ହେଡଲାଇନସ୍:

"ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଓଡ଼ିଆ ଭାଷାରଏକ ସୁଦୀର୍ଘ ତଥା ଗୌରବାବହ ପରମ୍ପରା ରହିଛି |" 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ୧୨୦ ଜଣ ଓଡ଼ିଆ ଅଧ୍ୟାପକଙ୍କ ନିଯୁକ୍ତି

"ଓଡ଼ିଆ ଭାଷାକୁ ଅଧିକ ରୁଦ୍ଧିମନ୍ତ କରିବାର ଗୁରୁତ୍ୱଦାୟିତ୍ୱ ଅଧ୍ୟାପକମାନଙ୍କ ଉପରେ ରହିଛି' :  ମନ୍ତ୍ରୀ ଡ. ସାହୁ

 "ଅଧ୍ୟାପକମାନଙ୍କ ନିଷ୍ଠା ଓ ଚେଷ୍ଟା ଉଚ୍ଚଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିପାରିବ'

"ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ମହାବିଦ୍ୟାଳୟଗୁଡ଼ିକରେ ଅଧ୍ୟାପକ ନିଯୁକ୍ତି ନିମନ୍ତେ ବ୍ୟାପକ ପ୍ରକ୍ରିୟା ଚାଲିଛି'

ଭୁବନେଶ୍ୱର,(ଶାସକ ପ୍ରଶାସକ) : କୌଣସି ବ୍ୟବସ୍ଥା ସଂସ୍କାରଧର୍ମୀ ହୋଇ ପରିବର୍ତ୍ତନ ଆସିବା ଗୋଟିଏ ଜାତି ପାଇଁ ଶୁଭ ଲକ୍ଷଣା ଉଚ୍ଚଶିକ୍ଷାରେ ଗୁଣାତ୍ମକ ଉନ୍ନତି ଆଣିବା ନିମନ୍ତେ ଅଣାଯାଇଥିବା ସଂସ୍କାରର ସୁଫଳ ମିଳୁଛିା ଶିକ୍ଷା କ୍ଷେତ୍ରରେ ଏକ ସୁସ୍ଥ ପରମ୍ପରା ସୃଷ୍ଟି ଦିଗରେ ଅଧ୍ୟାପକଅଧ୍ୟାପିକାମାନେ ନିଷ୍ଠାର ସହିତ ଚେଷ୍ଟା କଲେ ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରଭୂତ ଉନ୍ନତି ସାଧିତ ହୋଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତିା 

ଆଜି ପୂର୍ବାହ୍ନରେ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ନିଯୁକ୍ତି ନିମନ୍ତେ ରାଜ୍ୟ ସିଲେକ୍ସନ୍ ବୋର୍ଡ ଦ୍ୱାରା ଚୟନ କରାଯାଇଥିବା ଓଡ଼ିଆ ବିଭାଗର ଅଧ୍ୟାପକମାନଙ୍କର ଏକ ଦିଗ୍ଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଯେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ମହାବିଦ୍ୟାଳୟଗୁଡ଼ିକରେ ଅଧ୍ୟାପକ ନିଯୁକ୍ତି ନିମନ୍ତେ ବ୍ୟାପକ ପ୍ରକ୍ରିୟା ଚାଲିଛିା ମହାବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟାକୁ ସଂପୂର୍ଣ୍ଣ ସ୍ୱଚ୍ଛ କରଯାଇଛି ଯେପରି କୌଣସି ମେଧାବୀ ଛାତ୍ରଛାତ୍ରୀ ନାମଲେଖାରୁ ବଂଚିତ  ନହୁଅନ୍ତିା ମେଧାକୁ କେବେହେଲେ ଅଟକାଇ ହେବ ନାହିାଁ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଓଡ଼ିଆ ଭାଷାର ଏକ ସୁଦୀର୍ଘ ତଥା ଗୌରବାବହ ପରମ୍ପରା ରହିଛିା ଓଡ଼ିଆ ଭାଷା ସାହିତ୍ୟ ଆମ ନିଜସ୍ୱ, ବହୁ ପ୍ରାଚୀନ ଏବଂ ଅତ୍ୟନ୍ତ ଉଚ୍ଚ ମାନରା ରାଜ୍ୟ ସରକାର ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତିର ସମୃଦ୍ଧି ପାଇଁ ପ୍ରତିଶ୍ରୁତିବଦ୍ଧା ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷାର ମହିମାକୁ ଆହୁରି ଗୌରବାନ୍ୱିତ ଓ ରୁଦ୍ଧିମନ୍ତ କରିବାର ଗୁରୁଦାୟିତ୍ୱ ଓଡ଼ିଆ ବିଭାଗର ଅଧ୍ୟାପକଅଧ୍ୟାପିକାମାନଙ୍କ ଉପରେ ନ୍ୟସ୍ତ ହୋଇଛିା ସେମାନେ ଏହାକୁ ସଫଳତାର ସହ ନିର୍ବାହ କରିବେ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲୋ ଅଧ୍ୟାପକମାନେ ନିଜର ନିଷ୍ଠା, ଚେଷ୍ଟା, ଯୋଗ୍ୟତା ଓ ପରିଶ୍ରମ ବଳରେ ସମାଜର ଆଙ୍ଗିକ ଓ ସାମଗ୍ରିକ ଉନ୍ନତି ପାଇଁ କାମ କରନ୍ତୁ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲୋ 

