ହେଡଲାଇନସ୍:

 ନିୟମିତ ଭାବେ ଲିଭର ପ୍ରତ୍ୟାରୋପଣ ସୁବିଧା ସମରେ ହେବ ଉପଲବ୍ଧ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ ହସ୍ପିଟାଲ ଓ ଏସିଆନ ଇନଷ୍ଟିଟ୍ୟୁଟ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ହେଲା ବୁଝାମଣା ସ୍ୱାକ୍ଷରିତ   

ଭୁବନେଶ୍ୱର(ଶାସକ ପ୍ରଶାସକ)  :  ଶିକ୍ଷା ଓ ଅନୁସନ୍ଧାନ (ଡିମଡ଼ ଟୁ ବି ୟୁନିଭରସିଟି ) ପରିଚାଳିତ  ଇନଷ୍ଟିଟ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ ହସ୍ପିଟାଲ ସହିତ ହାଇଦ୍ରାବାଦ ସ୍ଥିତ ଏସିଆନ ଇନଷ୍ଟିଟ୍ୟୁଟ  ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ନିୟମିତ ଭାବେ ଲିଭର ପ୍ରତ୍ୟାରୋପଣ ନେଇ ଶନିବାର  ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି |

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଂଜନ ନାୟକଙ୍କ ଉପସ୍ଥିତିରେ ଏଆଇଜିର ଲିଭର ପ୍ରତ୍ୟାରୋପଣ ନିର୍ଦ୍ଦେଶକ ଡାକ୍ତର ପି. ବାଲଚନ୍ଦ୍ରନ ଓ ଆଇଏମଏସ ଓ ସମ ହସ୍ପିଟାଲର ମେଡିକାଲ ସୁପରିଟେନଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ବୁଝାମଣା ପତ୍ର ସ୍ୱାକ୍ଷରିତ କରିଥିଲେ |

ଏହି ଅବସରରେ ଏଆଇଜିର ଉପ ସଭାପତି ଶ୍ରୀ ସନ୍ତୋଷ କୁମାର ସାହୁ, ଏଆଇଜି ପକ୍ଷରୁ ଡାକ୍ତର ଜି.ଭି. ପ୍ରେମକୁମାର, ଡାକ୍ତର ଶକ୍ତି ସ୍ୱରୂପ ଓ ଡାକ୍ତର କ୍ରିଷ୍ଣା ଚୈତନ୍ୟ  ଉପସ୍ଥିତ ଥିବାବେଳେ ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ଗ୍ୟାଷ୍ଟ୍ରୋଏନଟେରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ମନୋଜ କୁମାର ସାହୁ ଏବଂ ଅନ୍ୟ ଡାକ୍ତର ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ |

ଗତ ମାର୍ଚ୍ଚ ମାସରେ ଓଡିଶାରେ ପ୍ରଥମଥର ନିମନ୍ତେ ଆଇଏମଏସ ଓ ସମ ହସ୍ପିଟାଲରେ ସଫଳତାର ସହ ପ୍ରଥମ ଲିଭର ପ୍ରତ୍ୟାରୋପଣ ସମ୍ପନ୍ନ ହୋଇଥିଲା |

0
0
0
s2sdefault