାରେ ବିଏମ ଶ୍ରୀ ଗୋଣ୍ଡ, ଏବିଏମ ଦେବେନ୍ଦ୍ର ମେହେର, ଏଆରଏମ ଶ୍ରୀ ମଜୁମଦାର, ଫିଲ୍ଡ ଅଫିସର ରୋଜା ଏଚ ଏନ, କେସିୟର ରାଜେନ୍ଦ୍ର ନାରାୟଣ ଚିରାଙ୍ଗୁନ, ସବ୍ ଷ୍ଟାଫ ଅରିବିନ୍ଦ ମାଝୀ, ବିସି ମିଲନ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଆବେଦନ ର ୧୫ ଦିନ ମଧ୍ୟରେ ବୀମା ଟଙ୍କା ମିଳିଥିବାରୁ ପରିବାର ଲୋକେ ଖୁସିବ୍ୟକ୍ତ କରିଛନ୍ତି । 

 

0
0
0
s2sdefault