ଦିଗ୍ଦର୍ଶନ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଯୋଗଦେଇ କହିଲେ ଅଧ୍ୟାପକମାନେ ସର୍ବଦା ଜ୍ଞାନ ଆହରଣରେ ବ୍ରତୀ ହୋଇ ନିଜ ନିଜର ଚିନ୍ତା ଓ ଚେତନାର ବିକାଶ କରିବା ଦରକାରା ଭଲ ଶିକ୍ଷାଦାନ ସହିତ ପ୍ରଶାସନିକ ଓ ନେତୃତ୍ୱ ନେବା କ୍ଷେତ୍ରରେ ଦକ୍ଷତା ହାସଲ କରିବା ଉଚିତା ଜୀବନରେ ଓ କର୍ମକ୍ଷେତ୍ରରେ ସବୁପ୍ରକାର ସମସ୍ୟାର ସମ୍ମୁଖୀନ ହେବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ରହିଲେ ସମସ୍ୟାର ସମାଧାନ ସହଜ ହୋଇଥାଏା ଓଡ଼ିଆ ବିଭାଗର ଅଧ୍ୟାପକଅଧ୍ୟାପିକା ଭାବରେ ଓଡ଼ିଆ ଭାଷାକୁ ଅଧିକ ଗ୍ରହଣୀୟ ଓ ଆଦରଣୀୟ କରିବା ଦିଗରେ ନିଷ୍ଠାପର ଉଦ୍ୟମ କଲେ ଓଡ଼ିଆ ଭାଷା ଆହୁରି ସମୃଦ୍ଧ ହୋଇପାରିବା ଏଥି ସହିତ ଅଧ୍ୟାପକମାନେ ସେମାନଙ୍କର କର୍ତ୍ତବ୍ୟ ପ୍ରତି ସଂପୂର୍ଣ୍ଣ ଭାବେ ସମର୍ପିତ ହୋଇପାରିଲେ ସେମାନଙ୍କର ବ୍ୟକ୍ତିତ୍ୱର ପରିପ୍ରକାଶ ହୋଇପାରିବ ବୋଲି ସଚିବ ଶ୍ରୀ ମିଶ୍ର କହିଥିଲୋ 

ପ୍ରାରମ୍ଭରେ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ପଣ୍ଡା ଦିଗ୍ଦର୍ଶନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲୋ ଏହି ଅବସରରେ ରାଜ୍ୟ ସିଲେକ୍ସନ୍ ବୋର୍ଡ ଦ୍ୱାରା ଚୟନ କରାଯାଇଥିବା ୧୨୦ ଜଣ ଓଡ଼ିଆ ବିଭାଗର ଅଧ୍ୟାପକଅଧ୍ୟାପିକାମାନଙ୍କୁ ପ୍ଲେସ୍ମେଣ୍ଟ ଅର୍ଡର ପ୍ରଦାନ କରାଯାଇଥିଲାା ଚୟନ କରାଯାଇଥିବା ପ୍ରାର୍ଥୀମାନେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ପ୍ଲେସମେଣ୍ଟ ଅର୍ଡର ଅନୁସାରେ ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟଗୁଡ଼ିକ ଦ୍ୱାରା ନିଯୁକ୍ତ ହେବୋ 

 

 

0
0
0
s2sdefault