ହେଡଲାଇନସ୍:

ଜୀବନ କଟୁଛି କଷ୍ଟେମଷ୍ଟେ, ମୃତ୍ୟୁପରେ ବି ଲୋକଙ୍କ କାମରେ ଲାଗିବାକୁ ନୀଳାଞ୍ଚଳଙ୍କ ମନ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର-ସାଧାରଣ ଯୁବକ ଜଣେ | କଷ୍ଟେମଷ୍ଟେ ଚଳାଇନେଉଛନ୍ତି ଗୁଜୁରାଣ | ଲୋକଙ୍କୁ ସାହାଯ୍ୟ କରିବାକୁ ସବୁବେଳେ ବ୍ୟଗ୍ର | ନିଜ ସାଧ୍ୟମତେ କରିବାକୁ ଚେଷ୍ଟା କରୁଛନ୍ତି | ଜୀବନରେ କେମିତି କାହାର କାମରେ ଲାଗିବେ ସେ ଭିନ୍ନ କଥା, ତାଙ୍କ ଜୀବନ ପରେ ମୃତ୍ୟୁ ବି ଲୋକଙ୍କ ଉପକାରରେ ଲାଗୁ ବୋଲି ଚିନ୍ତା ପଦ୍ମପୁରର ନିଲାଞ୍ଚଳ ଦରଓ୍ବାନଙ୍କ |

ପଦ୍ମପୁର  ଉପଖଣ୍ଡ  ମେଲଛାମୁଣ୍ଡା ଥାନା ଅଧିନସ୍ଥ ଏକ ଛୋଟିଆ ଗାଁ ସାରଙ୍ଗପୁର ରେ ଜନ୍ମ ୧୯୯୫ ରେ ଗ୍ରହଣ l ପିଲାଟି ଦିନରୁ ସମାଜ ସେବା ରେ ମନ ନିବେଶ କରି ଆସୁଛନ୍ତି । ଶିକ୍ଷାଗତ ଯୋଗ୍ୟତା କହିଲେ  ଗ୍ରାଜୁଏଟ  କରିଛନ୍ତି  | ତାଙ୍କ ପରିବାର କହିଲେ ସ୍ତ୍ରୀ ଓ ୨ ବର୍ଷର  ପୁଅ  l ବାପା ଶୁକଦେବ ଦରୁଆନ ମାତା ବିନୋଦିନୀ ଦରୁଆନ |  ସେ  ଦଶମ କ୍ଲାସ ପଢ଼ୁଥିବା ବେଳେ ହଟାତ ଦିନେ ତାଙ୍କ ବାପାଙ୍କ   ଦେହଖରାପ  ହୋଇଥିଲା |  ତାଙ୍କୁ  କିଡ଼ନି ଏବଂ ରକ୍ତ ଦରକାର ଥିଲା | ଯେତେ ଚେଷ୍ଟା  କଲେ ମଧ୍ୟ ତାହା ମିଳି ନ ଥିଲା  ଯଦ୍ୱାରା ତାଙ୍କର ମୃତ୍ୟୁ ଘଟିଥିଲା l ସେକଥାଟା ତାଙ୍କ ମନରେ ପ୍ରଭାବ ପକାଇଥିଲା ସେହି ଦିନଠାରୁ | ନିଜ ସାଧ୍ୟମତେ ଲୋକଙ୍କ ସୁଖ ଦୁଃଖରେ ସାମିଲ ହେବାର ହୃଦୟ ରଖିଥିବା ନିଲାଞ୍ଚଳ ଦରଓ୍ବାନ  କୁହନ୍ତି ଯେ "ମୋ ମୃତ୍ୟୁ ପରେ ମୋ ଶରୀର ମାଟିରେ ନ ମିଶି କାହା କାମରେ ଲାଗୁ" |  ଏଇ ଉଦ୍ଦେଶ୍ୟରେ କଟକ ର ଜଣେ ସମାଜ ସେବୀ ଶ୍ରୀ ପ୍ରଭାସ ଆଚାର୍ଯ୍ୟ ଙ୍କ ଠାରୁ ଅନୁପ୍ରାଣିତ ହୋଇ ଶ୍ରୀ ଦରୁଆନ ଆଜି ଅଙ୍ଗଦାନ କରିବା ପାଇଁ ନିଜକୁ ପଂଜିକୃତ କରିଛନ୍ତି | 

 

 

 

0
0
0
s2sdefault