ହେଡଲାଇନସ୍:

ନାବାଳିକାଙ୍କୁ ପ୍ରତାରିତ କରି ଦୁଷ୍କର୍ମ ଓ ପରେ ଚାଲାଣ ଅଭିଯୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନାବାଳିକାକୁ ଅପହରଣ, ବିବାହର ପ୍ରତିଶ୍ରୁତି ଦେଇ ବିବାହିତ ଯୁବକଙ୍କ ଦୁଷ୍କର୍ମ, ପରେ ଚାଲାଣ କରିବା ଉଦ୍ୟମ ଅଭିଯୋଗ।

( ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ / ଅନିଲ କୁମାର ପୃଷ୍ଟି ) - ସମ୍ବଲପୁର ଜିଲ୍ଲା ରେଢାଖୋଲ କିସିଣ୍ଡା ଥାନା ଅନ୍ତର୍ଗତ ଉପରମୁଣ୍ଡା ଗ୍ରାମର ଜଣେ ୧୭ ବର୍ଷୀୟ ନାବାଳିକାଙ୍କୁ ଜଣେ ବିବାହିତ ଯୁବକ ଅପହରଣ କରି ଆଣି ରାତି ତମାମ ଦୁଷ୍କର୍ମ କରିବା ପରେ ୫ ଘଣ୍ଟା ଧରି ଘର କୋଠରୀ ଭିତରେ ତାଲା ପକାଇ ରଖିବା ସହ ବାହାର ରାଜ୍ୟକୁ ଉକ୍ତ ନାବାଳିକାକୁ ଚାଲାଣ କରିବା ଉଦ୍ୟମ କରିବା ନେଇ ପିଡିତା ନାବାଳିକା ଜଣକ କିସିଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ କିସିଣ୍ଡା ଥାନା କେସ ନମ୍ବର  ୬୭/୨୦୨୦ ୨୮ତାରିଖରେ ଦଫା୩୬୩,୩୬୬ଏ,୩୪୨,୩୭୬(୨)ପକସୋ ଆକ୍ଟରେ ଏକ ମାମଲା ରୁଜୁ କରିବା ସହ ନାବାଳିକାଙ୍କୁ ପୋଲିସ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ଆଣି ଡାକ୍ତରୀମାଇନା କରିଛନ୍ତି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଉପରମୁଣ୍ଡା ଗ୍ରାମର ଜଣେ ୧୭ ବର୍ଷୀୟ ନାବାଳିକାକୁ ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଲୁହାପଙ୍କ ପଞ୍ଚାୟତ ଅନ୍ତର୍ଗତ ଶାମପୁର ଗ୍ରାମର ସ୍ଥାୟୀ ବାସିନ୍ଦା ତଥା ରେଢାଖୋଲ ସହର କଦମ୍ବ ପଡିଆ ନିକଟରେ ଭଡା ଘରେ ରହୁ ଥିବା ବସନ୍ତ ସାହୁ(୩୫) ନାମକ ବିବାହିତ ଯୁବକ ଗତ ୨୫ତାରିଖ ଦିନ ଉପରମୁଣ୍ଡା ଗ୍ରାମକୁ ଯାଇ  ସେ ଜଣେ ଅବିବାହିତ ଯୁବକ ପରିଚୟ ଦେଇ ନାନା ପ୍ରଲୋଭିତ କଥା କହି ଏପରିକି ନାବାଳିକା ଜଣଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଅପହରଣ କରି ରେଢାଖୋଲରେ ରହୁଥିବା ଭଡା ଘରକୁ ନେଇ ଆସି ରାତି ତମାମ ଦୁଷ୍କର୍ମ କରିବା ପରେ ୫ ଘଣ୍ଟା ଧରି ଘର କୋଠରୀ ଭିତରେ ତାଲା ପକାଇ ରଖିବା ପରେ ବାହାର ରାଜ୍ୟକୁ ଚାଲାଣ କରିବା ନେଇ ନାବାଳିକା ପିଡିତା ଜଣକ କିସିଣ୍ଡା ଥାନାରେ ଅଭିଯୋଗ କରିଛନ୍ତି। ନାବାଳିକା ଜଣଙ୍କୁ ୫ଘଣ୍ଡା ଧରି ବସନ୍ତ ତାଲା ପକାଇ ଘର ଛାଡ଼ି କୁଆଡେ ପଳାଇ ଯିବା ପରେ ଦୀର୍ଘ ସମୟ ଧରି ନାବାଳିକା ଜଣକ  ବନ୍ଦ କୋଠରୀ ଭିତରେ ରହିବା ପରେ  ଉଦ୍ଧାର ପାଇଁ ଆର୍ତ୍ତ ଚିତ୍କାର କରିବାରୁ ସ୍ଥାନୀୟ ଅଞ୍ଚଳର ପଡିଶା ଘର, ଭଡା ଘର ମାଲିକ ଆସି ତାଲା ଖୋଲି ବନ୍ଦ କୋଠରୀ ଭିତରେ ଥିବା ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ଏହାପରେ ଲୋକଙ୍କୁ ନାବାଳିକା ଜଣକ କହିବା ପରେ ଥାନାକୁ ଯାଇ ଅଭିଯୋଗ କରି ଥିଲେ। ଅଭିଯୋଗ ପରେ ରେଢାଖୋଲ ପୋଲିସ ଏସଡିପିଓ ହାଡ଼ିବନ୍ଧୁ ସ୍ୱାଇଁ, କିସିଣ୍ଡା ଥାନା ଅଧିକାରୀ ଚିତ୍ତ ରଞ୍ଜନ ନାୟକ ଘଟଣାର ତଦନ୍ତ କରୁଛନ୍ତି। ଖୁବ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରା ଯିବ ବୋଲି ପୋଲିସ କହିଛନ୍ତି।

0
0
0
s2sdefault